Advertisment

Sexual Assault : ନ୍ୟାୟ ଦାବିରେ କଲେଜରେ ହଙ୍ଗାମା କଲେ ପୀଡ଼ିତା

ଦୁଷ୍କର୍ମ ଉଦ୍ୟମ କରିଥିବା ଅଧ୍ୟାପକ ଓ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିବାକୁ ଦାବି କରିଥିଲେ ପୀଡ଼ିତା। ଖବର ପାଇ ପୋଲିସ କଲେଜରେ ପହଞ୍ଚିଥିଲା। ପୀଡ଼ିତା ଓ ତାଙ୍କ ସାଥୀମାନଙ୍କୁ ବୁଝାସୁଝା କରିଥିଲା। ମାମଲା ତଦନ୍ତ ଚାଲିଥିବା କହିଥିଲେ। ହେଲେ ପୀଡ଼ିତା ଓ ତାଙ୍କ ସାଥୀମାନେ ନିଜ ଜିଦରେ ଅଟଳ ରହିଥିଲେ।

author-image
Manoranjan Sial
Crime

Crime

ନ୍ୟାୟ ମିଳିଲାନି। କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ମାମଲା ରୁଜୁ କରି ଚୁପ ବସିଛି ପୋଲିସ। ଖାଲି ଦିନ ଗଡ଼ାଇ ଚାଲିଛି। ସହିବାର ଧୌର୍ଯ୍ୟ ଭାଙ୍ଗିଲା। ଆଉ ଅପେକ୍ଷା କରିବେ ନାହିଁ। ତେଣୁ ନ୍ୟାୟ ଦାବିରେ କଲେଜରେ ପହଞ୍ଚି ହଙ୍ଗାମା କଲେ ପୀଡ଼ିତା। ଭଙ୍ଗାରୁଜା କରିବା ସହିତ ନିଜ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ ପୀଡ଼ିତା। ଆଜି ଏପରି ଘଟଣା ଯାଜପୁର ଜିଲ୍ଲାରେ ଏକ ସରକାରୀ ମହାବିଦ୍ୟାଳୟରେ ଘଟିଛି।

Advertisment

ବରୀ ଥାନା ଅଞ୍ଚଳର ଏକ ସରକାରୀ କଲେଜରେ ପଢ଼ୁଥିବା + ୩ ତୃତୀୟ ବର୍ଷର ଛାତ୍ରୀଙ୍କୁ ସେହି କଲେଜର ଜଣେ ଅଧ୍ୟାପକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ପୀଡ଼ିତା ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ। ପୋଲିସ୍ ମାମଲା ରୁଜୁ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ପୀଡ଼ିତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନ୍ୟାୟ ଦାବିରେ କଲେଜ ଫାଟକରେ ତାଲା ପକାଇ ନିଜ ସାଥୀମାନଙ୍କ ସହିତ ଧାରଣାରେ ବସିଥିଲେ।

ଦୁଷ୍କର୍ମ ଉଦ୍ୟମ କରିଥିବା ଅଧ୍ୟାପକ ଓ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିବାକୁ ଦାବି କରିଥିଲେ ପୀଡ଼ିତା। ଖବର ପାଇ ପୋଲିସ କଲେଜରେ ପହଞ୍ଚିଥିଲା। ପୀଡ଼ିତା ଓ ତାଙ୍କ ସାଥୀମାନଙ୍କୁ ବୁଝାସୁଝା କରିଥିଲା। ମାମଲା ତଦନ୍ତ ଚାଲିଥିବା କହିଥିଲେ। ହେଲେ ପୀଡ଼ିତା ଓ ତାଙ୍କ ସାଥୀମାନେ ନିଜ ଜିଦରେ ଅଟଳ ରହିଥିଲେ। ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ଗିରଫ ଦାବି କରିଥିଲେ। ଯାହାକୁ ନେଇ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ସମ୍ମୁଖରେ ପୀଡିତା ଉତ୍ପାତ କରିଥିଲେ। ଦାୟିତ୍ବରେ ଥିବା କଲେଜ ଅଧ୍ୟକ୍ଷଙ୍କୁ ଗାଳି ଗୁଲଜ କରିଥିଲେ। ପରେ ଅଫିସରେ ଭଙ୍ଗାରୁଜା କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ପୂର୍ବତନ ବିଧାୟକଙ୍କ ଉପରୁ ବାସନ୍ଦାଦେଶ ହଟାଇଲା ବିଜେଡି: ଟାର୍ଗେଟ କଲେ କଂଗ୍ରେସ,ବିଜେପି

ପୀଡ଼ିତା ପଥର ଫିଙ୍ଗି ଉପର ମହଲା ଘର କାଚ ଭଙ୍ଗିଥିଲେ। ଏଥିସହ ଏକ ଠେଙ୍ଗାରେ ଝରକା ଓ କବାଟ କାଚ ଭାଙ୍ଗିଥିଲେ। ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିରୁଥିଲେ। ହେଲେ ସେଠାରେ ଉପସ୍ଥିତ ଥିବା ପୁଲିସ୍ କର୍ମଚାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପୀଡ଼ିତା ଓ ତାଙ୍କ ସାଥୀମାନେ ଧାରଣାରୁ ଉଠିଥିଲେ।

ଅଧିକ ପଢ଼ନ୍ତୁ: ରାସନ କାର୍ଡରେ ଅଛନ୍ତି ଶତାଧିକ ସରକାରୀ ଚାକିରିଆ

Sexual Abuse Jajpur Jajpur Police Sexual Assault
Advertisment
Advertisment