Advertisment

Saif Ali Khan Stabbing Case: କାହିଁକି ସୈଫ୍‌ଙ୍କୁ ହେଲା ଆଟାକ୍; ପ୍ରେସମିଟ୍‌ରେ ଖୁଲାସା କଲା ମୁମ୍ୱାଇ ପୋଲିସ

ଅଭିଯୁକ୍ତର କୌଣସି ଅପରାଧିକ ଇତିହାସ ନାହିଁ। ପୋଲିସ ମହମ୍ମଦ ଶରିଫୁଲ ଇସଲାମ ଶାହଜାଦଙ୍କ ବିଷୟରେ ଅଧିକ ସୂଚନା ସଂଗ୍ରହ କରୁଛି । ଯଦି ସେ ଜଣେ ବାଂଲାଦେଶୀ ନାଗରିକ, ତେବେ ସେ କିପରି ବେଆଇନ ଭାବରେ ଭାରତରେ ପ୍ରବେଶ କଲା ସେନେଇ ତଦନ୍ତ ଚଳାଇଛି ପୋଲିସ।

author-image
Sonali Ojha
ଅଦ୍ୟତନ ହୋଇଛି
Saif Ali Khan Stabbed:

Saif Ali Khan Stabbed:

ସୈଫ୍‌ଙ୍କୁ ଛୁରାମାଡ଼ ଘଟଣା। ଗିରଫ ଅଭିଯୁକ୍ତ ବିଷୟରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କଲେ ମୁମ୍ବାଇ ଜୋନ୍‌-୯ ଡିସିପି ଡିସିପି ଦୀକ୍ଷିତ ଗେଡାମ । ପ୍ରେସମିଟ୍‌ କରି ଅଭିଯୁକ୍ତ ବିଷୟରେ ଖୁଲାସା କରିଛନ୍ତି। ସୈଫ୍‌ଙ୍କୁ ଆଟାକ୍ କରିଥିବା ଅଭିଯୁକ୍ତ ବାଂଲାଦେଶୀ ଅନୁପ୍ରବେଶକାରୀ ହୋଇଥିବା ନେଇ ସନ୍ଦେହ କରାଯାଉଛି। ଚୋରି କରିବାକୁ ସୈଫ୍‌ଙ୍କ ଘରେ ପଶିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Advertisment

ସକାଳୁ ମୁମ୍ବାଇ ପୋଲିସ ଡିସିପି ଏକ ପ୍ରେସମିଟ୍ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜଣେ ଅଭିଯୁକ୍ତଙ୍କୁ ଥାନେରୁ ଗିରଫ କରାଯାଇଛି। ଅଭିଯୁକ୍ତର ପ୍ରକୃତ ନାଁ ମହମ୍ମଦ ସରିଫୁଲ୍ ଇସ୍‌ଲାମ୍ ଶେହଜାଦ୍। ସେ ନିଜର ପରିଚୟ ବଦଳାଇ ବିଜୟ ଦାସ ନାମରେ ମୁମ୍ବାଇରେ ରହୁଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଜଣକ ବାଂଲାଦେଶୀ ଅନୁପ୍ରବେଶକାରୀ। ଅଭିଯୁକ୍ତଙ୍କ ପାଖରୁ କୌଣସି ବୈଧ ଭାରତୀୟ କାଗଜପତ୍ର ମିଳିନାହିଁ। ତେଣୁ, ପୋଲିସ ତାଙ୍କ ବିରୁଦ୍ଧରେ ପାସପୋର୍ଟ ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଛି।

ଅଭିଯୁକ୍ତକୁ ପଚରାଉଚରା କରାଯାଉଛି। ସେ ୫-୬ ମାସ ପୂର୍ବରୁ ମୁମ୍ବାଇ ଆସିଥିଲା ଏବଂ ଏକ ହାଉସକିପିଂ ଏଜେନ୍ସିରେ କାମ କରୁଥିଲା।ସେ ପୋଲିସକୁ କହିଛି ଯେ ସେ ଜାଣି ନଥିଲା ଏହା ସୈଫ ଅଲ୍ଲୀ ଖାନଙ୍କ ଘର। ସେ କେବେଳ ଚୋରି ଉଦ୍ଦେଶ୍ୟ ନେଇ ଘରେ ପ୍ରବେଶ କରିଥିଲା। ହଠାତ୍ ସୈଫ ଅଲ୍ଲୀ ଖାନ ତାଙ୍କ ସାମ୍ନାକୁ ଚାଲି ଆସିଲେ। ଏହାପରେ ସେ ତାଙ୍କୁ ଛୁରିରେ ଆକ୍ରମଣ କରିଥିଲା। ତେବେ ଖୁବଶୀଘ୍ର ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା କରାଇବା ପରେ ତାକୁ କୋର୍ଟରେ ହାଜର କରାଯିବ। ମୁମ୍ବାଇ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ନେବ।

Advertisment

ମୁମ୍ବାଇ ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତର କୌଣସି ଅପରାଧିକ ଇତିହାସ ନାହିଁ। ପୋଲିସ ମହମ୍ମଦ ଶରିଫୁଲ ଇସଲାମ ଶାହଜାଦଙ୍କ ବିଷୟରେ ଅଧିକ ସୂଚନା ସଂଗ୍ରହ କରୁଛି । ଯଦି ସେ ଜଣେ ବାଂଲାଦେଶୀ ନାଗରିକ, ତେବେ ସେ କିପରି ବେଆଇନ ଭାବରେ ଭାରତରେ ପ୍ରବେଶ କଲା ସେନେଇ ତଦନ୍ତ ଚଳାଇଛି ପୋଲିସ।

ଅଧିକ ପଢ଼ନ୍ତୁ: Saif Ali Khan Stabbed: ‘ଜାଣି ନ ଥିଲି ମୋ ଗାଡ଼ିରେ ସୈଫ ଅଛନ୍ତି’

ସୈଫ ଅଲ୍ଲୀ ଖାନ ତାଙ୍କ ପରିବାର ସହିତ ବାନ୍ଦ୍ରାର ସତଗୁରୁ ଶରଣ ବିଲଡିଂର ୧୧ ଏବଂ ୧୨ ମହଲାରେ ଏକ ଡୁପ୍ଲେକ୍ସ ଫ୍ଲାଟରେ ରହନ୍ତି। ଜାନୁଆରୀ ୧୬ ତାରିଖ ରାତି ପ୍ରାୟ ୨ଟା ୩୦ରେ ଜଣେ ଚୋର ତାଙ୍କ ଘରେ ପଶି ତାଙ୍କୁ ଛୁରିରେ ଅନେକ ଥର ଆକ୍ରମଣ କରିଥିଲା। ତାଙ୍କୁ ଛଅଟି ଆଘାତ ଲାଗିଥିଲା, ଯେଉଁଥିରୁ ଗୋଟିଏ ମେରୁଦଣ୍ଡ ପାଖରେ ଥିଲା। ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରେସନ୍ ପରେ ତାଙ୍କ ପିଠିରୁ ପ୍ରାୟ ୩ ଇଞ୍ଚ ଲମ୍ବାର ଏକ ଲୁହା ଖଣ୍ଡ ବାହାର କରାଯାଇଛି। ଏବେ ସେ ବିପଦମୁକ୍ତ ଅଛନ୍ତି। ତେବେ ଆସନ୍ତାକାଲି ସୁଦ୍ଧା ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରେ।

ସୈଫ୍ ଅଲ୍ଲୀ ଖାନଙ୍କୁ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ଚାଲିଛି । ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଏବେ, ବାନ୍ଦ୍ରା ପୋଲିସ ଅଭିନେତାଙ୍କ ଉପରେ ଆକ୍ରମଣରେ ବ୍ୟବହୃତ ଛୁରିର ଅନ୍ୟ ଅଂଶ ପାଇଛି। ଛୁରିର ଅବଶିଷ୍ଟ ଖଣ୍ଡ ସୈଫ ଅଲ୍ଲୀ ଖାନ ଏବଂ କରୀନା କପୁରଙ୍କ ବାନ୍ଦ୍ରାସ୍ଥିତ ଘରେ ଥିବା ସାନ ପୁଅ ଜାହାଙ୍ଗୀରଙ୍କ ରୁମରୁ ମିଳିଥିଲା। ଛୁରିର ଆଗ ଭାଗ ଭାଙ୍ଗି ସୈଫଙ୍କ ପିଠିରେ ଫସି ଯାଇଥିଲା, ଯାହାକୁ ଡାକ୍ତରମାନେ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରିଛନ୍ତି। ଜବତ ହୋଇଥିବା ଛୁରି ଖଣ୍ଡଗୁଡ଼ିକୁ ଫୋରେନସିକ୍ ଲ୍ୟାବ୍‌କୁ ପଠାଯାଇଛି।

ଅଧିକ ପଢ଼ନ୍ତୁ: ଏହି ପୌରାଣିକ କାହାଣୀକୁ ନେଇ କାମ କରିବେ ରାଜାମୌଲି; ଅଂଶ ହେବେ ଜଣେ ଖାନ୍

Mumbai Saif Ali Khan Bollywood Actor Stabbing
Advertisment
Advertisment