/odishatv-khabar/media/post_attachments/uploadimage/library/16_9/16_9_0/Naxal_1737390639.jpg)
Naxal
ମେଳି କରି ଷଡଯନ୍ତ୍ର ରଚୁଥିଲେ। ଏ ସମ୍ପର୍କରେ ଜାଣିପାରି ରାତି ଅଧିଆ ଚଢ଼ଉ କରିଦେଲା ସୁରକ୍ଷା ବିହିନୀ। ଦୀର୍ଘ ସମୟ ଧରି ଚାଲିଲା ଘମାଘୋଟ୍ ଲଢେଇ। ଆଉ ସେଥିରେ ଟଳିପଡ଼ିଲେ ଦୁଇ ମହିଳା ନକ୍ସଲ। ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଏବେ ମଧ୍ୟ ସର୍ଚ୍ଚ ଅପରେସନ୍ ଚାଲିଛି।
ଓଡ଼ିଶାର ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ପାଇଥିଲା। ସେହି ସୂଚନା ଆଧାରରେ ରବିବାହ ବିଳମ୍ବିତ ରାତିରେ ଛତିଶଗଡ଼, ଓଡ଼ିଶା ପୋଲିସ୍ ଓ ସିଆରପିଏଫ୍ ଯବାନମାନେ ମିଳିତ ଭାବେ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରିଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଅନ୍ଧାଧୂନ୍ ଫାୟାରିଂ କରିଥିଲେ।
ଅଧିକ ପଢ଼ନ୍ତୁ: କୋଲକାତା କାଣ୍ଡ: ଦୋଷୀ ସଞ୍ଜୟ ରାୟ ବିରୋଧରେ ରାୟ, ମଲା ଯାଏଁ ସଜା କାଟିବ ଜେଲରେ
ଜବାବରେ ଛତିଶଗଡ଼, ଓଡ଼ିଶା ପୋଲିସ୍ ଓ ସିଆରପିଏଫ୍ ଯବାନମାନେ ଫାୟାରିଂ କରିଥିଲା। ଦୀର୍ଘ ସମୟ ଧରି ଘମାଘୋଟ୍ ଲଢ଼େଇ ଚାଲିଥିଲା। ଶେଷରେ ନକ୍ସଲମାନେ ଛତ୍ର ଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ଏଥିରେ ଦୁଇ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ଅନେକ ଆହତ ହୋଇଥିବା ଆକଳନ କରାଯାଉଛି। ଉକ୍ତ ଜଙ୍ଗଲରୁ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ମିଳିଛି। ବିସ୍ଫୋରକ ସାମଗ୍ରୀ ଭିତରେ ଆଇଡି ରହିଛି। ଏବେ ମଧ୍ୟ ସର୍ଚ୍ଚ ଅପରସେନ୍ ଚାଲିଛି। ଏନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)