ସୁରେଶ ଆଜି ସଂପୃକ୍ତ ମହିଳାଙ୍କୁ ମନ୍ଦିରରେ ବାହା ହେଉଥିବା ଖବର ପାଇବା ପରେ ସିଧା ଦୁଇ ଝିଅଙ୍କ ସହ ସେଠି ପହଞ୍ଚିଯାଇଥିଲେ ଅହଲ୍ୟା । ଆଉ ସିଧା ବେଦୀରୁ ଟାଣି ଆଣି ସୁରେଶଙ୍କ ଉପରେ ଉତ୍ତମ ମଧ୍ୟମ ବର୍ଷା କରିଥିଲେ ଅହଲ୍ୟା ଓ ତାଙ୍କ ଝିଅ ।
କେବଳ ବଲାଙ୍ଗିର ଗଣତିରୁ ଏଯାଏଁ ମିଳିଛି ୨୭୦ କୋଟିରୁ ଅଧିକ । ଟଙ୍କାର ଉତ୍ସ ଜାଣିବାକୁ ୨ ଭାଟି ମ୍ୟାନେଜରଙ୍କୁ ଘାଣ୍ଟୁଛି IT ଟିମ୍ ।
ରାଜ୍ୟରେ ଶହେରୁ ମାତ୍ର ୧୧.୯ ମାମଲାରେ ସଜା ପାଉଛନ୍ତି ଅଭିଯୁକ୍ତ । ଗତବର୍ଷ ସୁଦ୍ଧା ବିଚାର ନହୋଇ ପଡ଼ିରହିଥିଲା ୮ ଲକ୍ଷ ୬୪ ହଜାର ମାମଲା ।
ଭୁବନେଶ୍ବର ବାଳକାଟିସ୍ଥିତ ଏକ ମନ୍ଦିରରେ ଚାଲିଥିଲା ବାହାଘର । ବେଦୀରେ ସ୍ବାମୀଙ୍କୁ ଉତ୍ତମ ମଧ୍ୟମ ଦେଲେ ପ୍ରଥମ ସ୍ତ୍ରୀ ।
ଟଙ୍କା ଗଣତି ନେଇ SBI ରିଜିଓନାଲ୍ ମ୍ୟାନେଜରଙ୍କ ସୂଚନା । ‘୨ଟି ମେସିନ ଖରାପ ହେଲାଣି, ମୋଟ ୪୦ଟି ମେସିନ୍ ରହିଛି’ ।
ଆଇଟି ରେଡ୍କୁ ନେଇ ଧୀରଜ ସାହୁଙ୍କ ନାଁ ଚର୍ଚ୍ଚା ଆସିବା ପରେ କଂଗ୍ରେସର ଜୟରାମ ରମେଶ କହିଛନ୍ତି, ଧୀରଜଙ୍କ ବ୍ୟବସାୟ ସହିତ କଂଗ୍ରେସର କୌଣସି ଯାଏ ଆସେ ନାହିଁ । କେବଳ ସେ ହିଁ କହିପାରିବେ, କିପରି ତାଙ୍କ ଅଫିସ ଓ ମଦ ଭାଟିରୁ ଏତେ ଟଙ୍କା ବାହାରିଛି ।
ଏହି ଘଟଣାରେ ଅନ୍ୟ ଯୁବକଙ୍କର ସମ୍ପୃକ୍ତି ରହିଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି । ଏକ ପ୍ରେମ ଘଟଣାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ପାଇଛି ।
ମଦ ଟଙ୍କା ଗଣି ଗଣି କେବଳ କର୍ମଚାରୀ ନୁହନ୍ତି, ଟଙ୍କା ଗଣତି ମେସିନ ବି ହାଲିଆ। ଗତକାଲି ସୁଦ୍ଧା ୧୦୬ ବ୍ୟାଗର ପ୍ରାୟ ୧୪୦ କୋଟି ଟଙ୍କା ଗଣତି ସରିଛି । ବାକି ଅଛି ଆହୁରି ୭୦ଟି ବ୍ୟାଗ୍ ।
ଜଣେ ଠିକାଦାରକୁ ଆକ୍ରମଣ କରି ଭାଲୁ ମାରି ଦେଇଥିଲା..ସେଥିପାଇଁ..
ଗଣତି ଶେଷ ହେବା ପରେ ପୂରା ଟଙ୍କାର ପରିମାଣ ଜଣାପଡ଼ିବ ବୋଲି ସୂଚନା ମିଳିଛି।
ଓଡ଼ିଶାର ପଛୁଆ ଜିଲ୍ଲାରେ ଠାବ ମଦ ଟଙ୍କାର ପାହାଡ଼କୁ ନେଇ ଦେଶବ୍ୟାପି ଚର୍ଚ୍ଚା । କୁହାଯାଉଛି, ଆୟକର ବିଭାଗର ଚଢ଼ାଉରେ ଏତେ ପରିମାଣର ନଗଦ ଅର୍ଥ ମିଳିବା ଏହା ଦେଶର ସର୍ବକାଳୀନ ରେକର୍ଡ ।
ବଲାଙ୍ଗିର ଜିଲ୍ଲାରେ ହାଇଦ୍ରାବାଦରୁ ଆୟକର ବିଭାଗର ଏକ ୨୦ ଜଣିଆ ଆନାଲିସିସ୍ ଟିମ୍ ପହଞ୍ଚି ଖୋଳତାଡ଼ ଚଳାଇଛି । ଟିଟିଲାଗଡ଼ର ମଦ ବ୍ୟବସାୟୀ ରିତେଶ ସାହୁ, ବଲାଙ୍ଗିର ସୁଦପଡାର ମଦଭାଟି ମ୍ୟାନେଜର୍ ବଣ୍ଟି ସାହୁ ଏବଂ ରାଜେଶ ସାହୁଙ୍କୁ ସ୍କାନରରେ ରଖିଛି ଏହି ସ୍ୱତନ୍ତ୍ର ଟିମ୍ ।
ଆଖିରେ ଲଙ୍କାଗୁଣ୍ଡ ପଡ଼ିଥିବାରୁ ତାଙ୍କୁ କିଛି ଦେଖାଯାଉନି । ଯାହାଫଳରେ ସେ ରାହୁଲ କବଳରୁ ବର୍ତ୍ତିପାରିଲେ ନାହିଁ ।
ଚୋରି ଜିନିଷ ଲୋକଙ୍କୁ ଫେରାଉଛି ପୋଲିସ। ଆଉ ନିଜ ଜିନିଷ ଫେରି ପାରିବା ପରେ ଖୁସି କହିଲେ ନ ସରେ। କାହାର ୬ ମାସ ପୂର୍ବରୁ ଘରୁ ମୋବାଇଲ ଚୋରି ହୋଇଯାଇଥିଲା ତ ଆଉ କିଏ ଦଶହରା ବୁଲିବାକୁ ଯାଇ ଲୁଟର ଶିକାର ହୋଇଥିଲା।
ମୃତ ଦେହର ଆଖିକୁ ମୂଷାମାନେ ଖାଇ ଯାଇଥିଲେ। ଶବ ବ୍ୟବଚ୍ଛେଦ ଗୃହର ଝରକାରେ କୌଣସି ଜାଲି ନଥିଲା। ଯେଉଁଥିପାଇଁ ମୂଷାମାନେ ଭିତରକୁ ସହଜରେ ପ୍ରବେଶ କରିଥିଲେ।
ଓଡ଼ିଶାରେ ଶାସନ ବ୍ୟବସ୍ଥାରେ ଥିବା ଅଧିକାରୀ ଓ ନେତାଙ୍କ ବିନା ସଂପୃକ୍ତି ବା ଜଣାତରେ ଏସବୁ ହେବା ସମ୍ଭବ କି ବୋଲି ସେ ପ୍ରଶ୍ନ କରିଛନ୍ତି ବୈଜୟନ୍ତ ।
ଜବତ ଟଙ୍କା ବ୍ୟାଗ୍ର ଏକ ସ୍ୱତନ୍ତ୍ର ପଲିଥିନ୍ରୁ ବାହାରିଲା ୫ ଲକ୍ଷ । ସେହି ପଲିଥିନରୁ ଘଟଣାରେ ଆସିଛି ଏବେ ନୂଆ ଟ୍ୱିଷ୍ଟ ।
ବାରଙ୍ଗ ଥାନା ମଧୁପୁର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ବନ୍ଦ ଘରେ ଶାଶୁଙ୍କୁ ହତ୍ୟା କରିଥିବା ବୋହୂ ଗିରଫ ।
IT ରେଡ୍ ବେଳେ ଟିଟିଲାଗଡ଼ର SBI ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ । ଗଣତିରୁ ମିଳିଛି ମୋଟ୍ ୧୧ କୋଟି ଟଙ୍କା ।
ଯେତେବେଳେ ବିଦ୍ୟୁତ୍ ବିଭାଗ ଟିମ୍ ଉପଭୋକ୍ତାଙ୍କୁ ବକେୟା ବିଲ୍ ଜମା କରିବାକୁ ଅନୁରୋଧ କରିଥିଲେ ସେ ସମୟରେ ବିଲ୍ ଜମା କରିବାକୁ ସିଧା ସିଧା ମନା କରିଦେଇଥିଲେ ଉପଭୋକ୍ତାଙ୍କ ପୁଅ । ଏପରିକି ବିଦ୍ୟୁତ୍ ବିଭାଗ ଟିମ୍କୁ ଆକ୍ରମଣ ପାଇଁ ତାଙ୍କ ଘରେ ଥିବା ପୋଶା କୁକୁରକୁ ଲଗାଇ ଦେଇଥିଲେ।
ଇଶରାତଙ୍କ ଦେହରେ ଗୁଳି ବାଜିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି। ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତେବେ ଏହି ଘଟଣା ପରଠାରୁ ଉକ୍ତ ପୋଲିସ୍ ଅଫିସର ଫେରାର୍ ଅଛନ୍ତି।
ସିମ୍ କାର୍ଡ ଟାର୍ଗେଟ୍ ପୂରଣ ପାଇଁ ଇଚ୍ଛୁକ ଗ୍ରାହକଙ୍କ ଠାରୁ ଏକାଧିକ ଥର ବାୟୋମେଟ୍ରିକ୍ ନେଇ ବ୍ୟକ୍ତି ଜଣକ ସିମ୍ କାର୍ଡ ଆକ୍ଟିଭେସନ କରି ଏହାକୁ ବିକ୍ରି କରୁଥିଲା ।
୪ ଦିନ ଧରି ଜାରି ରହିଛି ଆୟକର ବିଭାଗର ନନଷ୍ଟପ୍ ରେଡ୍ । ସମ୍ବଲପୁରରୁ ରାଉରକେଲା, ବଲାଙ୍ଗିରରୁ ସୁନ୍ଦରଗଡ଼ ପଶ୍ଚିମ ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ଠିକଣାରେ ଚାଲିଛି ଯାଞ୍ଚ, ଚଢ଼ାଉ ।
ମ୍ୟାନେଜରଙ୍କ ଘରୁ କେତେ ଟଙ୍କା ଜବତ ହୋଇଛି, ତାହା ଗଣତି ପରେ ସ୍ପଷ୍ଟ ହେବ । ଆୟକର ଓ ବ୍ୟାଙ୍କ୍ ଅଧିକାରୀଙ୍କ ପାଇଁ ଟଙ୍କା ଗଣତି ବି କାଠିକର ପାଠ ହୋଇଛି ।
ଦିନକୁ ଦିନ ବୃଦ୍ଧି ପାଉଥିବା ଦୁର୍ନୀତି ସାରା ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏହାକୁ ରୋକିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଉଛି। ତେବେ ଆସନ୍ତୁ ଏହାକୁ ରୋକିବା ନେଇ କେତେକେ ପଦକ୍ଷେପ ବିଷୟରେ ଜାଣିନେବା।