• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜେଲ କହିଲେ ଆମ ମନରେ ଅପରାଧ ହିଁ ଆସିଥାଏ । ଜେଲରେ ଥିବା ସମସ୍ତେ କ୍ରୁର, ହିଂସ୍ର ପ୍ରବୃତ୍ତିର ବୋଲି ଆମ ମନରେ ଧାରଣା ରହି ଆସିଛି । ତେବେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ କଏଦୀ । ପେପର ୱାର୍କରେ ଭୁଲ ପାଇଁ କାରାଗାରରୁ ବାହାରି ଯାଇଥିଲେ ସେ । କିନ୍ତୁ ପରେ ଏହା ଜଣା ପଡ଼ିବା ପରେ ସେ ପୁଣି କାରାଗାରକୁ ଫେରି ଆସିଛନ୍ତି ।

ଏପରି ଏକ ଘଟଣା ବର୍ତ୍ତମାନ ଅଷ୍ଟ୍ରେଲିଆରେ ଚହଳ ପକାଇଛି । ହଠାତ୍ କୋରି ହେଷ୍ଟିଙ୍ଗ୍ ନାମକ ଜଣେ ଅପରାଧୀଙ୍କୁ ଜେଲ ଦଣ୍ତରୁ ମୁକ୍ତ କରାଯାଇଥିଲା । ପରେ ପୋଲିସ ଅଧିକାରୀମାନେ ଏହା ପେପରୱାର୍କରେ ଭୁଲ ବୋଲି ଜାଣିବାକୁ ପାଇଥିଲେ। ଏବଂ ଏଥିପାଇଁ କ’ଣ କରାଯିବ ସମସ୍ତେ ଚିନ୍ତାରେ ପଡ଼ିଯାଇଥିଲେ।  ଏହା କୋରି ଜାଣିବା ପରେ ସେ ପୁଣିଥରେ ଜେଲକୁ ଫେରି ଆସି ସାଧୁତାର ପରିଚୟ ଦେଇଛନ୍ତି ।

ସ୍ୱେଚ୍ଛାକୃତ ଭାବେ ପୋଲିସ ସହିତ ଯୋଗାଯୋଗ କରି କେଉଁଠାରେ ଅଛନ୍ତି ସେ ବିଷୟରେ ସେ ସୂଚନା ଦେଇଥିଲେ । କାଗଜପତ୍ରରେ ଭୁଲ୍ ପାଇଁ ତାଙ୍କର ଜାମିନ ଅନୁମୋଦନ ହୋଇଯାଇଥିଲା । ଏହା ଜାଣିବା ପରେ ସେ ନିଜେ ପୋଲିସକୁ ସୂଚନା ଦେଇଥିଲେ ।

ଗତ ଗୁରୁବାରରେ ପୋଲିସ କୋରିଙ୍କୁ ଖୋଜିବା ଆରମ୍ଭ କରିଥିଲା । ମିଡିଆରେ ଏନେଇ ରିପୋର୍ଟ ପ୍ରକାଶ ପରେ କୋରି ଏହା ଜାଣିବାକୁ ପାଇଥିଲେ । ପରେ ସେ ସିଡନୀର ବୋନି ସ୍ଥିତ ଏକ ହୋଟେଲରୁ ସନ୍ଧ୍ୟା ପ୍ରାୟ ୬ ଟା ବେଳେ ନ୍ୟୁ ସାଉଥ ୱେଲ୍ସ (NSW) ପୋଲିସ ସହିତ ଯୋଗାଯୋଗ କରିଥିଲେ ।

ତେବେ ଏପରି ହେବାରେ ଏହା ପ୍ରଥମ ଘଟଣା ନୁହେଁ । ତେବେ କର୍ତ୍ତୃପକ୍ଷଙ୍କ ଭୁଲ ଥିବାରୁ କୋରି ହେଷ୍ଟିଙ୍ଗ କୌଣସି ଅଭିଯୋଗର ସମ୍ମୁଖୀନ ହେବେ ନାହିଁ ବୋଲି ଜଣା ପଡ଼ିଛି । ଏନେଇ ଅଧିକ ତଦନ୍ତ ପୋଲିସ ଜାରି ରଖିଛି ।