ପାକିସ୍ତାନର ଜଣେ ବୁଦ୍ଧିଜୀବୀ ସୋସିଆଲ୍ ମିଡିଆରେ ଲେଖିଛନ୍ତି, ଯେଉଁ ଲୋକ ଗାଜା ଓ ଇରାନରେ ନରସଂହାର ପାଇଁ ଦାୟୀ, ସେ ଲୋକକୁ ପାକିସ୍ତାନ ସରକାର ନୋବେଲ୍ ପୁରସ୍କାର ଦିଆଯିବାକୁ କହୁଛନ୍ତି । ଏ ଲୋକ ଇସ୍ରାଏଲ୍ ପଛରେ ରହି ଲୋକଙ୍କୁ ମାରୁଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନ ଲୋକ ସମର୍ଥନ କରନ୍ତି ନାହିଁ ବୋଲି ସେ କହିଛନ୍ତି ।
ସଞ୍ଜୀବ କୁମାରଙ୍କ ଏହି କାମ ଏବେ ସବୁଠି ଚର୍ଚ୍ଚ।ରେ । କିଛି ଲେ।କ ଏହାକୁ ନେଇ ଆଶ୍ଚର୍ଯ୍ୟ ହେଉଥିବା ବେଳେ କିଛି ଲେ।କ ଏହାକୁ ଡିଜିଟାଲ ପ୍ରକ୍ରିୟାର ସଫଳତା ବେ।ଲି କହୁଛନ୍ତି ।
ସଲମାନ ଖାନଙ୍କ ସୁରକ୍ଷା କର୍ମୀ ଆମିର ଖାନଙ୍କ ପୁଅ ଜୁନୈଦଙ୍କୁ ଠେଲିଦେଲେ। ଯେତେବେଳେ ସେ ତାଙ୍କୁ ଭେଟିବାକୁ ଆସୁଥିଲେ, ସୁରକ୍ଷା କର୍ମୀ ଜୁନୈଦଙ୍କୁ ଏକ ସାଇଡ୍କୁ ଠେଲି ଦେଇଥିଲେ।
ସଲମାନ ଖାନଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଦୀପିକା ପାଦୁକୋନ୍। ଏହା ଶୁଣି ସଲମାନ ଖାନ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଗଲେ ଏବଂ ହସିଥିଲେ। ଏହି ଭିଡିଓଟି ବହୁତ ଭାଇରାଲ ହୋଇଥିଲା।
ଜୁନ ୮ରେ ମନାଲିରେ ଜିପଲାଇନ୍ ଆକଟିଭିଟି କରୁଥିବା ବେଳେ ପାଖାପାଖି ୩୦ ଫୁଟ ତଳକୁ ଖସିପଡିଥିଲେ ତ୍ରିଶା । ଏତେ ଉଚ୍ଚରୁ ଖସିବା କାରଣରୁ ତାଙ୍କ ଗେ।ଡରେ ଫ୍ୟାକଚର ହେ।ଇଛି ।
ରାଜସ୍ଥାନର କୃଷ୍ଣ କୁମାର ଧାକଡ ଦାବି କରନ୍ତି ପତ୍ନୀ ମିନାକ୍ଷୀ ମିଛି ମାମଲାରେ ତାଙ୍କୁ ଫସାଇଦେଇଛନ୍ତି । ୩ବର୍ଷ ହେବ ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି । କିନ୍ତୁ ନ୍ୟାୟ ମିଳିନି । ଏବେ କୃଷ୍ଣ ଓ ତାଙ୍କ ଚା’ ଦେ।କାନ ସେ।ସିଆଲ ମିଡିଆରେ ଭାଇରାଲ ହେଉଛି ।
ଯଦି ଆପଣ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି ଏବଂ ବେଳେ ବେଳେ କାହାର ପ୍ରୋଫାଇଲ ଭିଜିଟ୍ କରୁଛନ୍ତି, ତା' ପୂର୍ବରୁ ପଢି ନିଅନ୍ତୁ ଏହି ଖବର । ସିନିୟରଙ୍କ ପ୍ରୋଫାଇଲ ଭିଜିଟ୍ କରିବାରୁ ଜଣେ ଜୁନିୟର କର୍ମଚାରୀଙ୍କୁ ହଟହଟା ହେବାକୁ ପଡ଼ିଛି ।
ଭାରତରେ ଟିକଟକ ପରି ସୋସିଆଲ ପ୍ଲାଟଫର୍ମକୁ ବ୍ୟାନ କରାଯାଇଥିବା ବେଳେ ବିଶ୍ବରେ ଅନେକ ରାଷ୍ଟ୍ର ରହିଛନ୍ତି ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗୁ କରିଛନ୍ତି।
ପାକିସ୍ତାନ ନୌସେନା ଭାରତରେ ବିଭିନ୍ନ ବନ୍ଦରକୁ ଧ୍ୱଂସ କରି ଦେଇଥିବା ପାକିସ୍ତାନର ବିଭିନ୍ନ ସୋସିଆଲ ମିଡିଆ ୟୁଜର୍ସ ମିଥ୍ୟା ପ୍ରଚାର କରୁଛନ୍ତି । ଏହି ଦାବି ଭିତରେ ଥିଲା ବେଙ୍ଗାଲୁରୁ ବନ୍ଦର । ଏହାକୁ ଏମିତି କଟାକ୍ଷ କରି ସୋସିଆଲ୍ ମିଡିଆରେ ଧୋଇଦେଲେ ବରିଷ୍ଠ ଆଇପିଏସ୍ ଅଫିସର୍ ଅରୁଣ ବୋଥ୍ରା ।
ଟ୍ରେନରେ ଜଣେ ଯାତ୍ରୀଙ୍କଠାରୁ ଖାଦ୍ୟ ଓ ପାନୀୟ ବାବଦକୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧି ଟଙ୍କା ଆଦାୟ କରିବା ଅଭିଯୋଗରେ ଜଣେ ଭେଣ୍ଡରଙ୍କୁ ୫ ବର୍ଷ ପାଇଁ କାର୍ଯ୍ୟରୁ ବହିଷ୍କାର କରାଯାଇଛି ।
ମେଟାକୁ ଅଦାଲତର ଦ୍ୱାରସ୍ଥ କରାଇଛି ଆମେରିକାର ଫେଡେରାଲ ଟ୍ରେଡ କମିଶନ (ଏଫଟିସି) ।
ପାକିସ୍ତାନ ଉପରେ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ଭାରତ । ପାକିସ୍ତାନର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ଅର୍ଶଦ ନଦୀମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ 'ଆଇନଗତ ଅନୁରୋଧ' ପରେ ଭାରତରେ ବ୍ଲକ୍ କରାଯାଇଛି ।
ପହଲଗାମ୍ ଆକ୍ରମଣ ଘଟଣାରେ ପାକିସ୍ତାନ ଲୋକମାନେ ନିଜ ସରକାରକୁ ସୋସିଆଲ୍ ମିଡିଆରେ ପ୍ରଶ୍ନ ପଚାରିବା ଆରମ୍ଭ କଲେଣି । ଏହି ନରସଂହାର ଘଟଣା ପାଇଁ କିଏ ଦାୟୀ ? ଏମାନେ ମିମ୍ କରୁଛନ୍ତି ଓ ସରକାରକୁ ତାଚ୍ଛଲ୍ୟ କରି କମେଣ୍ଟ ଦେଉଛନ୍ତି । ପାକିସ୍ତାନ ବିରୋଧରେ ଭାରତର କଡ଼ା ଆଭିମୁଖ୍ୟ ପାଇଁ ଏମାନେ ପାକିସ୍ତାନ ସରକାର ବିରୋଧରେ ବିଷୋଦଗାର କରୁଛନ୍ତି ।
ଭାରତ ସରକାରଙ୍କ ଏହି ଅନୁରୋଧ ଉପରେ ‘X’ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଭାରତରେ ସେହି ଆକାଉଣ୍ଟକୁ ବନ୍ଦ କରିଦେଇଛି । ଏହାର ସରଳ ଅର୍ଥ ହେଉଛି ଯେ ପାକିସ୍ତାନ ସରକାରଙ୍କ ‘X’ ଆକାଉଣ୍ଟ ଆଉ ଭାରତରେ ଦେଖାଯିବ ନାହିଁ ।
ଅନୁରାଗ କଶ୍ୟପ କହିଛନ୍ତି ଯେ ସେ କ୍ରୋଧରେ ନିଜର ସୀମା ଭୁଲିଯାଇଥିଲେ। ଏହା ପରେ ସେ କଥାବାର୍ତ୍ତା ସମୟରେ ଠିକ୍ ଶବ୍ଦ ବ୍ୟବହାର କରିବାକୁ ଯତ୍ନ ନେବେ ବୋଲି କହିଛନ୍ତି।
ହରିୟାନାର ଭିଓ୍ଵାନି ଅଞ୍ଚଳର ବାସିନ୍ଦା ୩୫ ବର୍ଷୀୟ ପ୍ରବୀଣଙ୍କ ବିବାହ ରେୱାଡ଼ିର ଜୋଡି ଗାଁର ବାସିନ୍ଦା ରବିନା ରାଓ (୩୨)ଙ୍କ ସହିତ ହୋଇଥିଲା। ଆଜକୁ ୮ ବର୍ଷ ତଳେ ବାହାଘର ହୋଇଥିଲା। ଏହି ଦମ୍ପତ୍ତିଙ୍କ ଏକ ଛଅ ବର୍ଷର ପୁଅ ମୁକୁଲ। ମୁକୁଲର ଜୀବନ ଆରମ୍ଭରୁ ମୋଡ଼ ଏମିତି ଗୋଟିଏ ଅଜଣା ଦିଗକୁ ମୁହାଁଇବ, ଏକଥା ସେ କେବେ ସ୍ବପ୍ନରେ ବି ଚିନ୍ତା କରିନଥିଲା। ଯେତେବେଳେ ଜାଣୁଛି ଚାରିଆଡ଼ ତାକୁ ଖାଲି ଅନ୍ଧାର ଦିଶୁଛି।
ସୋସିଆଲ ମିଡିଆରେ ମହାକୁମ୍ଭର ଭାଇରାଲ୍ ଗାର୍ଲ ମୋନାଲିସାଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେ ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କ ବିଷୟରେ କିଛି କହୁଥିବାର ଦେଖାଯାଏ। ଏହି ଭିଡିଓ ଦେଖିବାକୁ ପରେ ମୋନାଲିସାଙ୍କ ପ୍ରତି ସନୋଜଙ୍କ ଭାବନା କ’ଣ ଆପଣ ଜାଣିପାରିବେ।
ସୋଶାଲ୍ ମିଡ଼ିଆରେ ବନ୍ଧୁ ବାନ୍ଧି ହରଡ଼ଘଣାରେ ପଡ଼ିଛନ୍ତି ଭୁବନେଶ୍ୱରର ଜଣେ ଯୁବକ। ପୋଲିସ ବର୍ଦ୍ଦି ପିନ୍ଧା ମହିଳା ବନ୍ଧୁ ଲୁଟିନେଲେ ୮ ଲକ୍ଷରୁ ଅଧିକ ଟଙ୍କା।
ପ୍ରେମିକାକୁ ବୟେଜ ହଷ୍ଟେଲ ଭିତରକୁ ଆଣିବା ପାଇଁ ଏକ ଅଭିନବ ଉପାୟ ଆପଣେଇଥିଲା ଜଣେ ଯୁବକ। ନିଜ ପ୍ରେମିକାକୁ ହଷ୍ଟେଲ ରୁମକୁ ନେବା ପାଇଁ ଯୁବକ ଜଣଙ୍କ ତାକୁ ଏକ ବଡ ଟ୍ରଲି ବ୍ୟାଗରେ ଭର୍ତ୍ତି କରିଥିଲା।
ନିଜ ଫଟୋକୁ Ghibli ଷ୍ଟାଇଲ କରିବାକୁ ପିଲାଠୁ ନେଇ ବୁଢା ସଭିଏଁ ହେଉଛନ୍ତି ମତୁଆଲା। ନିଜ ଫଟୋକୁ ଚାଟବଟରେ ଅପଲୋଡ କରି ‘Ghibliରେ ପରିଣତ କରିଦିଅ’ କମାଣ୍ଡ ଦେଲେ ଏହା ଅତି ସହଜରେ Ghibli ଛବି ତିଆରି କରି ଦେଉଛି। କଣ ଏହି ଘିବଲି ଷ୍ଟୁଡିଓ ? ଜାଣନ୍ତୁ...
ଆପଣ ବି ଘିବଲି ଟ୍ରେଣ୍ଡରେ ପଡ଼ିଛନ୍ତି କି ? ପର୍ସନାଲ ଫଟୋକୁ ଘିବଲି ଷ୍ଟାଇଲ କରାଉଛନ୍ତି କି ? ତେବେ ସତର୍କ ହେବାର ସମୟ ଆସିଯାଇଛି। ନହେଲେ ଭାଇରାଲ୍ ହେଇଯିବ ଫଟୋ ।
ଇଣ୍ଟରନେଟ୍ରେ ଟ୍ରେଣ୍ଡ୍ କରୁଛି ଗିବଲ୍ । ସୋସିଆଲ୍ ମିଡିଆ ଖୋଲିଲେ ଦେଖିବାକୁ ମିଳୁଛି ଭଳିକି ଭଳି କାର୍ଟୁନ୍ ଫଟୋ । ପିଲାଟୁ ପ୍ରାପ୍ତ ବୟସ୍କ ଏବେ ସମସ୍ତେ ଗିବଲ୍ କରିବାରେ ମସଗୁଲ୍ । ହେଲେ କ’ଣ ଏହି ଘିବଲ୍ ? ଆସନ୍ତୁ ଜାଣିବା...
ନାଇଜେରିଆରୁ କଟକ, ଭାୟା ସୋଶାଲ ମିଡିଆ, ଚଳାଇଥିଲେ କଳା କାରନାମା। ବନ୍ଧୁତା ସ୍ଥାପନ କରି ଓଡ଼ିଆ ଝିଅକୁ କରୁଥିଲେ ବ୍ଲାକମେଲ୍। ଯୁବତୀଙ୍କ ଆତ୍ମହତ୍ୟା ପରେ ରହସ୍ୟର ଉନ୍ମୋଚନ କଲା କଟକ କମିଶନରେଟ ପୋଲିସ।
କଣ୍ଟେଣ୍ଟ୍ କ୍ରିଏଟରମାନେ ରିଲ୍ସ ତିଆରି କରି ଲକ୍ଷ ଲକ୍ଷ ଫଲୋର୍ସ ପାଆନ୍ତି । ଯଦି ଆପଣ ରିଲ୍ସ ମାଧ୍ୟମରେ ଫଲୋର୍ସ ସଂଖ୍ୟା ବଢାଇବାକୁ ଚାହାଁନ୍ତି, ତେବେ ଏପରି ୫ଟି ଭୁଲ୍ ବିଷୟରେ ବିଷୟରେ ଜାଣନ୍ତୁ ଯାହାକୁ ଆପଣ କେବେ ବି କରିବେ ନାହିଁ ।
ରଙ୍ଗର ଉତ୍ସବରେ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ୱାମୀ ନିକଙ୍କ ସହ ରୋମାଣ୍ଟିକ୍ ହୋଇପଡିଛନ୍ତି। ରଙ୍ଗରେ ବୁଡିଥିବା ପ୍ରିୟଙ୍କା ନିକ୍ଙ୍କୁ ଲିପ୍ କିସ୍ ଦେଉଥିବାର ନଜର ଆସିଛନ୍ତି। ଏହି ଭିଡିଓ ଖୁବ ଜୋର୍ ଭାଇରାଲ୍ ହେଉଛି।