Advertisment

ନୃଶଂସ ‌ଭାଇ! ନାଚିବାକୁ ବାରଣ କରିବାରୁ ବଡ଼ ଭାଇକୁ କୁରାଢିରେ ହାଣିଦେଲା

ଡିଜେ ବଜାଇବାକୁ ନେଇ ଦୁଇଭାଇ ରାଜକୁମାର କୋଲ ଓ ରାକେଶ କୋଲଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବଡ଼ଭାଇ ରାକେଶ ଡିଜେ ବନ୍ଦ କରିବା ସହ ନାଚିବାକୁ ବାରଣ କରିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Murder

Murder

ଡିଜେକୁ ନେଇ ହତ୍ୟାକାଣ୍ଡ। ବଡ଼ ଭାଇର ଜୀବନ ନେଲା ସାନ ଭାଇ। ଡିଜେ ବନ୍ଦ କରିଦେବା ସହ ନାଚିବାକୁ ମନା କରିବାରୁ କୁରାଢିରେ ହାଣି ହତ୍ୟା କଲା । ମଧ୍ୟପ୍ରଦେଶ ସତନା ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା।

Advertisment

ପୋଲିସର ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ସତନା ଜିଲ୍ଲା ମହୁର ଗାଁରେ ଏକ କାର୍ଯ୍ୟକ୍ରମ ଚାଲିଥିଲା। ଡିଜେ ବଜାଇବାକୁ ନେଇ ଦୁଇଭାଇ ରାଜକୁମାର କୋଲ ଓ ରାକେଶ କୋଲଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବଡ଼ଭାଇ ରାକେଶ ଡିଜେ ବଜାଇବାକୁ ବାରଣ କରିବା ସହ ନନାଚିବା ପାଇଁ କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସାନଭାଇ ରାଜକୁମାର ରାକେଶଙ୍କୁ କୁରାଢିରେ ଆକ୍ରମଣ କରିଥିଲା।

ଏହାପରେ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ରାକେଶଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ବେକରେ ଗଭୀର କ୍ଷତ ଯୋଗୁଁ ପ୍ରବଳ ରକ୍ତସ୍ରାବ ଫଳରେ ମୃତ୍ୟୁ ହୋଇଯାଇଥିଲା। ଏନେଇ ରାକେଶଙ୍କ ପତ୍ନୀ ପୂଜା କୋଲ ଶନିବାର ସକାଳେ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

Advertisment

ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଏକ ଟିମ୍ ପଠାଯାଇଥିଲା। ରାଜକୁମାରକୁ ବାଦ ଆଶ୍ରମ ନିକଟ ଜଙ୍ଗଲରୁ ଗିରଫ କରିଥିଲା ପୋଲିସ। ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛି ଅଭିଯୁକ୍ତ। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢି ଜବତ କରିଛି ପୋଲିସ। ଏହାପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।

DJ Music Murder
Advertisment
Advertisment