• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟେକ୍ନୋଲୋଜି ବଢ଼ିବା ସହ ବଢ଼ି ଚାଲିଛି ସାଇବର କ୍ରାଇମ । ମୁହୂର୍ତ୍ତକେ ଆକାଉଣ୍ଟରୁ ଖାଲି ହୋଇଯାଉଛି ଟଙ୍କା । ଦିନକୁ ଦିନ ବଢ଼ୁଥିବା ସାଇବର କ୍ରାଇମ ଲୋକଙ୍କ ନିଦ ହଜାଇ ଦେଉଛି । AI ର ବ୍ୟବହାର କରି ଅସମ୍ଭବକୁ ସମ୍ଭବ କରାଯାଉଛି । ଲୋକଙ୍କ ମୁହଁଠାରୁ ଆରମ୍ଭ କରି ସ୍ୱର ପର୍ଯ୍ୟନ୍ତ ସବୁ ନକଲ କରାଯାଇପାରୁଛି । ଫଳରେ ଅତି ଆରାମରେ ଲୋକଙ୍କୁ ମାୟାଜାଲରେ ଫସାଇ ଦେଉଛନ୍ତି ସାଇବର ଲୁଟେରା ।

ଏନେଇ ଏକ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କାବେରୀ ନାମକ ଜଣେ ୟୁଜର୍ସ ନିଜ ସହ ଘଟିଥିବା ଏକ ଘଟଣା ସୋସିଆଲ ମିଡିଆ ସାଇଟ X ରେ ପୋଷ୍ଟ କରିଛନ୍ତି । କାବେରୀ ଲେଖିଛନ୍ତି ଯେ, ଗତ ୧୧ ତାରିଖରେ ସେ ଏକ ଅଜଣା ନମ୍ବରରୁ କଲ ପାଇଥିଲେ । କଲ କରିଥିବା ବ୍ୟକ୍ତି ଜଣକ ନିଜକୁ ପୋଲିସ ବୋଲି କହିଥିଲେ । ଏହା ସହ ତାଙ୍କ ଝିଅ ସମସ୍ୟାରେ ପଡ଼ିଥିବା କଥା କହିଥିଲେ ।

ସେହି ନକଲି ପୋଲିସ ଅଫିସରଙ୍କ ଅନୁୟାୟୀ, ମହିଳାଙ୍କ ଝିଅ ଓ ତାଙ୍କର ତିନିଜଣ ସାଙ୍ଗ ଜଣେ ବିଧାୟକଙ୍କ ପୁଅ ଉପରେ ଭିଡିଓ ତିଆରି କରୁଥିଲେ, ପରେ ତାଙ୍କୁ ବ୍ଲାକମେଲ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା । ଅଜଣା ନମ୍ବରରୁ କଲ ରିସିଭ୍ କରିବା ପରେ ପ୍ରଥମେ ସେପଟୁ ଉତ୍ତର ଆସିଥିଲା ଝିଅ କେଉଁଠାରେ ଅଛି ।

ଅଧିକ ପଢ଼ନ୍ତୁ: CBSEର ବଡ଼ ପଦକ୍ଷେପ...ଏଣିକି ପିଲା ପଢିବେ AI ପାଠ; ମିଳିବ ସହଜରେ ଚାକିରି !

ପରେ ପରେ ଅବିକଳ ଝିଅର ସ୍ୱର ସହ ସେ କାନ୍ଦୁଥିବା ଶୁଣାଯାଇଥିଲା । ଫୋନରେ ସାହାଯ୍ୟ କରିବାକୁ ଝିଅ କାନ୍ଦି କାନ୍ଦି ମାଆଙ୍କୁ କହୁଥିଲା । କିନ୍ତୁ କାବେରୀଙ୍କୁ ସନ୍ଦେହ ହେବାରୁ ସେ ସିଧାସଳଖ ଝିଅ ସହ କଥା ହେବାକୁ ଚାହୁଁଥିଲେ । ଏହାକୁ ଉକ୍ତ ପୋଲିସ ଅଫିସରଙ୍କୁ ଜଣାଇଥିଲେ । ଏହା ଶୁଣି ନକଲି ପୋଲିସ ଅଫିସର ଜଣକ ବିରକ୍ତ ହେବା ସହ ଫୋନ କଲ୍ କାଟି ଦେଇଥିଲା ।

ଏହାକୁ ନେଇ ଇଣ୍ଟରନେଟରେ ବହୁ ପ୍ରତିକ୍ରିୟା ପ୍ରକାଶ ପାଇଛି । AI ର ବ୍ୟବହାର କରି ତାଙ୍କ ଝିଅର ସ୍ୱରକୁ ଅବିକଳ ନକଲ କରାଯାଇ ଥାଇପାରେ ସେ ସନ୍ଦେହ କରୁଛନ୍ତି । ଏଣୁ ଯେକୌଣସି ପହକ୍ଷେପ ନେବା ପୂର୍ବରୁ ଏହାକୁ ତନ୍ନ ତନ୍ନ କରି ଯାଞ୍ଚ କରିବାକୁ ସେ ଉକ୍ତ ପୋଷ୍ଟ ମାଧ୍ୟମରେ ଅନୁରୋଧ କରିଛନ୍ତି ।

ଅଧିକ ପଢ଼ନ୍ତୁ: ମାରାତ୍ମକ ହେଉଛି ପ୍ରଯୁକ୍ତି ବିଦ୍ୟା, AI ବ୍ୟବହାର କରି ସହପାଠୀଙ୍କ ଅଶ୍ଲୀଳ ଇମେଜ ତିଆରି କଲେ ଛାତ୍ର