Advertisment

Drop out Rate increasing: ଡ୍ରପ ଆଉଟ କମୁନି, ଦଶମ ପରୀକ୍ଷା ଦେଲେନି ୧୦ ହଜାର ପିଲା

ବର୍ଷସାରା ପାଠ ପଢିଲେ, ପରୀକ୍ଷା ପାଇଁ ଫର୍ମ ପୂରଣ ବି କଲେ। ହେଲେ ପରୀକ୍ଷା ବେଳକୁ ଦେଖାନାହିଁ। ଏଥର ମାଟ୍ରିକ ପରୀକ୍ଷା ଦେଉନାହାଁନ୍ତି ରାଜ୍ୟର ପ୍ରାୟ ୧୦ ହଜାର ପିଲା। ଉପକୂଳରୁ ଉପାନ୍ତ ସବୁ ଜିଲ୍ଲାରେ ଅନୁପସ୍ଥିତି। ଦାଦନ ଖଟିବାକୁ କିଏ ବାହାର ରାଜ୍ୟକୁ ଯାଇଛି ତ କିଏ ପରିବାର ପାଇଁ ମୂଲ ଲଗୁଛି।

author-image
Saroj Kumar Jena
undefined

Drop Out

ବର୍ଷସାରା ପାଠ ପଢିଲେ, ପରୀକ୍ଷା ପାଇଁ ଫର୍ମ ପୂରଣ ବି କଲେ। ହେଲେ ପରୀକ୍ଷା ବେଳକୁ ଦେଖାନାହିଁ। ଏଥର ମାଟ୍ରିକ ପରୀକ୍ଷା ଦେଉନାହାଁନ୍ତି ରାଜ୍ୟର ପ୍ରାୟ ୧୦ ହଜାର ପିଲା। ଉପକୂଳରୁ ଉପାନ୍ତ ସବୁ ଜିଲ୍ଲାରେ ଅନୁପସ୍ଥିତି। ଦାଦନ ଖଟିବାକୁ କିଏ ବାହାର ରାଜ୍ୟକୁ ଯାଇଛି ତ କିଏ ପରିବାର ପାଇଁ ମୂଲ ଲଗୁଛି। ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାରେ ଡାଇନାମିକ୍ QR କୋଡ୍ ଲାଗୁକରି ଭାଇରାଲ୍ ଓ କପି ରୋକିବାରେ ଏକ ପ୍ରକାର ସଫଳ ହୋଇଛି ବୋର୍ଡ। ହେଲେ ଡ୍ରପ୍ ଆଉଟରେ ଲାଗିପାରିନି ରୋକ୍।

Advertisment

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ। ହେଲେ ଗଲା ୨୧ ତାରିଖରେ ପ୍ରଥମ ଦିନ ପରୀକ୍ଷା ଦେଇଛନ୍ତି ପ୍ରାୟ ୫ ଲକ୍ଷ ୧୨ ହଜାର ୩ଶହ ପରୀକ୍ଷାର୍ଥୀ। ପାଖାପାଖି ୧୦ ହଜାର ପରୀକ୍ଷାର୍ଥୀ ଗଲେ କୁଆଡେ? କାହିଁକି ଦେଲେନି ପରୀକ୍ଷା ? ଏତେ ସଂଖ୍ୟାରେ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ପଛରେ କାରଣ କଣ ? କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କିଏ ପେଟ ପାଇଁ ଦାଦନ ଖଟିବାକୁ ଯାଇଛି, ତ ଆଉ କିଏ ରୋଗିଣା ମା'ର ଚିକିତ୍ସା ପାଇଁ ମୂଲ ଲାଗୁଛି। ଆଉ କିଛି ପରୀକ୍ଷାର୍ଥୀ ବିବାହ କରିନେଇଥିବା ଜଣାପଡିଛି। ଭାତ ହାଣ୍ଡିରୁ ଗୋଟିଏ ଚାଉଳ ଭଳି ରାୟଗଡା ଜିଲ୍ଲା କଲ୍ୟାଣପୁର ବ୍ଲକର ରବି ଛାମୀୟା। ବାପା ଛେଳି ଚରାଉଥିବା ବେଳେ ରୋଗିଣା ମା'ର ଚିକିତ୍ସାପାଇଁ ରବି ମଜୁରି ଲାଗୁଛି। ସେହି ଟଙ୍କାରେ ଚଳୁଛି ଘର।

ଅଧିକ ପଢ଼ନ୍ତୁ: କିଟ୍ ଘଟଣାରେ ପୋଲିସ କମିଶନରଙ୍କୁ ଭେଟି ପୋଲିସର ନିଷ୍କ୍ରିୟତା କଥା କହିଲା CPIM

Advertisment

ସମାନ ସ୍ଥିତି ନବରଙ୍ଗପୁର ଜିଲ୍ଲା ଉମରକୋଟର ପାର୍ବତୀଙ୍କର। ବାପା-ମା ଚାଷ କରୁଥିବା ବେଳେ ଘରର ପରିସ୍ଥିତି ଭଲ ନାହିଁ। ତେଣୁ ଫର୍ମ ଫିଲପ୍ କରି ପାର୍ବତୀ ଆନ୍ଧ୍ରର ଏକ ଇଟାଭାଟିରେ କାମ କରିବାକୁ ଚାଲିଯାଇଥିଲେ। ଆଜି ପହଁଚିବା ବେଳକୁ ଦୁଇଟି ପରୀକ୍ଷା ସରିଗଲାଣି। ଉପକୂଳ ଜିଲ୍ଲା କେନ୍ଦ୍ରାପଡା ରାଜନଗର ବ୍ଲକରେ ତ ସ୍ଥିତି ଆହୁରି ଖରାପ। ପଞ୍ଚୁ-ବରାହୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୪ ଜଣ ଅନୁପସ୍ଥିତ। କାରଣ ବୁଝିବାରୁ ଜଣାପଡିଛି ଯେ, ପେଟ ପାଟଣାପାଇଁ ପିଲା ଚାଲିଯାଇଛନ୍ତି ଦାଦନ ଖଟିବାକୁ।

ମାତୃଭାଷା ଭଳି ଆଜି ଇଂରାଜୀ ପରୀକ୍ଷାରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଚିତ୍ର। ନବରଙ୍ଗପୁର ଝରିଗାଁରେ ଆଜି ପରୀକ୍ଷା ଦେଇନାହାନ୍ତି ୫୪୫ ପିଲା। ସେହିପରି ବଲାଙ୍ଗିରରେ ଦାଦନ ଯାଇଥିବାରୁ ଏଥର ୭୪୨ ପିଲା ପରୀକ୍ଷା ଦେଉନଥିବା ଖୋଦ୍ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି। ପରୀକ୍ଷାରେ ଏତେ ସଂଖ୍ୟାରେ ପିଲାଙ୍କ ଅନୁପସ୍ଥିତି ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ଓଡ଼ିଶା ଅଭିଭାବକ ମହାସଂଘ।

ପ୍ରଥମଥର ପାଇଁ ଏଥର ମାଟ୍ରିକ ପରୀକ୍ଷାରେ ଡାଇନାମିକ୍ କ୍ୟୁଆର କୋଡ୍ ଲାଗୁକରି ଭାଇରାଲ୍ ଓ କପି ରୋକିବାରେ ସଫଳ ହୋଇଛି ବୋର୍ଡ। ହେଲେ ଡ୍ରପ ଆଉଟ୍ ରୋକିବାରେ ବିଫଳ। ତଥ୍ୟରୁ ଜଣାପଡିଛି ବଲାଙ୍ଗୀର, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି। ସେପଟେ ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ କହିଛନ୍ତି, ପରୀକ୍ଷାର୍ଥୀ ଅନୁପସ୍ଥିତିର କାରଣ ଖୋଜାଯିବ। ଏଥିପାଇଁ ବୋର୍ଡ କର୍ତ୍ତୃପକ୍ଷ ଓ ଡିଇଓ ମାନଙ୍କୁନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ: କିଟ୍ ଘଟଣାରେ ନେପାଳ ମାନବାଧିକାର କମିଶନଙ୍କ ଚିଠି, ତୁରନ୍ତ ନ୍ୟାୟ ଦିଅ

Matric Exam
Advertisment
Advertisment