ପ୍ରଶାନ୍ତଙ୍କ ୨ଟି ବହୁତଳ ପ୍ରାସାଦ, ୨ଟି ଫ୍ଲାଟ୍, ୫ଟି ପ୍ଲଟ, ୧ କୋଟି ୩୭ ଲକ୍ଷର ବ୍ୟାଙ୍କ ଜମା, ୫ଶହ ଗ୍ରାମରୁ ଅଧିକ ସୁନା ଓ ୧ ଲକ୍ଷ ୨୧ ହଜାର ନଗଦ ଟଙ୍କା ଠାବ କରିଛି ଭିଜିଲାନ୍ସ ।
ବ୍ୟକ୍ତି ଜଣକ ବାଥରୁମକୁ ଯାଇ ଶରୀରରୁ ପୋଷାକ ଖୋଲିବାର ମାତ୍ର କିଛି ସମୟ ପରେ ଭିଡିଓ କଲ୍ଟି କଟିଯାଇଥିଲା । ଅର୍ଥାତ୍ ମହିଳା ଜଣକ ଭିଡିଓ କଲ୍ଟିକୁ କାଟିଦେଇଥିଲେ ।
ଯେଉଁମାନେ ନ୍ୟୁଡ କଲରେ ସାମିଲ ହେଉଥିଲେ ତାଙ୍କ ଠାରୁ ମୋଟା ଅଙ୍କର କମିଶନ ନେଉଥିଲା । ଓଡ଼ିଶାର ଦୁଇ ଜଣଙ୍କ ସହ ତାର ଥିଲା ସମ୍ପର୍କ । ୯ଟି ବ୍ୟାଙ୍କରେ ତାର ଆକାଉଣ୍ଟ ରହିଛି । ଇଣ୍ଡସ ଇଣ୍ଡ ବ୍ୟାଙ୍କ୍, IDBI Bank, ଏସବିଆଇ, Axis Bank, Central Bank, IDFC, ବ୍ୟାଙ୍କ୍ ଅଫ୍ ବରୋଦାରେ ରହିଛି ଆକାଉଣ୍ଟ ।
ଡିସକାଉଣ୍ଟରେ କାର ଦେବାକୁ କହି ପାଖାପାଖି ୪୦ କୋଟି ଟଙ୍କାର ଠକେଇ ଅଭିଯୋଗ । ଠକେଇ ଅଭିଯୋଗ ପରେ ସ୍ବାମୀ ସ୍ତ୍ରୀଙ୍କୁ ଅଟକ ରଖିଛି ପୋଲିସ ।
ମଦ ବ୍ୟାନ ଥିବା ରାଜ୍ୟରେ ବେଆଇନ ଭାବେ ଗାଡ଼ିରେ ମଦ ନେଉଥିଲେ । ପୋଲିସକୁ ଦେଖି ଜୋରରେ ଗାଡ଼ି ଚଲାଇ ପଳାଇବେ ବୋଲି ଭାବିଥିଲେ । କିନ୍ତୁ ନିୟତିର ନୀତି ଥିଲା ଅଲଗା ।
ସଂସଦରେ ସ୍ମୋକ୍ ଆଟାକ୍ ଘଟଣାର ତନାଘନା କରୁଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଗଠିତ କମିଟି । ଘଟଣାରେ କର୍ଣ୍ଣାଟକର ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ପୁଅଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ ।
ଢୋଲ ଭିତରେ ମୂଷା । ଗରିବଙ୍କ ପେଟକୁ ଲାତ । ବାବୁ ଖାଇଗଲେ ପିଡିଏସ୍ ଚାଉଳ । କାରସାଦି କରି ଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀ ହଡପ୍ କରି ନେଇଛନ୍ତି ଶହ ଶହ କ୍ୱିଣ୍ଟାଲ ସରକାରୀ ଚାଉଳ ।
କ୍ରାଇମବ୍ରାଞ୍ଚ STF ଓ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଜେରାରୁ ଖୋଲୁଛି ସନ୍ଦିଗ୍ଧ ଆତଙ୍କୀ ବୁଖାରୀର ଗୋଟିକ ପରେ ଗୋଟିଏ କଳାଚିଠା । ଏବେ ଖୋଲିଛି ବୁଖାରୀର ହନିଟ୍ରାପ୍ ଆପ ଗୁମର ।
ଭୁବନେଶ୍ୱରରେ ଗତକାଲି ହୋଇଥିବା ଶିଶୁ ଅପହରଣ ନାଟକର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୋଲିସ୍ । ଘଟଣାରେ ଶିଶୁର ବାପା ଓ ସାବତ ବାପାକୁ ମିଶାଇ ପୋଲିସ୍ ମୋଟ୍ ୪ ଜଣଙ୍କୁ ଗିରଫ କରିଛି ।
କାଲି ସୁନ୍ଦରଗଡ଼, ଆଜି ଭୁବନେଶ୍ୱର..କାଲି ପିହୁ ଆଜି ଆଶୁତୋଷ । ଦୁଇ ଦିନରେ ଦୁଇ ଦୁଇଟି ଶିଶୁର ଜୀବନ ସହ ଖେଳ ।
ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ସୟିଦ ଇଶାନ ବୁଖାରୀ ଥିଲା ହନିଟ୍ରାପ ମାଷ୍ଟର ! ନିଜର ଏକ ସ୍ୱତନ୍ତ୍ର ଆପ୍ ବନେଇଥିଲା । ବହୁ ଯୁବତୀଙ୍କ ଜରିଆରେ ନ୍ୟୁଡ୍ କଲ୍ କରାଇ ବଡ଼ ବଡ଼ିଆଙ୍କଠୁ ଆଦାୟ କରିଛି କୋଟି କୋଟି ଟଙ୍କା ।
ଦୁଇ ମାସ ପୂର୍ବରୁ ସୁବ୍ରତ ଓ ଶାନ୍ତିଲତାଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା।
କପେ ଚା’ ପାଇଁ ସ୍ୱାମୀର ନାରକୀୟ କାଣ୍ଡ । ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଭୁଲିଗଲା ସ୍ୱାମୀ ।
ତେବେ ଶିଶୁ ଅପହରଣର କାରଣ ସ୍ପଷ୍ଟ ହୋଇନାହିଁ । ଏପଟେ ଅପହର୍ତ୍ତାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।
ଲକ୍ଷ୍ୟଭ୍ରଷ୍ଟ ହେବାରୁ ଅଳ୍ପକେ ବର୍ତ୍ତିଗଲେ ବ୍ୟବସାୟୀ । କ୍ଷେତରାଜପୁର ଥାନା ପୋଦ୍ଦାର କଲୋନୀରେ ଫାୟାରିଂ
ନାଟକୀୟଭାବେ ଅପହରଣ, ଆଶ୍ଚର୍ଯ୍ୟଜନ ଢଙ୍ଗରେ ଉଦ୍ଧାର। ନିଜ ସାହସ ଓ ବୁଦ୍ଧିମତ୍ତା ପାଇଁ ସୁନ୍ଦରଗଡ଼ରୁ ସୁରକ୍ଷିତ ଉଦ୍ଧାର ହୋଇଛି ଦେବଗଡ଼ରୁ ଅପହୃତା କୁନି ଝିଅ ପିହୁ..
ଖୋଲିବ ସନ୍ଦିଗ୍ଧ ଆତଙ୍କୀ ବୁଖାରୀର କଳାଚିଠା। ୫ ଦିନିଆ ରିମାଣ୍ଡରେ ଆଣି ବୁଖାରୀକୁ ଭୁବନେଶ୍ବରରେ ଘାଣ୍ଟୁଛନ୍ତି କ୍ରାଇମବ୍ରାଞ୍ଚ STF ସହ IB ଅଧିକାରୀ। ଆତଙ୍କବାଦୀଙ୍କ ସହ ସମ୍ଭାବ୍ୟ ଲିଙ୍କ୍, ନିଜକୁ ଡାକ୍ତର ଦର୍ଶାଇ ବହୁ ବିବାହ ପଛର ରହସ୍ୟ ଏବଂ ଓଡ଼ିଶାରେ ଆତ୍ମଗୋପନ ପଛର ସତ ଉଗାରୁଛନ୍ତି ଅଧିକାରୀ..
ଗତକାଲି ଦେବଗଡରୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ଭୋରରୁ ସୁନ୍ଦରଗଡ଼ ବଡଗାଁରୁ ଉଦ୍ଧାର ହୋଇଥିଲା କୁନି ଝିଅ ।
ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ STF । ବୁଖାରୀକୁ ପଚରାଉଚରା ପାଇଁ ଭୁବନେଶ୍ୱରରେ IB ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବୁବାଲନ ନାମକ ବ୍ୟକ୍ତି କିଛି ଦିନ ପୂର୍ବରୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେ ଦୁଇ ଦିନ ହେବ ସେଠାରୁ ବାହାରିଛନ୍ତି । ପୂର୍ବରୂ ସେ ଖୁବ୍ ନିଶା ସେବନ କରୁଥିଲେ । ଯାହାର ପରିଣାମରେ ଏଭଳି ସ୍ଥିତି ଉପୁଜିଛି ।
ଗତ ୧୪ ତାରିଖରେ ଏପରି ଏକ ଅଦ୍ଭୁତଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୨୬ ବର୍ଷୀୟ ଯୁବତୀ ଜଣେ ଅଜଣା ଯୁବକଙ୍କ ଏପରି ବ୍ୟବହାରକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ।
ଉଭୟଙ୍କ ଘରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଉଥିବାବେଳେ ଭୁବନେଶ୍ୱର, ସମ୍ବଲପୁର, ଅନୁଗୁଳ ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ଚଢ଼ାଉ ହେଉଛି ।
ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ STF ଆବେଦନ କରିଥିଲା । ହେଲେ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି । ବୁଖାରୀକୁ ପଚରାଉଚରା ପାଇଁ ଜମ୍ମୁ କାଶ୍ମୀର ଓ ପଂଜାବ ପୋଲିସ ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ମିଳିଛି ।
ନକଲି ସାର୍ଟିଫିକେଟ ଦେଇ କରିଥିଲେ ଚାକିରି ... ବହିଷ୍କୃତ କଲେ ଜିଲ୍ଲା ଶିକ୍ଷା ଅଧିକାରୀ ... ଆଗରୁ ମଧ୍ୟ ଏମିତି ୪ ଜାଲ୍ ଶିକ୍ଷକଙ୍କୁ ଚାକିରିରୁ ହଟାଇଥିଲେ ଡିଇଓ ...
୧୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଚାଲିଥିଲା ଡିଲ୍.. କେଉଁଠୁ ଆଣିଲେ ବାଘ ଚମଡ଼ା, ବନ ବିଭାଗର ଛାନଭିନ୍..