Advertisment

ପୋଲିସ ପରୀକ୍ଷାର ଟପ୍ପର୍‌ ଏବେ ପୋଲିସ ହାଜତରେ..

ମାଙ୍କଡ଼ ହାତରେ ଶାଳଗ୍ରାମ। ଯାହାକୁ ଗର୍ବରେ ମୁଣ୍ତରେ ମୁକୁଟ ପିନ୍ଧାଇ ହିରୋ ଭାବେ ବସାଇଥିଲେ। ସେ ହିଁ ବାହାରିଲା ଠକ। ପୋଲିସ ପରୀକ୍ଷାରେ ଟପ୍‌ କରିଥିବା ଯୁବକ ଏବେ ଜେଲ୍‌ କୋଠରୀରେ ଦିନ କାଟୁଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Sub Inspector Arrested

Sub Inspector Arrested

ବନ୍ଧା ହେଲେ ୧୫ ଜଣ ସବ୍‌ ଇନ୍ସପେକ୍ଟର। ଜାଲିଆତି ଭାବେ ପାଇଥିଲେ ଚାକିରି। ରାଜସ୍ଥାନ ଜୟପୁରର ଭିନ୍ନ ସ୍ଥାନରେ SOG(ସ୍ୱତନ୍ତ୍ର ଅପରେସନ୍‌ ଗ୍ରୁପ୍‌) ଚଢାଉ କରି ୧୫ ସବ୍‌ ଇନ୍ସପେକ୍ଟରଙ୍କୁ ଗିରଫ କରିଛି। ରାଜସ୍ଥାନ ପୋଲିସ ସର୍ଭିସ କମିଶନ(RPSC) ପକ୍ଷରୁ ନିଯୁକ୍ତି ପାଇଥିବା ୭୦୦ ଏସ୍‌ଆଇ ପୋଷ୍ଟର ତଦନ୍ତ ଚାଲିଛି।

Advertisment

ମାଙ୍କଡ଼ ହାତରେ ଶାଳଗ୍ରାମ। ଯାହାକୁ ଗର୍ବରେ ମୁଣ୍ତରେ ମୁକୁଟ ପିନ୍ଧାଇ ହିରୋ ଭାବେ ବସାଇଥିଲେ। ସେ ହିଁ ବାହାରିଲା ଠକ। ପୋଲିସ ପରୀକ୍ଷାରେ ଟପ୍‌ କରିଥିବା ଯୁବକ ଏବେ ଜେଲ୍‌ କୋଠରୀରେ ଦିନ କାଟୁଛି। ଜୁନ୍‌ ୨୦୨୩ ରେ RPSC ପକ୍ଷରୁ ସବ୍‌ ଇନ୍ସପେକ୍ଟର ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅନେକ ଆଶାୟୀ ବି ଆବେଦନ କରିଥିଲେ। କିନ୍ତୁ ପରୀକ୍ଷାରେ ପଙ୍କରୁ ପଦ୍ମ ଫୁଟିବା ଭଳି ନରେଶ କୁମାର ନାମକ ବ୍ୟକ୍ତି ସବୁଠୁ ଅଧିକ ନଂ ରଖି ଟପର୍‌ ହୋଇଥିଲେ। କିଏ ଜାଣିଥିଲା ସିଏ ଠକ ବାହାରିବେ। ଅନ୍ୟାୟ ଉପାୟରେ ଅର୍ଥାତ ଜାଲିଆତି କରି ସେ ଏହି ସଫଳତା ପାଇଛନ୍ତି।

ନରେଶ କୁମାରଙ୍କୁ ମାର୍ଚ୍ଚ ୨୦୨୪ ରେ ପୋଲିସର ସ୍ୱତନ୍ତ୍ର ଅପରେସନ୍‌ ଗ୍ରୁପ ଗିରଫ କରିଥିଲା। ପରୀକ୍ଷାରେ ପାସ୍‌ ହେବା ପାଇଁ ସେ ନିଜ ବଦଳରେ ଆଉ ଜଣେ ଛାତ୍ରଙ୍କୁ ହଲ୍‌ରେ ବସାଇଥିବା ଅଭିଯୋଗ ହୋଇଥିଲା। ଏମିତିକି ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନର ଉତ୍ତର ଦେବା ପାଇଁ ସକ୍ଷମ ନୁହେଁ ବୋଲି ଜଣାପଡ଼ିଥିଲା।

Advertisment

ଗଣମାଧ୍ୟମକୁ ସାକ୍ଷାତକାର ବେଳେ ନରେଶ ନର୍ଭସ ଥିବାର ଦେଖିବାକୁ ମିଳିଥିଲା। ପ୍ରଶ୍ନର ଉତ୍ତର ଦେଲା ବେଳେ ତାଙ୍କ ଓଠ ଥରହର ହେଉଥିଲା। ପୋଲିସର କହିବାନୁଯାୟୀ, ନରେଶ ପ୍ରଥମେ ସଂସ୍କୃତ ବିଭାଗରେ ଜୁନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଯେଉଁଠି ସେ SI ପରୀକ୍ଷା ପାଇଁ ଦିନକୁ ୬-୭ ଘଣ୍ଟା ପଢ଼ାପଢ଼ି କରୁଥିବା ଦାବି କରୁଥିଲେ। କିନ୍ତୁ ପଚରାଉଚରା ବେଳେ SI ପରୀକ୍ଷାର ସାମାନ୍ୟ ପ୍ରଶ୍ନର ବି ଉତ୍ତର ଦେଇପାରୁନଥିଲେ। ଏବେ ପ୍ରଶ୍ନ ଉଠୁଛି ଯେ, ସେ ଜୁନିୟର ଆସିଷ୍ଟାଣ୍ଟ ପୋଷ୍ଟ ବି ଜାଲିଆତି କରି ପାଇନାହାନ୍ତି ତ ?

ନରେଶ କହିଛନ୍ତି ତାଙ୍କ ସମ୍ପର୍କୀୟ ମଧ୍ୟରେ ଜଣେ ପୋଲିସ ଚାକିରିରେ କାର୍ଯ୍ୟରତ। ସେ ତାଙ୍କଠୁ ଅନୁପ୍ରାଣିତ ହୋଇ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। କେବଳ ନରେଶ ନୁହନ୍ତି ଏମିତି ଅନେକ ପୋଲିସ ଅଧିକାରୀ ଜାଲିଆତି କରି ଚାକିରି ପାଇଥିବା ଅଭିଯୋଗ ହୋଇଛି। ସମସ୍ତଙ୍କ ସମ୍ପର୍କୀୟ ପୋଲିସରେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କୁ ମଧ୍ୟ ସରକାରଙ୍କୁ ପକ୍ଷରୁ ନୋଟିସ୍‌ ହୋଇଛି।

Job Fraud Sub Inspector Arrested
Advertisment
Advertisment