/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709887430.jpg)
Chit fund Scam
ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଜବତ ବ୍ଲୁ ଅଡିକୁ ନେଇ ଚର୍ଚ୍ଚା । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଇଡି ରେଡ୍ କରିଥିଲା । ଏହି ସମୟରେ ED ହାତରେ ଲକ୍ଷାଧିକ ଟଙ୍କା ସହ ଲାଗିଛି ଦାମୀ କାର୍ । ଗାଡ଼ି ମାଲିକଙ୍କ ସହ ଚିଟ୍ ଫଣ୍ଡ ଠକଙ୍କ ଲିଙ୍କ ନେଇ ଖୋଳତାଡ ଜାରି ରହିଛି ।
ଗତକାଲି ରେଡ ବେଳେ ଏକ ବ୍ଲୁ ରଙ୍ଗର ଅଡ଼ି କ୍ୟୁଥ୍ରୀ କାରକୁ ଜବତ କରାଯାଇଛି I ତେବେ OD02CH2809 ନମ୍ବର ରେଜିଷ୍ଟେସନ ଥିବା ଏହି କାରର ମାଲିକ ବ୍ରହ୍ମପୁରର ଜଣେ କଣ୍ଟ୍ରାକ୍ଟରଙ୍କର ବୋଲି ଜଣାପଡିଛି I ତେବେ ଚିଟଫଣ୍ଡ ଅଭିଯୁକ୍ତଙ୍କ ଘରେ ଗତକାଲି ରେଡ୍ ବେଳେ ଏହି ଗାଡ଼ି ଜବତ ହୋଇଛି I
ସେହିପରି ଆଉ ଜଣେ କଣ୍ଟ୍ରାକ୍ଟରଙ୍କ ଘରୁ ୧୫ ଲକ୍ଷ ଟଙ୍କା ସମେତ ପ୍ରାୟ ୭୦୦ ଗ୍ରାମ ସୁନା ଜବତ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ଚିଟଫଣ୍ଡ ଅଭିଯୁକ୍ତଙ୍କ ଘରୁ ମୋଟ ୩୦ ଲକ୍ଷ ନଗଦ ଟଙ୍କା ଓ ସୁନା ଗହଣା ଜବତ କରାଯାଇଥିବା ଇଡି ସୂଚନା ଦେଇଛି I ଏଟି ଚିଟଫଣ୍ଡ ମାମଲାରେ ଗତକାଲି ଭୁବନେଶ୍ୱରର ଖବରକାଗଜ କାଗଜ ମାଲିକ ବିକାଶ ସ୍ୱାଇଁ, ବିଲଡର ସାଗର ରାୟଙ୍କ ଘର ଓ ଅଫିସ୍ ସମେତ ଏକାଧିକ ଲୋକଙ୍କ ଘରେ ହୋଇଥିଲା ରେଡ ।
ଭୁବନେଶ୍ୱରରେ ୬ ଟି ସ୍ଥାନରେ ଇଡି ରେଡି କରିଥିବା ବେଳେ ଗଞ୍ଜାମ ଓ ଛତ୍ରପୁରରେ ୨ଟି ସ୍ଥାନରେ ଇଡି ପକ୍ଷରୁ ଚଢାଉ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)