/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709781144.jpg)
kangaroo court
ନୟାଗଡ଼ରୁ ପୁଣି ସାମ୍ନାକୁ ଆସିଲା କଙ୍ଗାରୁ କୋର୍ଟ ଅଭିଯୋଗ। କଙ୍ଗାରୁ କୋର୍ଟର ଶିକାର ହୋଇଛନ୍ତି ଖୋଦ୍ ଜଣେ ଅଙ୍ଗନବାଡ଼ି କର୍ମୀ l ନ୍ୟାୟ ପାଇଁ ଥାନାରେ ବାରମ୍ବାର ଗୁହାରି ପରେ ପୋଲିସ ଶୁଣୁନଥିବା ଅଭିଯୋଗ ହୋଇଛି। ନୟାଗଡ଼ ନୂଆଗାଁ ଥାନା ବଡ଼ବାରଣା ଗାଁର ଅଙ୍ଗନବାଡ଼ି କର୍ମୀ ରୋଜାଲିନ୍ ମହାନ୍ତି ଏହି ଅଭିଯୋଗ ଆଣିଛନ୍ତି।
ରୋଜାଲିନଙ୍କ କହିବା କଥା, ତାଙ୍କ ପାରିବାରିକ ଝଗଡ଼ା ଗାଁ ସଭାକୁ ଯାଇଥିଲା। ସମାଧାନ ପରିବର୍ତ୍ତେ ଗାଁ ସଭା ପାଲଟିଥିଲା କଙ୍ଗାରୁ କୋର୍ଟ। ଏଥିପାଇଁ ନିଆଁ ପାଣି ବାସନ୍ଦ କରାଯାଇଛି l ଗାଁରେ ଯିଏ .ରୋଜାଲିନଙ୍କ ପରିବାର ସହ କଥା ହେବେ, ତାକୁ ୫୦ ହଜାର ଟଙ୍କା ଜୋରିମାନା କରାଯିବ ବୋଲି ଘୋଷଣା କରାଯାଇଛି l
ଅଙ୍ଗନବାଡି କେନ୍ଦ୍ର ପରିଚାଳନାରେ ସମସ୍ୟା ସୃଷ୍ଟି ହେବା ସହ ଚାକିରୀ ଛାଡିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ମାସେରୁ ଅଧିକ ସମୟ ହେଲାଣି, ନୂଆଗାଁ ଥାନାରେ ଅଭିଯୋଗ ସତ୍ତ୍ବେ ପୋଲିସ କୌଣସି ପଦକ୍ଷେପ ନେଉନଥିବା ଅଙ୍ଗନବାଡି କର୍ମୀ ଏବଂ ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ନୂଆଗାଁ ଥାନା ଅଧିକାରୀ କହିଛନ୍ତି, ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)