/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710137529.jpg)
CM Yogi Adityanath
ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଡିପ୍ ଫେକ୍ର ଶିକାର। ସୋସିଆଲ ମିଡିଆରେ ଭାଇରାଲ ହେଲା ଯୋଗୀ ଆଦିତ୍ୟନାଥଙ୍କର ଡିପ୍ ଫେକ୍ ଭିଜିଓ। AI ର ଦୁରୁପୋଯୋଗ କରି ଯୋଗୀ ଆଦିତ୍ୟନାଥଙ୍କୁ ଡାକ୍ତର ସଜାଯାଇଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ୪୬ ସେକେଣ୍ତ ଭିଡିଓରେ ଯୋଗୀ ଆଦିତ୍ୟନାଥ ଡାଇବେଟିସ୍ ଔଷଧକୁ ପ୍ରୋତ୍ସାହିତ କରୁଥିବାର ଦେଖାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ର ‘Grace Garsia’ ଆକାଉଣ୍ଟରୁ ଏହି ଭିଡିଓକୁ ସେୟାର କରାଯାଇଛି।
ଦେଶର ପ୍ରମୁଖ ନେତା ଏବେ ଡିପ୍ ଫେକ୍ ଭିଡିଓର ଶିକାର ହେଉଥିବାର ଦେଖିବାକୁ ମିଳିଛି। ଏମିତିକି ନାମୀଦାମୀ ଲୋକଙ୍କର ଡିପ୍ ଫେକ୍ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଥିଲା। ତେବେ ଏଥିରୁ ବର୍ତ୍ତି ନାହାନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଡିପ୍ ଫେକ୍ ଭିଡିଓରେ ତାଙ୍କୁ ନକଲି ଡାକ୍ତର ସଜାଇ ଡାଇବେଟିସ୍ ମେଡିସିନ୍ର ପ୍ରୋତ୍ସାହନ କରୁଥିବାର ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ: AI, Deepfake କ’ଣ, ଆପଣ ଜାଣନ୍ତି କି ?
ଯୋଗୀ ଆଦିତ୍ୟନାଥ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଉଥିବାର ଭିଡିଓର କିଛି ଅଂଶକୁ ନେଇ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। ଭିଡିଓରେ ଯୋଗୀ ଆଦିତ୍ୟନାଥ କହୁଛନ୍ତି, ଭାରତରେ ମଧୁମେହ(ଡାଇବେଟିସ୍) ରୋଗ ଉପରେ ବିଜୟ ହାସଲ କରାଯାଇଛି। ଆମକୁ ମଧୁମେହକୁ ଅଲବିଦା କରିବାକୁ ପଡ଼ିବ।
ଭିଡିଓ ଭାଇରାଲ ହେବା ପରେ ଇନ୍ସପେକ୍ଟର ମହମ୍ମଦ ମୁସଲିମ୍ ଖାନ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଫେସବୁକ୍ ଆକାଉଣ୍ଟ ‘Grace Garsia’ ନାଁରେ ମାମଲା ରୁଜୁ କରାଯାଇଛି। ଆଇପିସି ଧାରା ୪୧୯(ଛଦ୍ମନାମ ଦ୍ୱାରା ପ୍ରତାରଣା), ୫୧୧ (ଅପରାଧ ପ୍ରୟାସ) ଏବଂ IT ଆକ୍ଟ, ୨୦୦୮ ର ଧାରା ୬୬ ଆଧାରରେ ମାମଲା ରୁଜୁ ହୋଇଛି।
ଅଭିଯୋଗରେ ଦର୍ଶାଯାଇଛି ଯେ AI ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ସ୍ୱର ବଦଳାଇ ଦର୍ଶକଙ୍କୁ ମଧୁମେହ ଔଷଧ କିଣିବା ପାଇଁ ବିଭ୍ରାନ୍ତ ସୃଷ୍ଟି କରାଯାଇଛି। ଡାକ୍ତରୀ ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ଭୁଲ ଭାବରେ ଉପସ୍ଥାପନ କରି ଔଷଧ ଏବଂ ଏହାର ଫଳପ୍ରଦତା ବିଷୟରେ ଏକ ମିଥ୍ୟା କାହାଣୀ ସୃଷ୍ଟି କରାଯାଇଛି। ତେବେ ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦର୍ଶାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)