• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଔଷଧର ଦାମ ମାତ୍ର ଶହେ ଟଙ୍କା । କିନ୍ତୁ ବିକ୍ରି ହୋଇଛି ଦୁଇ ଲକ୍ଷ ଟଙ୍କାରେ । ସାମାନ୍ୟ ଫଙ୍ଗସ ମେଡିସିନକୁ କ୍ୟାନସର ମେଡିସିନ କହି ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଛି । ଏପରି ଏକ ଘଟଣାର ପର୍ଦାଫାସ କରିଛି ଦିଲ୍ଲୀ ପୋଲିସ । ଗତକାଲି ଦିଲ୍ଲୀ ପୋଲିସ ଏକ ନକଲି ଡ୍ରଗ୍ସ ରାକେଟକୁ ଧରିଛି । ଉତ୍ତର-ପଶ୍ଚିମ ଦିଲ୍ଲୀର ରୋହିଣୀର ଡାକ୍ତରଖାନାର ଦୁଇଜଣ କର୍ମଚାରୀଙ୍କ ସମେତ ନକଲି କ୍ୟାନସର ଔଷଧ ଉତ୍ପାଦନ ତଥା ଯୋଗାଣରେ ସମ୍ପୃକ୍ତ ଥିବା ସାତ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନେ ଶହେ ଟଙ୍କାର ଆଣ୍ଟି-ଫଙ୍ଗାଲ ଔଷଧକୁ ଜୀବନ ରକ୍ଷାକାରୀ କ୍ୟାନସର ମେଡିସିନ କହି ବିକ୍ରି କରୁଥିଲେ । ଚୀନ ଓ ଆମେରିକାରେ ଭାଏଲ୍ ପିଛା ଏକ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା । ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଏହି ସ୍କାମ ସମୟରେ ଅଭିଯୁକ୍ତମାନେ ପ୍ରାୟ ୭୦୦୦ ରୁ ଅଧିକ ଇଞ୍ଜେକ୍ସନ ବିକ୍ରି କରିଛନ୍ତି ବୋଲି ପୋଲିସ କହିଛି ।

ପୋଲିସର ସୂଚନାନୁସାରେ, ଏହି ନକଲି ମେଡିସିନଗୁଡ଼ିକ DLF କ୍ୟାପିଟାଲ୍ ଗ୍ରୀନ୍ସ, ମୋତି ନଗରର ଦୁଇଟି ଫ୍ଲାଟରେ ପ୍ରସ୍ତୁତ ହେଉଥିଲା । ଭିପିଲ ଜୈନ ଏହି ଅପରେସନର ମାଷ୍ଟରମାଇଣ୍ଡ ଥିଲା । ନକଲି କ୍ୟାନସର ମେଡିସିନଗୁଡ଼ିକ ତାଙ୍କ ସହଯୋଗୀ ସୁରଜ ଶଟଙ୍କ ଦ୍ୱାରା ଭାଏଲ ମଧ୍ୟରେ ଭର୍ତ୍ତି କରାଯାଉଥିଲା ।

ଚଢ଼ାଉ ବେଳେ ଉକ୍ତ ଫ୍ଲାଟରୁ ତିନୋଟି କ୍ୟାପ୍ ସିଲ୍ ଥିବା ମେସିନ୍, ଗୋଟେ ହିଟ୍ ଗନ୍ ଓ ୧୯୭ ଖାଲି ପାତ୍ର ବା ଭାଏଲ ଉଦ୍ଧାର କରାଯାଇଛି । ଗୁରୁଗ୍ରାମରେ ଥିବା ଅନ୍ୟ ଏକ ଫ୍ଲାଟରେ ଆଉ ଜଣେ ଅଭିଯୁକ୍ତ ନୀରଜ ଚୌହାନ ନିକଟରୁ ମଧ୍ୟ ନକଲି ଇଞ୍ଜେକ୍ସନ ରଖିବା ପାଇଁ ୫୧୯ ଟି ଖାଲି ବୋତଲ ଏବଂ ୮୬୪ ପ୍ୟାକେଜିଂ ବାକ୍ସ ଜବତ କରାଯାଇଛି ।

ତେବେ ଏହି ସାତଜଣ ଅଭିଯୁକ୍ତଙ୍କ ବିରୋଧରେ ଠକେଇ, ଜାଲିଆତି ପରି ମାମଲା ରୁଜୁ ହୋଇଛି । ଅଧିକ ତଦନ୍ତ ଜାରି ରହିଛି ।