• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

କୋଟି କୋଟି ଟଙ୍କା ହଡପ କରିବା ପାଇଁ ଯୋଜନା ହୋଇଥିଲା । ଫନି ବାତ୍ୟା ଟଙ୍କା ଚଳୁ କରିବା ପାଇଁ ସମସ୍ତ ପ୍ଲଟ ପ୍ରସ୍ତୁତ କରି ସଫଳ ମଧ୍ୟ ହୋଇଥିଲେ । ହେଲେ ବାଧକ ସାଜିଲା କ୍ରାଇମବ୍ରାଞ୍ଚ । ଇଓଡବ୍ଲୁ ମୁଖ୍ୟ ଅଭିଯୁକ୍ତ ତଥା  ବ୍ୟାଙ୍କ ମ୍ୟାନେଜର ସହ କାର୍ପେଟଦାର ଆଞ୍ଜେଲ ମିଶ୍ରକୁ ଗିରଫ କରିବା ପରେ ସମସ୍ତ ତଥ୍ୟ ପଦାକୁ ଆସିଛି । 

ବିଡିଓଙ୍କ ଆକାଉଣ୍ଟରେ ଥିଲା ୩ କୋଟି ୭୦ ଲକ୍ଷ ଟଙ୍କ । ଆଉ ଟଙ୍କା ହଡପ କରିବା ପାଇଁ ବ୍ୟାଙ୍କ ମ୍ୟାନେଜର କରିଥିଲେ ଯୋଜନା । ଯୋଜନରା ରୁପାନ୍ତର ପାଇଁ ମାଧ୍ୟମ ସାଜିଲେ ଆଞ୍ଜେଲ ମିଶ୍ର । ଆରମ୍ଭ ହୋଇଥିଲା ଫନି ଟଙ୍କା ହଡପ ଯୋଜନା । ଆଞ୍ଜେଲ ମିଶ୍ରଙ୍କୁ ମୋହରା କରି ଚଲୁ କରିଥିଲେ ୩ କୋଟି ୭୦ ଲକ୍ଷ ଟଙ୍କା ।  ପିପିଲି ବିଡ଼ିଓ ଅଫିସରୁ ୩କୋଟି ୭୦ ଲକ୍ଷ ହଡପ ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ଜଣେ ମହିଳାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । 

ଦୁଇ ଅଭିଯୁକ୍ତ ହେଲେ ପିପିଲି ଦାଣ୍ଡ ମୁକୁନ୍ଦପୁର ବ୍ରାଞ୍ଚ IDBI ବ୍ୟାଙ୍କର ପୂର୍ବତନ ବ୍ୟାଙ୍କ ମ୍ୟାନେଜର ସରୋଜ କାନ୍ତ ମହାପାତ୍ର ଓ ସହଯୋଗୀ ଆଞ୍ଜେଲ ମିଶ୍ର । ଘଟଣାରେ ଗତ ଗୁରୁବାର ବ୍ୟାଙ୍କ କର୍ମଚାରୀ  ତନ୍ମୟ ମହାରଣାଙ୍କୁ ପୋଲିସ ଗିରଫ କରିଥିଲା। ୨୦୧୮ ମସିହାରୁ ଏହି ଠକେଇ ଆରମ୍ଭ ହୋଇଥିଲା । 

ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କାର ସୁଧ ସମ୍ପର୍କରେ ଜାଣିବା ପାଇଁ ବିଡିଓ ଚାହିଁଥିଲେ । ପରେ ଜମା ପଡିଥିଲା ଆକାଉଣ୍ଟରେ ଟଙ୍କା ସବୁ ଚଳୁ ହୋଇ ଯାଇଛି । ଏ ନେଇ ଇଓଡବ୍ଲୁରେ ଏକ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ପରେ ଜଣା ପଡିଥିଲା କେମିତି ଟଙ୍କା ଟଙ୍କା ହଡପ କରିଥିଲେ ତିନି ଅଭିଯୁକ୍ତ । ତିନି ଅଭିଯୁକ୍ତ ପ୍ରଥମେ ପରିବାର ସଦସ୍ୟ ଓ ସାଙ୍ଗ ମାନଙ୍କ ନାଁରେ ବ୍ୟାଙ୍କ ରୁ ୩୫ଟି ମୁଦ୍ରା ଋଣ ଜରିଆରେ ଟଙ୍କା ହଡ଼ପ କରିଥିଲେ । ସେହି ଟଙ୍କାକୁ ଶୁଝିବା ପାଇଁ ଫନି ଆକାଉଣ୍ଟ ଟଙ୍କାକୁ ହଡ଼ପ କରି ବ୍ୟାଙ୍କରେ ଡିପୋଜିଟ କରିଥିଲେ । ଏନେଇ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଇଓଡବ୍ଲ୍ୟୁ ଗିରଫ କରିଛି । 

ଗିରଫ ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜର ନାମରେ ରାଜ୍ୟ ବାହାରେ ଏକ ଠକେଇ ମାମଲା ରହିଥିବା ବେଳେ ଆଞ୍ଜେଳ ମିଶ୍ର ନାମରେ ଖଣ୍ଡଗିରି ଥାନାରେ ଏକ ଠକେଇ ମଧ୍ୟ ମାମଲା ରହିଛି । 

  • Reported by:
  • CHANDAN PAIKRAY