Advertisment

ସ୍ତ୍ରୀକୁ ମାରିଲା...ରୋଷେଇ କଲା...ପରେ ପୋଲିସକୁ ଫୋନ କରି କହିଲା ସତ

ସ୍ତ୍ରୀଙ୍କର ଅନ୍ୟ ପୁରୁଷଙ୍କ ସହ ସଂପର୍କ ଥିବା ସନ୍ଦେହ କରୁଥିଲେ କାର୍ତ୍ତିକ। ଗୁରବାର ରାତି ପ୍ରାୟ ୧ଟା ବେଳେ ସେ ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଘୋଡାଇ ରଖିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Murder

Murder

ପରକୀୟାପ୍ରୀତି ସନ୍ଦେହରେ ସ୍ତ୍ରୀକୁ ମାରିଦେଲା ସ୍ୱାମୀ। କିଛି ନ ଘଟିଥିବା ଭଳି ପିଲାଙ୍କ ପାଇଁ ଜଳଖିଆ ରୋଷେଇ କରି ଟ୍ୟୁସନ ପଠାଇଲା। ପରେ ପୋଲିସକୁ ଫୋନ କରି ଦେଷ ସ୍ୱୀକାର କଲା ଅଭିଯୁକ୍ତ। କୋଲକାତା ବାହେଲା ଜିଲ୍ଲାର ୪୧ବର୍ଷୀୟ କାର୍ତ୍ତିକ ଦାସ ତାଙ୍କ ସ୍ତ୍ରୀ ସମ୍ପତ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

କାର୍ତ୍ତିକ ଓ ତାଙ୍କ ସ୍ତ୍ରୀ ସମ୍ପତ୍ତିଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଥିଲା। ସମ୍ପତ୍ତିଙ୍କର ଅନ୍ୟ ପୁରୁଷଙ୍କ ସହ ସଂପର୍କ ଥିବା ସନ୍ଦେହ କରୁଥିଲେ କାର୍ତ୍ତିକ। ଗୁରବାର ରାତି ପ୍ରାୟ ୧ଟା ବେଳେ ସେ ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଘୋଡାଇ ରଖିଥିଲେ। ଆଜି ଭୋରରୁ ଉଠି ପୁଅ ଓ ଝିଅଙ୍କ ପାଇଁ ଜଳଖିଆ ପ୍ରସ୍ତୁତ କରିବା ପରେ ତାଙ୍କୁ ସ୍କୁଲକୁ ପଠାଇଥିଲେ। ଏହାପରେ ସକାଳ ପ୍ରାୟ ୯ଟା ୩୦ରେ ୧୦୦ନମ୍ୱର ଡାଏଲ କରି ପୋଲିସକୁ ସବୁ କଥା କହିଥିଲେ।

ପୋଲିସର ସୂଚନା ଅନୁସାରେ, କାର୍ତ୍ତିକ ମୃତଦେହ ନିକଟରେ ଶାନ୍ତ ଭାବରେ ବସିରହିଥିଲେ। ପୋଲିସ ପହଞ୍ଚିବା ପରେ କାର୍ତ୍ତିକ ସବୁ ସତ ମାନିଥିଲେ ଓ ଆତ୍ମସମର୍ପଣ କରିଥିଲେ। କାର୍ତ୍ତିକ ଏକ ରାସନ ଦୋକାନ ସହ ମାଂସ ସହ ବ୍ୟବସାୟ କରନ୍ତି। ସବୁବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଗୁରୁବାର ରାତିରେ ମଧ୍ୟ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାଗରେ କାର୍ତ୍ତିକ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ।

Advertisment

ହଠାତ ମା’ଙ୍କ ଦେହ ଖରାପ ହୋଇଥିବାରୁ ଶୋଇଥିବା ପିଲାମାନଙ୍କୁ କହିଥିଲେ। ଶାଶୂଙ୍କୁ ଡାକି ପିଲାଙ୍କୁ ଟ୍ୟୁସନ ପଠାଇବାକୁ କହିଥିଲେ। ମାତ୍ର ପିଲାମାନେ ସେଠାରେ ନଥିବା ପୋଲିସ ସନ୍ଦେହ କରୁଛି। ହତ୍ୟା ପୂର୍ବରୁ ପିଲାଙ୍କୁ ସେ କେଉଁଆଡେ ପଠାଇ ଦେଇଥିବା ଲାଗୁଛି। ଲାଲ୍ ବଜାର କଣ୍ଟ୍ରୋଲରୁମ୍ ଏଏସଆଇ ଅମଲ ଘୋଷଙ୍କ ସୂଚନା ଅନୁସାରେ, ଭଡା ଆପାର୍ଟମଣ୍ଟରୁ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି।

Murder
Advertisment
Advertisment