• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଦେଶରେ ନିଜ ସ୍ତ୍ରୀକୁ ହତ୍ୟା କଲା । ପରେ ପୁଅକୁ ଆଣି ଭାରତ ଫେରିଲା । ମନ ବୁଝିଲାନି ଯେ, ପୁଅକୁ ନେଇ ସ୍ତ୍ରୀ ବାପଘରେ ଛାଡ଼ିବା ପରେ ନିଜ ଅପରାଧ ସ୍ୱୀକାର କରି ଫେରାର ହୋଇଗଲା । ଏପରି ଏକ ଅତି ଲଜ୍ଜାଜନକ ଘଟଣା ଘଟିଛି ଅଷ୍ଟ୍ରେଲିଆରେ । ମହିଳାଙ୍କୁ ହତ୍ୟା ପରେ ପୁଅକୁ ଆଣି ଶ୍ୱଶୁର ଘରେ ଛାଡ଼ିଛି ଅଭିଯୁକ୍ତ ।

ଅଭିଯୁକ୍ତ ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ଭାରତ ଫେରି ଆସିଥିଲେ । ଫେରିବା ପରେ ପୁଅକୁ ପତ୍ନୀଙ୍କ ପିତାମାତାଙ୍କୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କର ବୟସ ପ୍ରାୟ ୩୬ ବର୍ଷ । ଖବର ଅନୁଯାୟୀ ଗତ ଶନିବାର ସ୍ଥାନୀୟ ବକଲିରେ ରାସ୍ତା ପାର୍ଶ୍ୱରେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ପରେ ଖବର ନେବାରୁ ଜଣା ପଡ଼ିଥିଲା ଯେ, ଉକ୍ତ ମହିଳାଙ୍କର ନାମ ଚୈତନ୍ୟ ମଧଗାନୀ । ସେ ତାଙ୍କ ସ୍ୱାମୀ ଏବଂ ପୁଅଙ୍କ ସହ ଅଷ୍ଟ୍ରେଲିଆରେ ରହୁଥିଲେ ।

ସ୍ଥାନୀୟ ବିଧାୟକଙ୍କ କହିବା ଅନୁସାରେ, ମହିଳାଙ୍କ ପିତାମାତାଙ୍କ ଅନୁରୋଧ କ୍ରମେ ମରଶରୀରକୁ ଅଷ୍ଟ୍ରେଲିଆରୁ ହାଇଦ୍ରାବାଦକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି । ଏନେଇ ସେ ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି । ବିଧାୟକ କହିଛନ୍ତି ଯେ, ଏ ସମ୍ପର୍କରେ ସେ କେନ୍ଦ୍ର ମନ୍ତ୍ରୀ ଜି. କିଶାନ ରେଡ୍ଡୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଝିଅର ସ୍ୱାମୀ, ଝିଅକୁ ହତ୍ୟା କରିଛି ବୋଲି ସ୍ୱୀକାର କରିଛି ବୋଲି ମୃତ ମହିଳାଙ୍କ ପିତାମାତା କହିଛନ୍ତି । ତେବେ ଗତ ମାର୍ଚ୍ଚ ୯ ତାରିଖ ଦିନ ପୋଲିସ ଏକ ବିବୃତ୍ତିରେ କହିଛି ଯେ, ଘଟଣାର ତଦନ୍ତ ଜାରି ରହିଛି । ଅନ୍ୟପଟେ ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି ।