• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ହଜିଗଲା ମାନବିକତା । ଯାହାକୁ ବୋହୂ କରି ଦିନେ ଘରକୁ ଆଣିଥିଲେ ସେହି ବୋହୂ ହିଁ ଘୋଷାଡ଼ି ଘୋଷାଡ଼ି ପିଟିଲା । ପରିଣତ ବୟସରେ ବୋହୂର ସେବା ମିଳିବା ବଦଳରେ ମିଳିଲା ମାଡ଼। ଶ୍ୱଶୁରକୁ ନିର୍ମମ ଭାବେ ପିଟିଲା ବୋହୂ । ଯାହାକୁ ଦେଖିଲେ ଆପଣି ବି ହୋଇଯିବେ ଆଶ୍ଚର୍ଯ୍ୟ ! ସିସିଟିଭିରେ କଏଦ ହୋଇଥିବା ଭିଡ଼ିଓରେ ୮୭ ବର୍ଷର ବୟସ୍କା ଶ୍ୱଶୁରକୁ ଅତି ନିର୍ମମ ଭାବେ ପିଟିଛନ୍ତି ବୋହୂ ଉମା । 

ତେବେ ଏହି ଘଟଣାଟି ୯ ମାର୍ଚ୍ଚରେ ଘଟିଥିଲା ​। ଯାହା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ମହିଳା ବୃଦ୍ଧଙ୍କୁ ଅତି ନିର୍ମମ ଭାବରେ ସେଇ ଶଶୁରଙ୍କ ଆଶାବାଡିରେ ପିଟୁଥିବାର ନଜର ଆସିଛନ୍ତି । ଏହି ଘଟଣାରେ ବୃଦ୍ଧ ଜଣକ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣାଟି କର୍ଣ୍ଣାଟକର ମାଙ୍ଗାଲୁରୁ ଅଞ୍ଚଳରେ ଘଟିଛି ।

ଅଧିକ ପଢ଼ନ୍ତୁ: ରାଗ ଉଜାଡ଼ି ଦେଲା ସଂସାର; ସ୍ତ୍ରୀକୁ ମାରିଲା, ପୁଅକୁ ଶ୍ୱଶୁର ଘରେ ଛାଡ଼ି ନିଜେ ଫେରାର୍ ମାରିଲା

ବୃଦ୍ଧଙ୍କ ଝିଅ ଅଭିଯୋଗ କରିବା ପରେ ଅଭିଯୁକ୍ତ ବୋହୂ ଉମାଙ୍କୁ ତୁରନ୍ତ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ବିଦେଶରେ କାମ କରନ୍ତି । ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ଚକିତ କରିଛି । 

ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ବୃଦ୍ଧଙ୍କ ଦେହରେ ଏକାଧିକ ଆଘାତ ଲାଗିଛି, ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । ଯେତେବେଳେ ବୃଦ୍ଧଙ୍କୁ ତାଙ୍କ ବୋହୂ ପିଟୁଥିଲେ ସେ ତଳେ ପଡ଼ିଯାଇଥିଲେ ଯାହାଫଳରେ ସେଠାରେ ଥିବା କାଠ ସୋଫାରେ ଉପରେ ପଡ଼ି ତାଙ୍କ ମୁଣ୍ତ ମାଡ଼ ହୋଇଥିଲା ।