ରାଜନଗର ଥାନା ଯଦୁ ଚନ୍ଦ୍ରପୁର ଗାଁର ମାନସ ରାଉଳ ଏବଂ କଇଁଥା ଗାଁର ପ୍ରଫୁଲ୍ଲ ପଢିଆରିଙ୍କ ଝିଅ ପ୍ରତିମା ପଢିଆରିଙ୍କ ମଧ୍ୟରେ ଚାଲିଥିଲା ବିବାହ । ଏଥିପାଇଁ ବରଯାତ୍ରୀ ସହ କଇଥା ଗାଁରେ ପହଞ୍ଚି ପ୍ରୋସେସନବେଳେ ବରଯାତ୍ରୀ ଏବଂ ଗ୍ରାମବାସୀଙ୍କ ଉପୁଜିଥିଲା ଗଣ୍ଡଗୋଳ ।
କାହିଁକି ପ୍ରଦୀପ କୁମାର ଘୋଷ ଆତ୍ମହତ୍ୟା କଲେ ? ନା ଏହା ହତ୍ୟା ? ଯଦି ଏହା ଆତ୍ମହତ୍ୟା ତେବେ ଏହା ପଛର କାରଣ କ’ଣ ହୋଇଥାଇପାରେ ? ଏ ସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି ।
ପ୍ରଫୁଲ୍ଲ ଏବଂ ତାଙ୍କ ପୁଅଙ୍କୁ ହାଜର ହେବାକୁ ନୋଟିସ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କଲେଜ ନାଁରେ ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି ।
ସ୍ୱାମୀର ବର୍ବରକାଣ୍ତ, ସ୍ତ୍ରୀକୁ ମାରି ଭିଡ଼ିଓ ସୁଟ୍ କଲା ପିଶାଚ ସ୍ୱାମୀ । ଏତିକିରେ ସରିଲାନି କାଣ୍ତ, ଶେଷରେ ସ୍ତ୍ରୀକୁ ମାରିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କଲା ।
ନୌସେନା ଓ NCBର ବଡ଼ ଚଢାଉ । ପାକିସ୍ତାନରୁ ଭାରତରକୁ ଚାଲାଣ ହେଉଥିଲା ନିଶାଦ୍ରବ୍ୟ । ଜବତ ନିଶାଦ୍ରବ୍ୟର ଆନ୍ତର୍ଜାତୀୟ ମୂଲ୍ୟ ୨ ହଜାର କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି ।
Video Calls Scam: ସୋସିଆଲ୍ ମିଡ଼ିଆରେ ଲୋକ ବିଭିନ୍ନ ପ୍ରକାରର ସ୍କାମ୍ର ଶିକାର ହେଉଥିବା ଖବର ଦେଖିଥିବେ । ଭିଡ଼ିଓ କଲ୍ ସ୍କାମ୍ କଣ ? କେମିତି ଶିକାର ହୁଅନ୍ତି ଲୋକ ?
ସାତ ଜନମ ଲାଗି ସାଥୀ ହୋଇଥିଲେ । ହେଲେ ବିବାହର ତିନିମାସ ନ ଯାଉଣୁ ଆରପାରିକୁ ଚାଲିଗଲେ ନବଦମ୍ପତି । ସ୍ୱାମୀର ମୃତ୍ୟୁପରେ ଜୀବନ ହାରିଦେଲା ସ୍ତ୍ରୀ ।
ଚାକିରି ଯିବା ଭୟରେ କଲେ ଆତ୍ମହତ୍ୟା । ପେଟିଏମକୁ ନେଇ ଲାଗି ରହିଥିବା ବିବାଦ, ଜଣେ କର୍ମଚାରୀଙ୍କର ଜୀବନ ନେଇଛି ।
ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଘୂରି ବୁଲିଲା ଗଣିତ ପ୍ରଶ୍ନପତ୍ର । ଦୋଷୀଙ୍କୁ କଡ଼ା ଦଣ୍ଡ ପାଇଁ ପିଲା ଓ ଅଭିଭାବକଙ୍କ ଦାବି ।
ଯଦିଓ WhatsApp ଏମିତି ଭାବେ ଡିଜାଇନ୍ ହୋଇନାହିଁ ଯାହା ଦ୍ୱାରା ଆପଣ ଏହା ସାହାଯ୍ୟରେ ଲୋକଙ୍କୁ ସ୍କାମ’ର ଶିକାର କରିପାରିବ, କିନ୍ତୁ ସାଇବର ଠକମାନେ ନିଶ୍ଚିତ ଭାବରେ ଏହାର ଅପବ୍ୟବହାର କରୁଛନ୍ତି। ତେବେ ଆସନ୍ତୁ WhatsApp ସ୍କାମରୁ କିପରି ଦୂରେଇ ରହିବେ ସେ ବିଷୟରେ ଜାଣିବା।
ବିବାହ ପରଠାରୁ ଶାଶୂଘର ଲୋକ ଅଧିକ ଯୌତୁକ ଦାବି କରିଆସୁଥିଲେ। ଏଥିପାଇଁ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ବି ଦେଉଥିଲେ।
INLD ହରିୟାଣା ମୁଖ୍ୟ ନଫେ ସିଂ ରାଠିଙ୍କୁ ଗୁଳିକରି ହତ୍ୟା । ନଫେ ସିଂଙ୍କ ଉପରକୁ ଦୁର୍ବୃତ୍ତ ୪୦ରୁ ୫୦ ରାଉଣ୍ଡ ଗୁଳି କରି ଫେରାର ମାରିଛନ୍ତି।
କମିଶନରେଟ ପୋଲିସକୁ ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା । ଆପାର୍ଟମେଣ୍ଟ ବାସିନ୍ଦାଙ୍କ ସହ ଆଲୋଚନା କଲେ ପୋଲିସ କମିଶନର । ଘରେ ‘ବାହାଦୂର’ ଡିଭାଇସ ଲଗାଇବାକୁ ଦେଲେ ପରାମର୍ଶ...
ଛୋଟ ଭୁଲ୍ ନେଇଗଲା ଜୀବନ । ଗାଡ଼ି ସଫା କରି ଟଙ୍କା ମାଗୁଥିଲେ କିନ୍ତୁ ମିଳିଲା ମୃତ୍ୟୁର ଉପହାର । ଟ୍ରକ ତଳେ ଚାପି ହୋଇ ଚାଲିଗଲା ଜୀବନ...
ମାତ୍ର ୪୯ ଟଙ୍କାରେ ୪ ଡଜନ୍ ଅଣ୍ଡା ଅର୍ଡର କରିବା ଲୋଭରେ ସେ ହରାଇଛନ୍ତି ୪୮ ହଜାର ଟଙ୍କା।
ହିମାଂଶୁ ନିଜ ମାଉସୀଙ୍କ ସୁନା ଗହଣା ଚୋରିକରି ବିକ୍ରି କରିଦେଇଥିଲେ। ପରେ ଏହି ଟଙ୍କାରେ ସେ ବାପା-ମା’ଙ୍କ ନାଁରେ ୫୦ଲକ୍ଷର ଇନସ୍ୟୁରାନ୍ସ କରିଥିଲେ।
ନୌସେନା ଅଧିକାରୀ କହି ଯୁବତୀଙ୍କୁ ଫସାଇଲେ, ଅନ୍ତରଙ୍ଗ ସମୟର ଭିଡିଓ ଭାଇରାଲ କଲେ
ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଆପାର୍ଟମେଣ୍ଟ ଲୁଟେରା । ୫ ମାସରେ ୮ ଆପାର୍ଟମେଣ୍ଟର ୧୭ଟି ଫ୍ଲାଟରୁ ଚୋରି । ଚୋରି କରିନେଲେଣି କୋଟି ଟଙ୍କାର ସଂପତ୍ତି । ଗତ ୨୦୨୩ ଅକ୍ଟୋବରରୁ ଆପାର୍ଟମେଣ୍ଟ ଚୋର ସକ୍ରିୟ ହୋଇଥିବା ବେଳେ, ଲୁଟି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଫ୍ଲାଟ ।
ଆଇନ ଜାଲରେ ଛନ୍ଦି ହେଲା ଜାହାଜ MV ଦେବୀ। ବନ୍ଦର ଭଡ଼ା ବାବଦକୁ ଦେଇନାହିଁ ୮ କୋଟି।
ନରେନ୍ଦ୍ରଙ୍କ ବନ୍ଧୁ ସେଠାକୁ ଆସି ଦେଖିବା ବେଳକୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ।ଡକାୟତମାନେ ନରେନ୍ଦ୍ରଙ୍କ ମୋବାଇଲ୍ ଫୋନ୍ ଏବଂ ବ୍ୟାଗ୍ ଛଡ଼ାଇ ନେଇ ସେଠାରୁ ଫେରାର ହୋଇଯାଇଛନ୍ତି।
ପିଲାମାନଙ୍କ ପରିବାର ଲୋକ ଏହାକୁ ନେଇ ତୁମ୍ବି ତୋଫାନ କରିଥିଲେ । ବାଙ୍କାର ରାଜାଉନ୍ ବ୍ଲକ ଅନ୍ତର୍ଗତ ଆସମାନିଚକ୍ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି ।
ବିବାହ କରିବା ପାଇଁ ଅପହରଣ । ଏପରି ଏକ ଘଟଣା ଘଟିଛି ହାଇଦ୍ରାବାଦରେ । ଜଣେ ମହିଳା ବ୍ୟବସାୟୀ, ମ୍ୟୁଜିକ ଚ୍ୟାନେଲ ଆଙ୍କରଙ୍କୁ ବିବାହ କରିବା ପାଇଁ ଅପହରଣ କରିଥିଲେ ।
ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି। ସେଠାରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଥିବା ପୋଲିସ ସୂଚନା ଦେଇଛି।
୧୦ ଦିନ ଜେଲରେ ରହିବା ପରେ ଆଜି ସେ ସଂଧ୍ୟାରେ ଜେଲରୁ ମୁକୁଳିଛନ୍ତି । ଗତ ଫେବ୍ରୁଆରୀ ୧୪ ତାରିଖ ସନ୍ଧ୍ୟାରେ ତାଙ୍କୁ ଜେଲ୍ ପଠାଇଥିଲା କବିସୂର୍ଯ୍ୟନଗର ପୋଲିସ ।
ଡ୍ରଗ୍ସ କାରବାରର ନୂଆ ହବ୍ କି ଖୋର୍ଦ୍ଧା ଜେଲ ? ୨୪ ଘଣ୍ଟିଆ ସିସିଟିଭି ନଜର ସତ୍ତ୍ବେ ଡ୍ରଗ୍ସ କାରବାର । ଜେଲରୁ ନିଶା କାରବାରର ନେଟୱର୍କ ଅପରେଟ୍ କରୁଛନ୍ତି ଅଭିଯୁକ୍ତ ।