Advertisment

ପ୍ରଫେସରଙ୍କ ନାରକୀୟ କାଣ୍ଡ; ବ୍ଲେଡରେ ଝିଅର ତଣ୍ଟି କାଟି ନିଜେ କଲେ ଆତ୍ମହତ୍ୟା

ଗୋୟଲ ମାନସିକ ଦୁଶ୍ଚିନ୍ତା ଓ ଅବସାଦରେ ଥିଲେ। ଡିପ୍ରେସନ ପାଇଁ ସେ ଡାକ୍ତରଙ୍କ ସହ ପରାମର୍ଶ କରୁଥିଲେ। ତାଙ୍କ ନିକଟରେ ଆତ୍ମହତ୍ୟା ପ୍ରବୃତ୍ତି ଦେଖାଦେଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Proddesor brutally murdered daughter

Proddesor brutally murdered daughter

ଆଠବର୍ଷର ଝିଅର ଗଳାକୁ ସର୍ଜିକାଲ୍ ବ୍ଲେଡରେ କାଟିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ପ୍ରଫେସର। ହରିୟାଣାର ହିସାରରେ ଲାଲା ଲଜପତ ରାୟ ବିଶ୍ୱବିଦ୍ୟାଳୟର ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ (LUVAS)ର ପ୍ରଫେସର ଡାକ୍ତର ସନ୍ଦୀପ ଗୋୟଲ ଓ ତାଙ୍କ ଝିଅର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ଅଫିସ ଭିତରେରୁ ବାପ-ଝିଅଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।

Advertisment

ସୂଚନା ଅନୁସାରେ, ଗୋୟଲ ରବିବାର ସନ୍ଧ୍ୟାରେ ସ୍କୁଟରରେ ଝିଅ ସାନାୟାଙ୍କ ସହିତ ଘରୁ ବାହାରିଥିଲେ। ବିଳମ୍ୱ ହେବାରୁ ଗୋୟଲଙ୍କ ସ୍ତ୍ରୀ ବିଶ୍ୱବିଦ୍ୟାଳୟକୁ ଯାଇ ସେମାନଙ୍କୁ ଖୋଜାଖୋଜି କରିଥିଲେ। ପ୍ରାଣୀ ଚିକିତ୍ସା ସର୍ଜରୀ ଏବଂ ରେଡିଓଲୋଜି ବିଭାଗ ବାହାରେ ତାଙ୍କ ସ୍କୁଟର ପାର୍କିଂ ହୋଇଥିଲା। ପତ୍ନୀ ସେଠାରେ ପହଞ୍ଚି ଭିତର ପଟୁ ଅଫିସ୍ କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ।

ପରବର୍ତ୍ତୀ ସମୟରେ, ସେ ସୁରକ୍ଷାକର୍ମୀଙ୍କୁ ଡାକି କବାଟ ଖୋଲିଥିଲେ। ଏହା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଫେସର ଏବଂ ତାଙ୍କ ଝିଅଙ୍କୁ ପଡିଥିବାର ଦେଖିବାକୁ ପାଇଥିଲେ। ତୁରନ୍ତ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା।

Advertisment

ସନ୍ଦୀପ ଗୋୟଲଙ୍କ ପ୍ରକୃତ ଘର ହରିୟାଣାର ନରୱାନା। ସେ ପରିବାର ସହିତ LUVASରେ ସରକାରୀ କ୍ୱାର୍ଟରରେ ରହୁଥିଲେ। ୨୦୧୬ ମସିହାରୁ ସେ ସହକାରୀ ପ୍ରଫେସର ଭାବରେ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ। ଗୋୟଲଙ୍କ ବାପା ନରୱାନାରେ ଆକାଉଣ୍ଟାଣ୍ଟ ଭାବରେ କାମ କରନ୍ତି।

ଆସିସଷ୍ଟାଣ୍ଟ ଏସପି ରାଜେଶ ମୋହନଙ୍କ ସୂଚନା ଅନୁଯାୟୀ, ଗୋୟଲ ମାନସିକ ଦୁଶ୍ଚିନ୍ତା ଓ ଅବସାଦରେ ଥିଲେ। ଡିପ୍ରେସନ ପାଇଁ ସେ ଡାକ୍ତରଙ୍କ ସହ ପରାମର୍ଶ କରୁଥିଲେ। ତାଙ୍କ ନିକଟରେ ଆତ୍ମହତ୍ୟା ପ୍ରବୃତ୍ତି ଦେଖାଦେଇଥିଲା। ପୋଲିସ ମୋବାଇଲ୍ ଜବତ କରି ଯାଞ୍ଚ ପାଇଁ ଫରେନସିକ୍ ଲ୍ୟାବ୍ ପଠାଇଛି। ସ୍ଥାନୀୟଲୋକ ଓ ତାଙ୍କ ପରିବାରର ସମସ୍ତଙ୍କୁ ପଚରାଉଚରା କରାଯାଉଥିବା ଏଏସପି ସୂଚନା ଦେଇଛନ୍ତି।

ସହକର୍ମୀଙ୍କ ସୂଚନା ଅନୁଯାୟୀ, ସେ ସାଇକୋଥେରାପିଷ୍ଟଙ୍କ ନିକଟରେ ଚିକିତ୍ସିତ ହେଉଥିଲେ। ସେ ଡିପ୍ରେସନରେ ଥିଲେ। ଡାକ୍ତରଙ୍କ ସହ କଥା ହେବା ପରେ ପ୍ରକୃତ ଚିକିତ୍ସା ବିଷୟରେ ଜଣାପଡିବ। ପୋଲିସ ଏହି ଘଟଣାକୁ ଗୁରୁତର ଭାବରେ ନେଇ ତଦନ୍ତ ଚଳାଇଛି।

Murder
Advertisment
Advertisment