କଙ୍ଗାରୁ କୋର୍ଟରେ ମଞ୍ଜୁବାଳାଙ୍କୁ ମିଳିଛି ନିର୍ଯାତନା । ଉଚ୍ଚ ସ୍ୱରରେ ପରିବାରକୁ ମିଳିଛି ଧମକ । ଗାଁରୁ ନିଆଁ ପାଣି ବାସନ୍ଦ ହେବା ପରେ ଏ ଥାନାରୁ ସେ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଏମାନେ । ଅଭିଯୋଗ ପରେ ବି ପୋଲିସ ନିରବ ବସିଛି ।
ପୋଲିସ ପହଞ୍ଚି ଯୁବକ ମାନଙ୍କୁ ଖୁଣ୍ଟାରୁ ଫିଟାଇ ଆଣିବା ସହିତ ସେମାନଙ୍କ ଠାରୁ ନକଲି ବନ୍ଧୁକ ଜବତ କରିଥିବା ବେଳେ ଉଭୟ ପକ୍ଷର ଆପୋଷ ବୁଝାବଣ। ହୋଇଥିବା ପୋଲିସ କହିଛି ତେବେ ଗାଁ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଭିଡିଓ ଏବେ ବେସ ଭାଇରଲ ହେଉଥିବା ଦେଖିବାକୁ ମିଳିଛି ।
ଆଧୁନିକ ଯୁଗରେ ମଧ୍ୟଯୁଗୀୟ ବର୍ବରତା। ବଲାଙ୍ଗିର ସଦରଥାନା ବାନିପାଲି ଗାଁରେ ଗୋ-ହତ୍ୟା ଅଭିଯୋଗରେ ଦୁଇ ବ୍ୟକ୍ତିଙ୍କ ପ୍ରତି ବର୍ବର ଆଚରଣର ଭିଡିଓ ଭାଇରାଲ୍ ପରେ ସବୁଠି ଉଦବେଗ।
ଜଣେ ଅତିରିକ୍ତ ଏସପିଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ ! ଢେଙ୍କାନାଳ ଅଉଖମା ଗାଁର ଘଟଣାକୁ ନେଇ ଉଦବେଗ ।
ପୁରା ଘଟଣାର ଭିଡିଓ ରେକର୍ଡଂ କରି ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । ଯାହାକୁ ଆମେ ଚାହିଁଲେ ବି ଦେଖାଇପାରିବୁ ନାହିଁ । ତେବେ ଏହି ଭିଡିଓ ଯେତେବେଳେ ପୋଲିସ ପାଖରେ ପହଞ୍ଚିଲା ସେତେବେଳେ ପୋଲିସ ମଧ୍ୟ ଦେଖି ତାଜୁବ ହୋଇଗଲା ।
ନୟାଗଡ଼ରେ କଙ୍ଗାରୁ କୋର୍ଟ ବିଚାର, ଅଙ୍ଗନୱାଡ଼ି କର୍ମୀଙ୍କୁ ଗାଁ ସଭାରେ ନିଆଁ ପାଣି ବାସନ୍ଦ । ଚାକିରି ଛାଡ଼ିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ।
ଖାପ୍ ପଞ୍ଚାୟତ, କଙ୍ଗାରୁ କୋର୍ଟ, ଭିଡ଼ ହିଂସା...। ଏସବୁର କେବେ ଘଟିବ ଅନ୍ତ? ଆଧୁନିକ ସମାଜରେ ମଧ୍ୟଯୁଗୀୟ ବର୍ବରତା ବଞ୍ଚି ରହିବାର କାରଣ କଣ?
ଏବେ ବି ବଞ୍ଚିଛି ସାମାଜିକ ବାସନ୍ଦ ପ୍ରଥା..କଙ୍ଗାରୁ କୋର୍ଟରେ ନିଷ୍ପତି ନେଉଛନ୍ତି ଗାଁ ମୁଖିଆ । ପରିବାରକୁ କରାଯାଉଛି ନିଆଁପାଣି ବାସନ୍ଦ, କଥାହେଲେ ଲାଗୁଛି ଜରିମାନା ।
ଆଇନର ପଞ୍ଝା ସଶକ୍ତ ହୋଇଥିବା ସତ୍ୱେ ସମାଜରୁ ଏବେ ବି ଲୋପ ପାଇନି ସାମାଜିକ ବାସନ୍ଦ ଭଳି କୁପ୍ରଥା।
ଘଣ୍ଟ ବଜାଇ ଗାଁ ଦାଣ୍ଡରେ ପଡୁଛି ହୁରି l ଗାଁର ଉମା ଓ ବୁଲୁଙ୍କ ପରିବାରକୁ ବାସନ୍ଦ କରାଯାଇଛି। ତାଙ୍କ ସହିତ କେହି କଥା ହୁଅନ୍ତୁ ନାହିଁ l ଯଦି କେହି କଥା ହୁଅନ୍ତି ତେବେ ପାଞ୍ଚ ହଜାର ଟଙ୍କା ଫାଇନ l ଏମିତି ଥରେ କି ଦୁଇଥର ନୁହେଁ ବାରମ୍ବାର ଗାଁ ଦାଣ୍ଡରେ ପଡୁଛି ହୁରି l ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସାର୍ଗୁଣାପଲ୍ଲୀ ଗାଁରୁ
ଏସ୍ଡିପିଓ ଗାଁଲୋକଙ୍କୁ ଡାକି ଆପୋଷ ସମାଧାନ ପାଇଁ ଉଦ୍ୟମ କରିଛନ୍ତି । ହେଲେ ଏଯାଏଁ ସମାଧାନର ବାଟ ବାହାରି ନାହିଁ ।
ସ୍କୁଲ ପରିଚାଳନା ବୈଠକରେ ଶିକ୍ଷକ-ସଦସ୍ୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ। ଗାଁରେ ବସିଲା ବୈଠକ, ଶିକ୍ଷକଙ୍କୁ କରିଦେଲେ ସାମାଜିକ ବାସନ୍ଦ। ନିଆଁପାଣି ସହ କଥାବାର୍ତ୍ତା ବନ୍ଦ କରିଦେଲେ ଗାଁ ଲୋକେ। ଯଦି କିଏ କଥାବାର୍ତ୍ତା କଲା ସିଏ ଦେବ ୧୦ ହଜାର ଫାଇନ୍...
ତାଳଚେର ବାଲୁଗାଁ ଅଞ୍ଚଳରେ ଘଟିଛି ଘଟଣା । ଘଟଣାକୁ ନେଇ ଥାନାରେ ହୋଇନି ଏତଲା ।
ଯୁବକଙ୍କୁ ସ୍କୁଟରରେ ବାନ୍ଧି ବିଚ୍ ରାସ୍ତାରେ ଦୌଡ଼ାଇଲେ ଅଭିଯୁକ୍ତ । ମାମଲାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଧରି ପୋଲିସର ଖୋଳତାଡ଼ । ବର୍ବରତାକୁ ସଭ୍ୟ ସମାଜର ନିନ୍ଦା ।
କଙ୍ଗାରୁ କୋର୍ଟରେ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ
୨ ପରିବାରକୁ ସାମାଜିକ ବାସନ୍ଦ ! ନା ସେମାନେ ଦୋକାନରୁ ସଉଦା କିଣୁଛନ୍ତି, ନା କାହା ସହ କଥା ହେଉଛନ୍ତି। ଗାଁ ଲୋକଙ୍କ ସହ କଥା ହେଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଗାଁ କମିଟି ଚେତାବନୀ ଦେଇଛି।
ଛତିଶଗଡ ଉରଣ୍ଡାବେଡା ଥାନା ଅଞ୍ଚଳରେ ଘଟଣା । ହାତବାନ୍ଧି ଗାଁ ଦାଣ୍ଡରେ ବୁଲାଇବା ସହ ଦେଲେ ଶାରିରୀକ ନିର୍ଯାତନା ।
ୱାର୍ଡ ସଭ୍ୟାଙ୍କ ସହ ତାଙ୍କୁ ସମର୍ଥନ କରିଥିବା ଗାଁର କିଛି ପରିବାରକୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଏପଟେ ଜିଲ୍ଲାପାଳ କହିଛନ୍ତି, ଏଭଳି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ବାପା, ପୁଅଙ୍କୁ ମାଡ଼ ଘଟଣାରେ ୭ ଅଭିଯୁକ୍ତ ଜେଲ୍ ଗଲେ । JMFC କୋର୍ଟରେ ଜାମିନ ଖାରଜ ହେବାରୁ ୭ ଜଣ ଅଭିଯୁକ୍ତ ଜେଲ୍ ଗଲେ । ପେଟ୍ରୋଲ ପମ୍ପରୁ ଲୁଟ ଘଟଣାରେ କଙ୍ଗାରୁ କୋର୍ଟ ବସାଇ, ସେଥିରେ ନ୍ୟାୟ ନିସାପ କରି ଏମାନେ ବାପା ପୁଅଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।
ବାପାଙ୍କୁ ଡାକି ଗୋଟେ ଘରେ ପୁରାଇ ନିସ୍ତୁକ ମାଡ ମାରିଥିଲେ। କେଵଳ ସେତିକି ନୁହେଁ, ସ୍ମୃତିଙ୍କୁ ତାଙ୍କ ବାପାଙ୍କୁ ମାଡ଼ ମାରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ। ଏହି କଙ୍ଗାରୁ କୋର୍ଟର ମଜା ନିର୍ବାଚିତ ଜନପ୍ରତିନିଧିମାନେ ଭରପୁର ଉଠାଉଥିବା ବେଳେ ଏହି ଦୃଶ୍ୟର ଭିଡିଓ ଉତ୍ତୋଳନ କରିବାକୁ ମଧ୍ୟ ଭୁଲିନଥିଲେ।
ଗାଁ ଦାଣ୍ଡରେ ମାଡ଼ ଖାଇ ନାବାଳିକା ଥାନାକୁ ଯିବାରୁ ଗାଁ ରେ ବସିଲା କଙ୍ଗାରୁ କୋର୍ଟ l ନିଆଁ ପାଣି ବାସନ୍ଦ ସହ ଘର ସାମ୍ନାରେ କଣ୍ଟା ପକାଇ କଲେ ଗୃହ ବନ୍ଦୀ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ଗୋପାଳ ପ୍ରସାଦ ଗାଁରେ
କୌଣସି ଉପାନ୍ତ ଅଞ୍ଚଳ ନୁହେଁ କି ଅନୁନ୍ନତ ଗାଁ ନୁହେଁ । ଖୋଦ୍ ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟରେ ହେଉଛି ଫୈସଲା । ଏଭଳି ଏକ ଖବର ସାମ୍ନାକୁ ଆସିଛି ଭୁବନେଶ୍ୱରସ୍ଥିତ ସାଲିହା ସାହି ବସ୍ତିରୁ ।