Advertisment

ପାଗଳ ବୋଲି କହିଦେଲା ମାଆ; ରାଗିଯାଇ ଛୁରୀ ଭୁସି ନିଆଁ ଲଗାଇଦେଲା ପୁଅ

ହରିୟାଣା ଗୁରୁଗ୍ରାମର ଜଣେ ୫୯ ବର୍ଷୀୟ ବୃଦ୍ଧା ରାନୁ ଶାହ ତାଙ୍କ ପୁଅର ପାଗଳାମୀ ପାଇଁ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Son Attempt To Kill Mother

Son Attempt To Kill Mother

ପୁଅର ପାଗଳାମୀ ପାଇଁ ଚାଲି ଯାଇଥାନ୍ତା ବୁଢ଼ୀ ମାଆର ଜୀବନ। ମାଆ ପାଗଳ କହିଲା ବୋଲି ଭୁସିଦେଲା ଛୁରୀ। ଏତିକିରେ ମନ ବୁଝିଲାନି ଯେ ଘରେ ପୁରାଇ ନିଆଁ ଲଗାଇଦେଲା। ଏଭଳି ଅଭାବନୀୟ ଘଟଣା ହରିୟାଣା ଗୁରୁଗ୍ରାମରେ ଦେଖିବାକୁ ମିଳିଛି। ପୀଡ଼ିତା ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ନିଆଁ ଲାଗିଯିବାରୁ ବୃଦ୍ଧାଙ୍କ କିଛି ଅଙ୍ଗ ଜଳିଯାଇଥିବାରୁ ସେ ଗୁରୁତର ଅଛନ୍ତି।

Advertisment

ହରିୟାଣା ଗୁରୁଗ୍ରାମର ଜଣେ ୫୯ ବର୍ଷୀୟ ବୃଦ୍ଧା ରାନୁ ଶାହ ତାଙ୍କ ମାନସିକ ଅନଗ୍ରସର ପୁଅ ପାଇଁ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି। ତାଙ୍କର ୨୭ ବର୍ଷୀୟ ପୁଅର ପିଲା ବେଳୁ ମାନସିକ ସ୍ଥିତି ଭଲ ନଥିଲା। ପ୍ରାୟତଃ ଦୁହିଁଙ୍କ ମଧ୍ୟରେ ପାଟିଟୁଣ୍ତ ହେଉଥିଲା। ପୁଅ ପୂର୍ବରୁ ମାଆକୁ ମାଡ଼ ମାରୁଥିବାର ଅଭିଯୋଗ ବି ହୋଇଛି।

ସୂଚନା ମୁତାବକ ଗତକାଲି ମାଆ-ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା। ପାଟିଟୁଣ୍ତ ଭିତରେ ବୃଦ୍ଧା ଜଣକ ପୁଅକୁ ପାଗଳ ବୋଲି କହିଥିଲେ। ଏହା ଶୁଣିବା ପରେ ପୁଅ ରାଗିଯାଇ ମାଆକୁ ପ୍ରଥମେ ଛୁରୀ ଭୁସି ଦେଇଥିଲା। ତା’ପରେ ଘରେ ନିଆଁ ଲଗାଇ ଦେଇଥିଲା।

Advertisment

ଘଟଣା ସମ୍ପର୍କରେ ପଡ଼ୋଶୀ ଗୁରୁଗ୍ରାମ ପୋଲିସକୁ ଜଣାଇଥିଲେ। ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ଘରର କବାଟ ଭାଙ୍ଗି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ। ନିଆଁ ଲାଗିଯାଇଥିବାରୁ ତାଙ୍କର ଶରୀରର ବିଭିନ୍ନ ସ୍ଥାନ ଜଳି ଯାଇଥିଲା। ତାଙ୍କୁ ମେଡିକାଲରେ ତୁରନ୍ତ ଭର୍ତ୍ତି କରାଯାଇଥିଲା।

ପୋଲିସ ପଡ଼ୋଶୀଙ୍କୁ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛି। ଖୁବଶୀଘ୍ର ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

Crime Against Women
Advertisment
Advertisment