ଆନ୍ତଃ ରାଜ୍ୟ ଧାନ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଯୋଗାଣ ବିଭାଗକୁ ଖବର ଦେଇଥିଲେ । ଯୋଗାଣ ବିଭାଗ ଅଧିକାରୀ, ଧନକଉଡ଼ା ବ୍ଲକ ଯୋଗାଣ ନିରୀକ୍ଷକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।
ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଜବତ ବ୍ଲୁ ଅଡିକୁ ନେଇ ଚର୍ଚ୍ଚା । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଇଡି ରେଡ୍ କରିଥିଲା । ଏହି ସମୟରେ ED ହାତରେ ଲକ୍ଷାଧିକ ଟଙ୍କା ସହ ଲାଗିଛି ଦାମୀ କାର୍ ।
ମଣ୍ଡି ଖୋଲୁ ଖୋଲୁ ଚାଷୀଙ୍କୁ ମାଡ ! କଟନୀ ଛଟନୀରେ ତ୍ରାହି ତ୍ରାହି ଚାଷୀ । କିନ୍ତୁ ଏତିକିରେ ବି ମଣ୍ଡି ଅଧିକାରୀଙ୍କ ମନମାନୁନି । ମିଲର୍ସଙ୍କ ସହିତ ମଧୁଚନ୍ଦ୍ରିକାର ପ୍ରମାଣ ମିଳିଛି ମଣ୍ଡି ଭିତରୁ ।
ସ୍କୁଲ ଆଖପାଖରେ ଧରପଗଡ଼ ହେବ ବୋଲି କହିଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ । ଆସନ୍ତାକାଲିଠୁ ଏହି କଟକଣା ଲାଗୁ କରାଯିବ ।
ସିନ୍ଦେକେଲା ଅଂଚଳରୁ ୩୧ କେଜି ଗଂଜେଇ ଜବତ। ୨ ଦୁର୍ବୃତ୍ତ ଗଂଜେଇ ନେଇ ବାଇକରେ ଯାଉଥିଲେ । ବାଇକ ଦୁର୍ଘଟଣା ପରେ ଫେରାର ମାରିଥିଲେ । ୩ ବ୍ୟାଗ୍ ଭର୍ତ୍ତି ହୋଇ ଥିଲା ଗଂଜେଇ
ବଣାଇ ଅଞ୍ଚଳରେ ଧରାପଡିଲା ନକଲି ସସ୍ କାରବାର। ପିକଅପ ଭ୍ୟାନରୁ ୬୭୮ ବୋଲିତ ନକଲି ସସ୍ ଜବତ । ଜଣେ ବ୍ୟାକ୍ତିକୁ ଗିରଫ କଲା ବଣାଇ ପୋଲିସ ।
ପୁଣି ଜବତ ହେଲା ବ୍ରାଉନସୁଗର । ବାଲେଶ୍ୱର ଜଳେଶ୍ୱର ଅଂଚଳରୁ ୪୦ ଲକ୍ଷର ବ୍ରାଉନ୍ ସୁଗାର ଜବତ,ଜଣକୁ ଗିରଫ କରିଛି ପୋଲିସ ।
ୟା ଭିତରେ ଭାବିଲୁ ବ୍ରାଉନ୍ ସୁଗାର ଅଛି, ହେଲେ ଯାହା ଅଛି ସେ ବ୍ରାଉନ୍ ସୁଗାର ଠୁବି ମାରାତ୍ମକ। ବିଷଧର ସାପର ଜହର ହେଉଥିଲା ଚାଲାଣ।
କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ପରିମାଣର ବାଘ ନଖ ଓ ହାତୀ ଦାନ୍ତ ଜବତ କରିଛି ବନ ବିଭାଗ ଟିମ୍.. ବିଭିନ୍ନ ସ୍ଥାନରେ ଚଢାଉ କରି କଲରାପତରିଆ ବାଘର ୪୨ଟି ନଖ ଓ ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଏ ମାମଲାରେ ୪ ଜଣଙ୍କୁ ଗିରଫ
ବୌଦ୍ଧ : ବୌଦ୍ଧରେ ଜାଲ୍ ନୋଟ୍ ରାକେଟ୍ର ପର୍ଦ୍ଦାଫାସ୍। ଜାଲ ନୋଟ୍ କାରବାର କରୁଥିବା ଅଭିଯୋଗରେ ପୋଲିସ ୪ ଜଣକୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ ୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିଛି ପୋଲିସ। ଏଥିସହ ପ୍ରିଣ୍ଟର, ଲାପଟପ୍ ଓ ଏକ କାର ଜବତ କରାଯାଇଛି। ଅଭିଯୁକ୍ତମାନେ ବରଗଡ଼, ବୌଦ୍ଧ ଓ ସୋନପୁର ଜିଲ୍ଲାର ବୋଲି ଜଣା ପଡ଼ିଛି। ବୌଦ୍ଧ ଜିଲ୍ଲାରୁ ସାରା ଓଡ଼ିଶାକୁ ଜାଲ ନୋଟ କାରବାର ବ୍ୟାପିଥିବା ସୁରାକ […]
କଟକ : କଟକରୁ ବ୍ରାଉନସୁଗାର ଜବତ। ମାଛୁଆ ବଜାରରେ ଚଢାଉ କରି ୮୦ ଗ୍ରାମ୍ ଓଜନର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାଡ୍। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଚଢାଉରେ ବ୍ରାଉନସୁଗାର ସହ ପ୍ରାୟ ୫ କିଲୋଗ୍ରାମ ଓଜନର ଗଂଜେଇ ଜବତ ହୋଇଛି। ଘଟଣାରେ ମନୋଜ କାହାଳି ଏବଂ ଦିଲ୍ଲୀପ କାହାଳି ନାମକ ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ।