Advertisment

Odisha Assembly: ବିଧାନସଭାରେ ଗୋଟିଏ ଦିନର ଖର୍ଚ୍ଚ ୭୦ ଲକ୍ଷ; ନିଜ ସ୍ବାର୍ଥକୁ ନେଇ ଗୃହକୁ ବନ୍ଦ କରିବା କେତେ ଠିକ୍‌ ?

ଲୋକଙ୍କ ସମସ୍ୟା ଆଲୋଚନା କରିବା ନା ହାତରେ ଘଣ୍ଟି ଧରି ବାଡେଇବା ? ବିନା ଇସ୍ୟୁକୁ ଇସ୍ୟୁ କରି ଫାଟକ ବାହାରେ ଆନ୍ଦୋଳନ କରିବା କେତେ ଠିକ୍‌ ?

author-image
Sujit kumar Swain
ଅଦ୍ୟତନ ହୋଇଛି
Odisha Assembly

Odisha Assembly

ବିଧାନସଭାରେ ଚାଲିଛି କ‘ଣ ? ଲୋକଙ୍କ ସମସ୍ୟା ଆଲୋଚନା କରିବା ନା ହାତରେ ଘଣ୍ଟି ଧରି ବାଡେଇବା ? ବିନା ଇସ୍ୟୁକୁ ଇସ୍ୟୁ କରି ଫାଟକ ବାହାରେ ଆନ୍ଦୋଳନ କରିବା କେତେ ଠିକ୍‌ ? ବିରୋଧୀ କଂଗ୍ରେସ ଓ ବିଜେଡି ଲୋକଙ୍କ ସ୍ବାର୍ଥକୁ ପଛରେ ପକାଇ ନିଜ ସ୍ବାର୍ଥକୁ ନେଇ ଗୃହକୁ ବନ୍ଦ କରିବା କେତେ ଯୁକ୍ତି ଯୁକ୍ତ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେପି ବିଧାୟକ ମାନେ। 

Advertisment

ବିରୋଧୀଙ୍କ ଏଭଳି ଆଚରଣକୁ ସାରା ରାଜ୍ୟ ଦେଖୁଛି। ଲୋକ ସେମାନଙ୍କୁ ବିରୋଧୀ ଦଳରେ ବସାଇଛନ୍ତି। ଗଠନମୁଳକ ଆଲୋଚନାରେ ଭାଗ ନେଇ ସରକାରଙ୍କ ସହ ଆଲୋଚନା କରିବା କଥା। କାହିଁକି ଓ କାହା ପ୍ରରୋଚନାରେ ଏଭଳି ନାଟକ ବାଜି କରୁଛନ୍ତି । ବିଧାନସଭାରେ ଗୋଟିଏ ଦିନରେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ।  ଲୋକଙ୍କ ଟଙ୍କାକୁ ବ୍ୟର୍ଥ ନ କରି ଗୃହକୁ ଚଲାଇବା ନେଇ ବିରୋଧୀ ସହଯୋଗ କରିବାକୁ ବିଜେପି ବିଧାୟକମାନେ କହିଛନ୍ତି। ନହେଲେ ଏମିତି ସମୟ ଆସିବ ବିରୋଧୀ ଦଳରେ ବସିବାକୁ ବି ଆସନ ମିଳିବନି ବୋଲି ବିଜେପି ଚେତାଇ ଦେଇଛନ୍ତି। 

ଅଧିକ ପଢ଼ନ୍ତୁ: କୋଠା, ଗାଡ଼ି ଥାଇ ବି 'ଗରିବ' ବ୍ଲକ ଅଧ୍ୟକ୍ଷା; ୪ ବର୍ଷ ହେଲା ନେଉଛନ୍ତି ରାସନ ଚାଉଳ

Advertisment

ଗୃର୍ହକାର୍ଯ୍ୟ ଆରମ୍ଭ ହେଉ ହେଉ ନାରୀ ସୁରକ୍ଷା ପ୍ରସଙ୍ଗ ନେଇ କଂଗ୍ରେସ ଆରମ୍ଭ କରିଦେଉଛି ଘଣ୍ଟମାଡ।  ବିଜେଡି ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଫାଟକ ପାଖରେ ବିରୋଧ କରିବା ଆରମ୍ଭ କରିଥିଲା। ବିଧାୟକ ମାନଙ୍କୁ ଗୃହ ଭିତରକୁ ଛାଡୁନଥିଲେ। ପଚାରିଲେ କହୁଛନ୍ତି ଗୃହ ତ ଚାଲୁନି ବିଧାୟକ ମାନେ ଗଲେ କ’ଣ କରିବେ ? 

ସାଧାରଣ ଲୋକ ବିଧାୟକମାନଙ୍କ ଆଚରଣ ଓ ଉଚାରଣକୁ ନେଇ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ କେବଳ ୨ ଦିନ ପ୍ରଶ୍ନକାଳ ଚାଲିଛି। ପ୍ରଶ୍ନକାଳରେ ବିଭିନ୍ନ ଅଞ୍ଚଳର ସମସ୍ୟା ସବୁ ଅଲୋଚନା ହୋଇଥାଏ। ମନ୍ତ୍ରୀ ତାର ସିଧା ଉତ୍ତର ରଖନ୍ତି। ବିରୋଧିଙ୍କ ଏଭଳି ଆଚରଣ ଲୋାକଙ୍କ ସ୍ବର୍ଥକୁ ଧୋଇ ଦେଇଛି।

ଏପଟେ ବିଧାନସଭାରୁ କଂଗ୍ରେସର ୧୨ ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି । ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହୋଇଛନ୍ତି । ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ।

ଅଧିକ ପଢ଼ନ୍ତୁ: ସରକାରୀ ବାବୁଙ୍କ ଏତେ ସମ୍ପତ୍ତି ! ଘର ଦେଖି ଭିଜିଲାନ୍ସ ଟେରା...

Odisha Assembly Assembly Special Story
Advertisment
Advertisment