ଶେଷ ଥର ୧୯୭୮ରେ ରତ୍ନଭଣ୍ଡାର ଗଣତି ମଣତି ହୋଇଥିଲା। ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକୁ ନେଇ ସାଂଘାତିକ ତଥ୍ୟ ମିଳିଛି.. ସୂଚନା ଅଧିକାର କର୍ମୀ ଦିଲ୍ଲୀପ କୁମାର ବରାଳ, ପୁରୀ ଜିଲ୍ଲା ଟ୍ରେଜେରୀ ଅଥରିଟି ଡେପୁଟି କଲେକ୍ଟରଙ୍କଠାରୁ ପାଇଥିବା ତଥ୍ୟ ଆଧାରରେ ଦର୍ଶାଇଛନ୍ତି ଯେ-ଭିତର ଭଣ୍ଡାରର ଅସଲି କିମ୍ବା ନକଲି ଚାବି ରେକର୍ଡ ରୁମରେ କେତେ ତାରିଖରେ ରଖାଯାଇଥିଲା, ସେ ନେଇ କୌଣସି ସୂଚନା ଉପଲବ୍ଧ ନାହିଁ..