ବୀରପ୍ରତାପପୁର ଓଡ଼ିଶା ସମବାୟ କତା ନିଗମ ଦ୍ୱାରା ପ୍ରସ୍ତୁତ ଦଉଡ଼ି । ପ୍ରାୟ ମାସେ ଧରି ଦଉଡ଼ି ତିଆରିରେ ଲାଗିଥିଲେ ୧୪ ଜଣ କାରିଗର ।
ଆଜି ପ୍ରଭୁ ମହାଲକ୍ଷ୍ମୀଙ୍କ ମାନଭଂଜନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ ଓ ରତ୍ନ-ସିଂହାସନରେ ପୁନଃ ବିରାଜମାନ କରିବେ। ଶ୍ରୀମନ୍ଦିର ରୂପକ ନୀଳଶୈଳର ଗର୍ଭଗୃହ ସ୍ୱରୂପ ନୀଳକନ୍ଦରରେ ବିରାଜମାନ କରିବାର ଏହି ଅଲୌକିକ ଲୀଳା ‘ନୀଳାଦ୍ରିବିଜେ’ ନାମରେ ବିଖ୍ୟାତ।
ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି। ସୁନାବେଶ ପରଦିନ ରଥ ଉପରେ ଅଧରପଣା ନୀତି ସମାପନ ହୋଇଥାଏ। ଏହାର ରହସ୍ୟ କ’ଣ ଆସନ୍ତୁ ଜାଣିବା।
କଳିଯୁଗରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ରୂପୀ କୃଷ୍ଣଙ୍କ ଚାଲିଛି ଲୀଳାଖେଳା। ଶେଷ ହୋଇଛି ଜଗନ୍ନାଥଙ୍କର ବାହୁଡା ଯାତ୍ରା। ଆଜି ସୁନାବେଶ। ପୁରୀ ଏବେ ଜନ ସମୁଦ୍ର। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଜଗନ୍ନାଥ ଓ ପୁରୀ ମନ୍ଦିରର ୫ଟି ଅଜଣା କଥା ବିଷୟରେ ଜାଣିନେବା।
ଆଜି ରଥାରୁଢ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି। ଭିଡ ଓ ଠେଲାପେଲାକୁ ଖାତିର ନ କରି କାଳିଆ ଠାକୁରକୁ ଏହି ଅପୂର୍ବ ବେଶରେ ଦେଖି ନିଜକୁ ଧନ୍ୟ କରିବାକୁ ଚାହାନ୍ତି ପ୍ରତ୍ୟେକ ଭକ୍ତ।
ଚକ୍ ଖଡ଼ି ସାହାଯ୍ୟରେ ରଥଯାତ୍ରାର ଶୁଭେଚ୍ଛା । ଏଭଳି ଅଭିନବ ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ଭଦ୍ରକ ଧାମନଗରର ଗୋପାଳ ସାମଲ..
ମାଆଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଯାଜପୁର ସହର । ମାଆଙ୍କ ଆଗମନ ପାଇଁ ଚଳଚଂଚଳ ହେଲାଣି ରଥଦାଣ୍ଡ ।
ଶ୍ରୀମନ୍ଦିର ଚାରିପଟେ ରହିଛି ଅନେକ ସାହି। ଏସବୁ ସହ ଶ୍ରୀଜଗନ୍ନାଥ ସଂସ୍କୃତି ମଧ୍ୟ ଓତପ୍ରୋତ ଭାବେ ଜଡ଼ିତ। ତେବେ ଆସନ୍ତୁ ଶ୍ରୀକ୍ଷେତ୍ରରେ ଥିବା ଜାଗା ଆଖଡ଼ା ଓ ସାହିଯାତ ସମ୍ପର୍କରେ ଜାଣିନେବା।
ଶ୍ରୀକ୍ଷେତ୍ରର ମାହାତ୍ମ୍ୟ ପୁରାଣ ବର୍ଣ୍ଣିତ। ଯୁଗେ ଯୁଗେ ଏହି କ୍ଷେତ୍ରର ସାଂସ୍କୃତିକ ପରମ୍ପରା ଉଣା ଅଧିକେ ସମଗ୍ର ଭାରତବର୍ଷକୁ ପ୍ରେରଣାସିକ୍ତ କରିଆସିଛି। ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ୭ ସାହି ମଧ୍ୟ ଶ୍ରୀଜଗନ୍ନାଥଙ୍କ ସେବା ଓ ପରମ୍ପରା ସହ ଅନେକାଂଶରେ ଜଡିତ।
ଶ୍ରୀଗୁଣ୍ଡିଚାରୁ ବାହୁଡି ଆସିଲେ ମହାବାହୁ। ଶ୍ରୀନଅର ସମ୍ମୁଖରେ ସଂପନ୍ନ ହେଲା ଲକ୍ଷ୍ମୀ ନାରାୟଣ ଭେଟ। କାଲି ରଥ ଉପରେ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର।
ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦରିକୁ ଫେରୁଛନ୍ତି ମହାବାହୁ। ଗହଳିରେ ପୂରିଉଠିଛି ବଡଦାଣ୍ଡ। ଭକ୍ତ ଉତ୍ସବମୁଖର ଆଉ ଭାବ ବିହ୍ୱଳ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିନେବା କିପରି ହୁଏ ବାହୁଡା ଯାତ୍ରା।
ରଥ ଉପରକୁ ପହଣ୍ଡି ବେଳେ ଚାରମାଳଟି କୌଣସି କାରଣରୁ ଖସି ଯିବାରୁ ସେବାୟତଙ୍କ ସହ ଦିଅଁ ପଡ଼ି ଯାଇଥିଲେ। ବଲାଙ୍ଗିର ଜିଲ୍ଲାରେ ରଥଯାତ୍ରାରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଏଠି ହୁଏ ଅଜବ ରଥଯାତ୍ରା। ଡଙ୍ଗାରେ ବିଜେ କରନ୍ତି ଜଗନ୍ନାଥ, ବଳଭଦ୍ର। କରନ୍ତି ଜଳଯାତ୍ରା।
ଓଡିଆ ପ୍ରାଣ ଓ ହୃଦୟର ଠାକୁର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ଜଗନ୍ନାଥଙ୍କୁ ନେଇ ତିଆରି ହୋଇଛି ଅନେକ ଓଡିଆ ଫିଲ୍ମ। ତେବେ ଆସନ୍ତୁ ଏହି ୫ଟି ଫିଲ୍ମ ଉପରେ ନଜର ପକେଇ ନେବା।
ବଳଭଦ୍ରଙ୍କ ରଥକୁ ତାଳଧ୍ୱଜ ରଥ କୁହାଯାଏ। ଏହି ରଥରେ ଶ୍ରୀବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରିଥାନ୍ତି। ଆସନ୍ତୁ ଜାଣିବା ତାଳଧ୍ୱଜ ରଥର ଅନ୍ୟାନ୍ୟ ରୋଚକ କଥା।
ରଥଟଣାର ଅନେକ ଚମତ୍କାରିତା ମଧ୍ୟରେ ରଥ ଦଉଡିର ରହିଛି ବିଶେଷ ଆକର୍ଷଣ। ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି। ଆସନ୍ତୁ ଜାଣିବା ଏହି ଦଉଡିର ରହସ୍ୟ।
ରଥଯାତ୍ରାରେ ପୁରୀ ଦାଣ୍ଡରେ ଗଡେ ତିନି ରଥ। ଜଗନ୍ନାଥ ନନ୍ଦିଘୋଷରେ ବିଜେ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରନ୍ତି। ଆସନ୍ତୁ ନନ୍ଦିଘୋଷକୁ ନେଇ କିଛି ରୋଚକ କଥା ଜାଣିନେବା।
ମହାପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ରଥ ଓ ବଡ ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ ଶ୍ରୀଗୁଣ୍ଡିଚା ଯାତ୍ରା କରୁଥିବା ବେଳେ ମା ସୁଭଦ୍ରା ଦେବଦଳନ ରଥରେ ବିରାଜମାନ କରନ୍ତି। ଆସନ୍ତୁ ଜାଣିବା ଦେବଦଳନର କିଛି ଅଜଣା କଥା।
ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା...ଶେଷ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି...ଦେଖନ୍ତୁ କିଛି ଝଲକ...
ଯେଉଁମାନେ ପୁରୀ ଯାଇପାରୁଛନ୍ତି, ସେମାନେ ଯାଆନ୍ତୁ। ଜଗନ୍ନାଥ ଭାବର ଠାକୁର...ଟିଭିରେ ଶ୍ରୀଗୁଣ୍ଡିଚା ଯାତ୍ରାକୁ କୋଟି କୋଟି ଲୋକ ଦେଖୁଛନ୍ତି। ଏ ମହାନ୍ ଯାତ୍ରା ବହୁ ପ୍ରାଚୀନ....: ଗଜପତି ମହାରାଜା
ବିଶ୍ୱ ପ୍ରଶିଦ୍ଧ ରଥଯାତ୍ରା ପାଇଁ ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ନେଇ ଜିଲ୍ଲାପାଳ ବୈଠକ ଅନୁଷ୍ଠିତ ହୋଇଛି ।
ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପ ସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ ବିଜେ କରାଇଥାନ୍ତି। ମହାପ୍ରଭୁଙ୍କ ଉପଚାର ବିଧିରେ ଆଉ କ’ଣ ରହିଛି ଆସନ୍ତୁ ଜାଣିବା…
ଆଗକୁ ରଥ ଗଢ଼ା ପାଇଁ କେଉଁଠୁ କାଠ ଆସିବ ତାକୁ ନେଇ ସଂଶୟ ବଢୁଥିବାବେଳେ ଏଭଳି ଗଛ ଲଗାଇବାକୁ ଜଗନ୍ନାଥ ପ୍ରେମୀଙ୍କ ପାଖକୁ ନିଜେ ଗଜପତି ମହାରାଜା ଯିବେ ବୋଲି ଜଣାପଡ଼ିଛି।
ରଥ ନିର୍ମାଣ ପାଇଁ ଅଭାବ ପଡ଼ିଲାଣି କାଠ ଫାଶି, ଅସନ ଓ ଧଉରା କାଠ ସହଜରେ ମିଳୁନି। ଏସବୁକୁ ନେଇ ଚିନ୍ତାରେ ମହାରଣା ଓ ଭୋଇ ସେବକ। ଆଗକୁ ରଥ ଗଢ଼ା ପାଇଁ କେଉଁଠୁ କାଠ ଆସିବ ତାକୁ ନେଇ ବଢୁଛି ସଂଶୟ।
ଆଗାମୀ ରଥଯାତ୍ରା ଓ ଏତେ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ କରିଛି ଦୁଇ ପ୍ରକାର ପ୍ଲାନ । ପ୍ଲାନ ନମ୍ବର ୧- ଯଦି ପରିସ୍ଥିତି ସ୍ୱାଭାବିକ ହୁଏ ଓ ଶ୍ରୀକ୍ଷେତ୍ରକୁ ଦୁଇଗୁଣା ଭକ୍ତ ଆସନ୍ତି, ତାହାଲେ କଣ କରିବାକୁ ପଡ଼ିବ ?