/odishatv-khabar/media/post_attachments/uploadimage/library/16_9/16_9_0/Mahasnan__1742623666.jpg)
Mahasnan
ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି । ଶ୍ରୀବିଗ୍ରହଙ୍କ ଅବକାଶ ନୀତି ସରି ବେଶ ହେଉଥିବା ବେଳେ ଭିତରକାଠ ନିକଟରେ ପଡିଯାଇଥିଲେ ଜଣେ ପାଣିଆପଟ ସେବାୟତ । ତାଙ୍କ ଗୋଡରେ ଗଭୀର ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇଥିଲା । ମନ୍ଦିରରେ ଏହି ରକ୍ତ ଛିଟା ପଡିଥିଲା । ଏଣୁ ବିଧି ପରମ୍ପରା ମୁତାବକ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା ।
ସୂଚନା ଅନୁସାରେ, ମହାସ୍ନାନ ସମୟରେ ସର୍ବସାଧାରଣ ଦର୍ଶନ କିଛି ସମୟ ଧରି ବନ୍ଦ ରହିଥିଲା । ସ୍ନାନ ସରିବା ପରେ ଏବେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି ମଧ୍ୟ ଆଗକୁ ବଢ଼ିଛି । ସେପଟେ ଆହତ ହୋଇଥିବା ପାଣିଆପଟ ସେବକ ହେଉଛନ୍ତି ବାଲିସାହିର କୃଷ୍ଣଚନ୍ଦ୍ର ଆପଟ । ତାଙ୍କୁ ପୁରୀ ମେଡିକାଲ ଓ ପରେ ଭୂବନେଶ୍ୱର AIIMSକୁ ସ୍ଥାନାନ୍ତର କରାଯାଇଛି ।
ଅଧିକ ପଢ଼ନ୍ତୁ: ପଡ଼ିଲା ଶୂନ୍ୟ ଗଣ୍ଠି, ହେବ କି ଚମତ୍କାର ?
ତାଙ୍କର ହାତ ଓ ଗୋଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ତେବେ ମହାସ୍ନାନ ପାଇଁ କିଛି ସମୟ ଦର୍ଶନ ବନ୍ଦ ରହିବା ଯୋଗୁଁ ଚାରିଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥିଲା । ପୋଲିସ ଗହଳି ନିୟନ୍ତ୍ରଣ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)