ସେହିପରି ମହିଳା ଭକ୍ତ, ଦିବ୍ୟାଙ୍ଗ, ବୟୋବୃଦ୍ଧ ଓ ଛୋଟ ପିଲାଙ୍କ ପାଇଁ ସ୍ବତନ୍ତ୍ର ଧାଡିର ବ୍ୟବସ୍ଥା କରାଯିବ । ସମସ୍ତ ଭକ୍ତ ସାତପାହାଚ ବାଟରେ ପ୍ରବେଶ କରିବେ ଏବଂ ଦର୍ଶନ କରିବା ପରେ ଘଣ୍ଟି ଦ୍ବାରରେ ପ୍ରସ୍ଥାନ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
ଶ୍ରୀକ୍ଷେତ୍ରରେ ସାଧାରଣ ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ । ହେଲେ ଆଜିକୁ ପ୍ରାୟ ୧୦ ମାସ ହେବ ଏ ଦାମୀ ଇ-ବସ୍ ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ି ରହିଛି ।
ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । କାର୍ତ୍ତିକ ମାସର ନୀତିକାନ୍ତି ଓ ନାଟମଣ୍ଡପରେ ଏୟାରକଣ୍ଡିସନ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହେବ ।
ମନ୍ଦିର ଭିତରୁ ଥାଟ ପଟାଳି ବାନ୍ଧି ବାହାରୁଛନ୍ତି ସେବକ । ସମସ୍ତଙ୍କ ହାତରେ ବାଉଁଶ ବେତା ବା ଝୁଡି ।
ଇଣ୍ଟରନେଟରେ ଟ୍ରେଣ୍ଡ୍ କରୁଛି ଅର୍ମାନଙ୍କ ଗୀତ। ଆସୁଛି ମିଲିୟନ ମିଲିୟନ ଭ୍ୟୁ, ପ୍ରଶଂସା କରୁଛନ୍ତି ଦର୍ଶକ।
ସମୁଦାୟ ୧୦ ହଜାର ୩୨୨ କୁଇଣ୍ଟାଲ ଅର୍ପଣ ଚାଉଳ ନିଲାମ ହୋଇଥିବା ସୂଚନା ମିଳିଛି । ମୋଟ ୨ କୋଟି ୮୬ ଲକ୍ଷ ଟଙ୍କାରେ ଅର୍ପଣ ଚାଉଳକୁ ନିଲାମ କରାଯାଇଛି ।
ଶାରଦୀୟ ଉତ୍ସବ ବେଳେ ଜଗନ୍ନାଥଙ୍କ ସହ ମା’ ଦୁର୍ଗା ପୂଜିତ ହୁଅନ୍ତି। ହେଲେ ଆପଣ ଜାଣନ୍ତି କି ବଡ଼ ଦେଉଳରେ କେଉଁଠି ଅଛି ଦୁର୍ଗାମାଧବ ମନ୍ଦିର ?
ଶ୍ରୀମନ୍ଦିର ରୋଷରେ ଲୁହା କଡ଼େଇ ବ୍ୟବହାର ନେଇ ଆକ୍ସନ । ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଶ୍ରୀମନ୍ଦିର ପ୍ରଶାସନ ।
ବିଦ୍ରୋହୀ କର୍ପୋରେଟରଙ୍କ ବିରୋଧରେ ମେଳି। ଟକ୍ ମକ୍ ହେଇ ଫୁଟିଲାଣି ଭୁବନେଶ୍ବର ବିଜେଡି କନ୍ଦଳ।
ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରଠୁ ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ସିନା ଥମିଲା, ହେଲେ ଡହ ଡହ ଖରାରେ ମନ୍ଦିରକୁ ଯାଆ-ଆସ କିନ୍ତୁ ଯମ ଯନ୍ତ୍ରଣା ଦେଉଛି ।
ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ପୁରୀରେ ବର୍ଷା ଜାରି ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ମାର୍କେଟ ଛକ, ବଡ଼ଶଙ୍ଖ, ଭିଆଇପି ରୋଡ୍, ଫାୟାର ଷ୍ଟେସନ ସମ୍ମୁଖ, ଅବକାଶ ଲେନ, ଗଜପତି ନଗର, ସୁଦର୍ଶନ ନଗର, ମାଟିଆପଡ଼ା ଆଦି ଅଞ୍ଚଳରେ ପାଣି ଜମିଛି।
ପ୍ରବଳ ବର୍ଷା ନେଇ ଆଜି ସକାଳ ସାଢେ ୮ଟା ଯାଏଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କିଛି ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ ରହିଛି।
ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାରକୁ ନେଇ ବିବାଦ ଲାଗି ରହିଛି। ଏହାରି ଭିତରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର। ଏନେଇ ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର। ଏହି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ଭିଜୁଛି ସାରା ଓଡ଼ିଶା। ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ପୁରୀ ଜିଲ୍ଲାରେ ସବୁ ସ୍କୁଲ ହେଲା ଛୁଟି ଘୋଷଣା।
ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ ଯାଞ୍ଚ କରାଯିବ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।
NGRI ଶ୍ରେଷ୍ଠ ଜ୍ଞାନ କୌଶଳ ବ୍ୟବହାର କରି ସର୍ଭେ କରିଛି। ଉକ୍ତ ସର୍ଭେ ରିପୋର୍ଟ ASIକୁ ହସ୍ତାନ୍ତର ସହ ରାଜ୍ୟ ସରକାରଙ୍କୁ ବି ପ୍ରଦାନ କରାଯିବ।
ରାଜ୍ୟରେ କାୟା ମେଲାଇ ଚାଲିଛି ବାର୍ଡଫ୍ଲୁ । ଏପରି ଅବସ୍ଥାରେ ସାଧାରଣ ଲୋକେ ଚିକେନ୍ ଖାଇବା ପ୍ରାୟତଃ ଛାଡ଼ିଦେଇଛନ୍ତି । କିନ୍ତୁ ପୁରୀ ଜିଲ୍ଲାରେ ଆଜି ମାଗଣା ଚିକେନ୍ ଖାଇବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।
୩ ଦିନ ଯାଏ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ASI ପକ୍ଷରୁ ହେବ ସର୍ଭେ । ନିରୀକ୍ଷଣ ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ ।
ଆସନ୍ତାକାଲିଠୁ ପୁଣିଥରେ ଚାଲିବ ରତ୍ନଭଣ୍ଡାର ବୈଷୟିକ ସର୍ଭେ। ବୈଷୟିକ ସର୍ଭେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୨୧, ୨୨ ଓ ୨୩ରେ ବୈଷୟିକ ସର୍ଭେ କରାଯିବ ।
ପାଦରେ ବଳ ନାହିଁ... ହେଲେ ହାତ ଠାରି ଡାକିଛି କାଳିଆ ସାଆଁନ୍ତ । ଚାଲିବାକୁ ଶକ୍ତି ନାହିଁ... ହେଲେ ଜଗା ଲଗେଇ ଦେଇଛି ଭାବର ଡୋରୀ ।
ସଂକଳ୍ପ ପତ୍ରରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରା କରିଛୁ, କରିବୁ ମଧ୍ୟ । ସରକାରର ପ୍ରଥମ ଦିନରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ସହ ରତ୍ନଭଣ୍ଡାର ଖୋଲି ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ କଲୁ ।
ଆସନ୍ତା ୨୪ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ ମାସ ଆରମ୍ଭ ହେବ। ଶ୍ରୀଜିଉଙ୍କ ସ୍ବତନ୍ତ୍ର ନୀତିକାନ୍ତି ଚାଲିବ। ତେଣୁ ତାପୂର୍ବରୁ ବାକି ଥିବା ବୈଷୟିକ ସର୍ଭେ ସାରି ରିପୋର୍ଟ ଦାଖଲ କରିବାକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ମୋହନ ସରକାରକୁ ପୂରିଲା ୧୦୦ ଦିନ । ଏଥିପାଇଁ ପୁରୀରେ ବିଜେପି ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମ କରାଯାଇଛି । ଲୋକଙ୍କ ପାଖରେ ଉପଲବ୍ଧି ପହଞ୍ଚାଇବାକୁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଜିଲ୍ଲା, ନିର୍ବାଚନ ମଣ୍ଡଳୀରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
ଖୋଲିବ କି ଶ୍ରୀମନ୍ଦିର ଗୁପ୍ତ ରତ୍ନଭଣ୍ଡାର ରହସ୍ୟ ? ରତ୍ନଭଣ୍ଡାର ମରାମତି ନେଇ ତ୍ୱରାନ୍ବିତ ହେବ ପ୍ରକ୍ରିୟା । ନିରୀକ୍ଷଣ ପ୍ରକ୍ରିୟା ପାଇଁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ।