/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740193523.jpg)
Puri Fatal Attack
ପୁରୀ ବଡଦାଣ୍ଡରେ ଆତଙ୍କ । ସାମାନ୍ୟ ବଚସାରୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ । ଗତକାଲି ରାତିରେ ପୁରୀ ବଳଗଣ୍ଡି ଛକରେ ଏଭଳି ଘଟଣା ଘଟିଛି । ଗାଡି ନମ୍ବର ପ୍ଲେଟ୍ ତିଆରି କରିବାକୁ ଏକ ଦୋକାନକୁ ଯାଇଥିବାବେଳେ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ତାଙ୍କ କାନରେ ଗଭୀର ଆଘାତ ଲାଗିଛି ।
ଅଧିକ ପଢ଼ନ୍ତୁ: ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇ ଓଲଟିଲା ବସ୍, ୨୦ ଯାତ୍ରୀ ଆହତ
ଏନେଇ ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଆକ୍ରମଣର ଶିକାର ଯୁବକ ଗାଡି ନମ୍ବର ପ୍ଲେଟ୍ ତିଆରି କରିବାକୁ ବଳଗଣ୍ଡି ଛକରେ ଏକ ଦୋକାନକୁ ଦେଇଥିଲେ । କୌଣସି କାରଣରୁ ବିଳମ୍ବ ହେବାରୁ ଯୁବକଙ୍କ ସହ ଦୋକାନ କର୍ମଚାରୀଙ୍କ ବଚସା ହୋଇଥିଲା । ସାମାନ୍ୟ ବଚସା ଉଗ୍ର ରୂପ ନେଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ନମ୍ବର ପ୍ଲେଟ୍ ଦୋକାନର କର୍ମଚାରୀ ଏକ ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଯୁବକଙ୍କ କାନରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ।
ଏହାକୁ ନେଇ କିଛି ସମୟ ପାଇଁ ବଳଗଣ୍ଡି ଛକରେ ହୋହଲ୍ଲା ପରିସ୍ଥିତି ଉପୁଜିଥିଲା । ଖବର ପାଇ ଘଟଣାସ୍ଥଳରେ ଅତରିକ୍ତ ଏସପି ପହଞ୍ଚି ତଦନ୍ତ କରିଛନ୍ତି ।
ଦିନକୁ ଦିନ ଅଶାନ୍ତ ହେଉଛି ପୁରୀ ସହର । କେତେବେଳେ ସାମାନ୍ୟ ଗଣ୍ଡଗୋଳରୁ ବୋମାମାଡ଼ ହେଲାଣି ତ କେତେବେଳେ ଛୁରାମାଡ଼, ଗୁଳିମାଡ଼ ହେଲାଣି । କଥା କଥାକେ ବୋହୁଛି ରକ୍ତ । ଅନେକ ସମୟରେ ପୁରୀରୁ ଏଭଳି ଅପରାଧିକ ଘଟଣା ସାମ୍ନାକୁ ଆସୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)