ହୋଲି ପାଇଁ ଚାରିଆଡ଼େ ବନ୍ଦ ଥିଲା ଦୋକାନ ବଜାର ଓ ଆହାର କେନ୍ଦ୍ର। ଖାଦ୍ୟ ପାଇଁ ହନ୍ତସନ୍ତ ହେଉଥିଲେ ଲୋକେ। ହେଲେ ଦେବଦୂତ ଭଳି ଆସି ଶହ ଶହ ଲୋକଙ୍କୁ ଭାତ ଡାଲମା ବାଣ୍ଟିଲେ ଅଭିମନ୍ୟୁ ।
ବିଧାନସଭା ତଥ୍ୟ ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷରେ ଗତ ଜାନୁଆରୀ ମାସ ସୁଦ୍ଧା ଅର୍ଥାତ ୧୦ ମାସ ଭିତରେ ୧୧୧ଟି ହତ୍ୟା, ୨୦ ଡକାୟତି, ୧୫୦୯ଟି ଚୋରି, ୧୦୧ଟି ଦଙ୍ଗା, ୬୫୫ଟି ଅସଦାଚରଣ ଓ ୭୯ଟି ଯୌନ ନିର୍ଯାତନା ମାମଲା ରୁଜୁ ହୋଇଛି । ବଢୁଥିବା ଅପରାଧ ନିୟନ୍ତ୍ରଣ ଏବେ ପୋଲିସ୍ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ।
ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାରରେ ସାମାନ୍ୟ ପାଟିତୁଣ୍ଡରୁ ଗୁଳି ମାଡ଼ କରି ହତ୍ୟାକାଣ୍ଡ ଘଟିଛି ।
ବିଜେପି ଶିବିର ଉତ୍ସାହିତ ଥିଲା, ନୂଆ ମଙ୍ଗୁଆଳ ଆସିବା ପରେ ଚଳଚଞ୍ଚଳ ଥିଲା କଂଗ୍ରେସ କ୍ୟାମ୍ପ। ହେଲେ ଖୁସି ମଉଜର ପର୍ବ ଭିତରେ ଖାଁ ଖାଁ ଥିଲା ଶଙ୍ଖ ଶିବିର।
ଫଗୁଣର ଫଗୁରେ ରଂଗୀନ ପୁରା ପରିବେଶ। ରଙ୍ଗମୟ ସାରା ରାଜ୍ୟ। ପିଲାଠୁ ବଡ଼ ସମସ୍ତେ ମସଗୁଲ ହୋଲି ଖେଳରେ। ଆନନ୍ଦ ଉଲ୍ଲାସର ସହ ରଙ୍ଗ ଖେଳି ପରସ୍ପରକୁ ଜଣାଇଛନ୍ତି ହୋଲିର ଶୁଭେଚ୍ଛା।
#ପୁରୀରେ_ରଙ୍ଗ_ଖେଳିଲେ_ଡ୍ରିମଗର୍ଲ ପୁରୀରେ ରଙ୍ଗ ଖେଳିଲେ ବଲିଉଡ୍ ଡ୍ରିମଗର୍ଲ ତଥା ସାଂସଦ ହେମା ମାଳିନୀ। ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ସମେତ ମହିଳାମାନଙ୍କ ସହ ହୋଲି ଖେଳିଛନ୍ତି ହେମା।
କଟକରେ ହୋଲି ଖେଳ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଜଗତପୁର ବିଜୁ କଲୋନୀ ଓ ହରିଜନ ସାହି ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା ।
ହୋଲି ଖେଳ ବେଳେ ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ । ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ବେଳେ ମଞ୍ଚେଶ୍ୱର ଥାନା ସମେଇଗାଡ଼ିଆରେ ମଧ୍ୟ ଜଣଙ୍କୁ ହତ୍ୟା କରିଛନ୍ତି ।
ବଲିଉଡ୍ର ଦବଙ୍ଗ୍ ଷ୍ଟାର ସଲମାନ ଖାନ ଆଜିକାଲି ତାଙ୍କ ଫିଲ୍ମ 'ସିକନ୍ଦର'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ଇଦ୍ରେ ରିଲିଜ୍ ହେବାକୁ ଯାଉଛି। ଜଣେ ମୁସଲମାନ ହୋଇ ମଧ୍ୟ ସଲମାନ ହୋଲି ପର୍ବକୁ ବହୁତ ଧୁମଧାମ ସହିତ ପାଳନ କରନ୍ତି। ଭାଇଚାରାର ବାର୍ତ୍ତା ଦେଇଛନ୍ତି ।ସେ ବ୍ୟସ୍ତ କାର୍ଯ୍ୟସୂଚୀ ମଧ୍ୟରେ ବି ସୁଟିଂ ସେଟ୍ରେ ହୋଲି ଖେଳିଛନ୍ତି ।
ହୋଲି ପରେ, ଦାମୀ ପୋଷାକରୁ ଲାଇଥିବା କଡା ରଙ୍ଗ ଛଡାଇବା ବଡ କଷ୍ଟ ହୋଇଯାଏ। ବେଳେବେଳେ ଏହି ରଙ୍ଗଗୁଡିକ ଏତେ ଗାଢ ହୋଇଯାଏ ଯେ ପୋଷାକ ନଷ୍ଟ ହେବାର ଭୟ ଥାଏ। କିନ୍ତୁ ଚିନ୍ତା କରିବାର କିଛି କାରଣ ନାହିଁ। ଏଠାରେ ଆମେ ଆପଣଙ୍କ ପାଇଁ କିଛି ସହଜ ଏବଂ ପ୍ରଭାବଶାଳୀ ଟିପ୍ସ କହିବୁ, ଯାହା ସାହାଯ୍ୟରେ ଆପଣ କିଛି ମିନିଟରେ ରଙ୍ଗ ଛଡାଇଦେବେ।
ଆଜି ଚାରିଆଡେ ରଙ୍ଗ ବର୍ଷା। ସମସ୍ତଙ୍କ ଚେହେରାରେ ରଙ୍ଗର ବର୍ଷା। ଗାଁରୁ ସହର, ଗରିବ ଠାରୁ ଧନୀ ସମସ୍ତେ ଆଜି ଏକ। ସମସ୍ତେ ରଙ୍ଗରେ ଭିଜିବାକୁ ଆଗ୍ରହୀ। ଆସନ୍ତୁ ଏହି ଅବସରରେ କିଛି ଆକର୍ଷଣୀୟ ଫଟୋ ଉପରେ ନଜର ପକାଇ ନେବା।
ହିନ୍ଦୁ ଧର୍ମରେ ହୋଲିର ବିଶେଷ ମହତ୍ତ୍ବ ରହିଛି। ସମଗ୍ର ଭାରତ ବର୍ଷରେ ଏହାକୁ ଧୁମଧାମରେ ପାଳନ କରାଯାଇଥାଏ। ତେବେ ବାସ୍ତୁ ସହିତ ହୋଲି ଅଙ୍ଗାଙ୍ଗୀ ଭାବରେ ଜଡିତ। ହୋଲିରେ ଯଦି ଆପଣ ୫ଟି ଜିନିଷ କିଣୁଛନ୍ତି ତାହେଲେ ଏହା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିବାରେ ସକ୍ଷମ।
ଅନେକ ଲୋକ କାନରୁ ରଙ୍ଗ ଛଡାଇବା ପାଇଁ କଠିନ ସ୍କ୍ରବିଂ କିମ୍ବା ରାସାୟନିକ ପଦାର୍ଥ ବ୍ୟବହାର କରନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ। ଯଦି ହୋଲି ରଙ୍ଗ ଆପଣଙ୍କ କାନରେ ଲାଗିଛି ଏବଂ ସହଜରେ ଛାଡୁ ନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ।
ଆଜି ରଙ୍ଗର ପର୍ବ ହୋଲି। ସାରା ରାଜ୍ୟରେ ତଥା ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ। ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଜଣେ ଅନ୍ୟ ଜଣକୁ ରଙ୍ଗ ଲଗାଇ ନିଜ ଭଲ ପାଇବା ପରିପ୍ରକାଶ କରୁଛନ୍ତି। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ୍ ଅଛନ୍ତି ଲୋକେ।
ଜ୍ୟୋତିଷ ଶାସ୍ତ୍ରରେ ପ୍ରତି ରାଶିର ଏକ ବିଶେଷ ଶୁଭ ରଙ୍ଗ ରହିଛି । ହୋଲିରେ ଯଦି ପ୍ରତ୍ୟେକ ବ୍ୟକ୍ତି ନିଜ ଶୁଭ ରଙ୍ଗରେ ହୋଲି ଖେଳିବେ ତେବେ ଏହା ଅତ୍ୟନ୍ତ ଶୁଭ ରହିବ ଓ ଫାଇଦା ପ୍ରଦାନ କରିବ ।
ହୋଲି ଉତ୍ସବ ପଛର ପୌରାଣିକ କାହାଣୀ ବଡ଼ କୌତୂହଳ ପୂର୍ଣ୍ଣ। ହୋଲିକୁ ନେଇ ଆମ ସାହିତ୍ୟରେ ମଧ୍ୟ ଅନେକ ବଢ଼ିଆ କଥା ରହିଛି। ହୋଲି ଓ ଦୋଳ ହେଉଛି ଓଡ଼ିଆ ପରମ୍ପରାର ଅଭିନ୍ନ ଅଂଶ। ଓଡ଼ିଆଙ୍କ ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ପରମ୍ପରା ସହିତ ମଧ୍ୟ ହୋଲିର ସଂପର୍କ ରହିଛି।
ହୋଲି ପାଇଁ କଟକ ସହରରେ ୨୨ ପ୍ଲାଟୁନ୍ ପୋଲିସ୍ ମୁତୟନ ହେବେ । ଏଥିସହ ସହରରେ ସମସ୍ତ ମଦ ଦୋକାନ ବନ୍ଦ ରହିବ ଏବଂ ବେଆଇନ ଭାବେ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଚେତାବନୀ ଦେଇଛନ୍ତି ।...
ପିଲାଠୁ ବୁଢା ଆଜି ସମସ୍ତେ ହୋଲି ରଙ୍ଗରେ ରଙ୍ଗୀନ ହେବେ। ପୂରା ଦେଶ ବିଭିନ୍ନ ରଙ୍ଗରେ ରଙ୍ଗୀନ ହେବ। ରଙ୍ଗ, ଅବିର ଓ ପିଚକାରୀ ସହ ଭଳି କି ଭଳି ଚଷମା ଓ ଟୋପି ଆଦି କିଣା ସରିଛି। ଶ୍ରୀମନ୍ଦିର ତଥା ବିଭିନ୍ନ ଦେବାଳୟ ମାନଙ୍କରେ ମଧ୍ୟ ହୋଲିକୁ ନେଇ ସ୍ୱତନ୍ତ୍ର ନୀତିକାନ୍ତି ରହିଛି।
ରାତି ପାହିଲେ ହୋଲି। ଫଗୁ ଅବିରରେ ରଙ୍ଗୀନ ହେବ ଗାଁଠୁ ସହର। ହେଲେ ତା ପୂର୍ବରୁ ଗାଁ ଗାଁ, ସହର ସହରରେ ଦୋଳ ପୂର୍ଣ୍ଣିମାର ଧୁମ୍। ଦୋଳ ମେଳଣ ସାଙ୍ଗକୁ ଲଉଡ଼ି ଖେଳ। ସବୁଠି ସୃଷ୍ଟି ହୋଇଛି ଭକ୍ତି ଓ ଭାବର ପରିବେଶ। ସେପଟେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ।
ସାରା ଦେଶରେ ଉଡୁଛି ରଙ୍ଗ। ବଲିଉଡ୍ ତାରକାମାନେ ମଧ୍ୟ ହୋଲି ଉତ୍ସବରେ ମଜ୍ଜିଛନ୍ତି। ନିକଟରେ ସୋନାକ୍ଷୀ ସିହ୍ନା ବିବାହ ପରେ ତାଙ୍କର ପ୍ରଥମ ହୋଲିର ଫଟୋ ମଧ୍ୟ ପୋଷ୍ଟ୍ କରିଛନ୍ତି। ଏହାକୁ ନେଇ ସେ କିନ୍ତୁ ଟ୍ରୋଲ୍ ହୋଇଛନ୍ତି ଆଉ ଟ୍ରୋଲରମାନଙ୍କୁ ଏକ ଉପଯୁକ୍ତ ଜବାବ ଦେଇଛନ୍ତି।
ଯାଦବମାନଙ୍କ ଏକ ନିଆରା ପରମ୍ପରା ହେଉଛି ବାଡି ଖେଳ । ସ୍ବତନ୍ତ୍ର କେନ୍ଦୁ ବାଡିକୁ ପୂଜାର୍ଚ୍ଚନା କରାଯାଇଥାଏ । ତାପରେ ଯାଦବ ସମାଜର ଯୁବକ ମାନେ ବାଡିକୁ ଧରି ଦୁଲଦୁଲିର ତାଳେ ତାଳେ ନାଚ କରିଥାନ୍ତି । ବିଭିନ୍ନ କୌଶଳ ଦେଖାଇବା ସହିତ, ବାଡିକୁ ବାଡି ବାଡେଇ ରଂଗ ଖେଳନ୍ତି ଯାଦବ ଟୋକା । ଦ୍ବାପର ଯୁଗରୁ ଚାଲି ଆସୁଛି ଏହି ବାଡ଼ି ପରମ୍ପରା ।
ହୋଲିରେ ରଙ୍ଗ ହେବା ପୂର୍ବରୁ ଲୋକମାନେ ସେମାନଙ୍କର ଚର୍ମ ଏବଂ ଚୁଟିର ଯତ୍ନ ପାଇଁ ସତର୍କ ରୁହନ୍ତି। କିନ୍ତୁ ନଖ ବିଷୟରେ ଭୁଲିଯାଆନ୍ତି। ରଙ୍ଗ କାରଣରୁ ନଖରେ ସ୍ଥାୟୀ ଦାଗ ରହିଯାଏ ଏବଂ ଏହି ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସିବା ହେତୁ ନଖ ସହଜରେ ଭାଙ୍ଗିବା ଆରମ୍ଭ କରେ। ଆପଣ କିପରି ରଙ୍ଗର ପ୍ରଭାବରୁ ନଖକୁ ରକ୍ଷା କରିପାରିବେ ଜାଣନ୍ତୁ।
ଆଜିକାଲି ବଜାରରେ ହର୍ବାଲ ରଙ୍ଗ ମିଳୁଥିଲେ ବି ଏହା ଅଧିକ ମହଙ୍ଗା ହୋଇଥାଏ ଆଉ ବେଳେବେଳେ ଭେଜାଲ ମଧ୍ୟ ହୋଇଥାଏ । ତେବେ ସବୁଠାରୁ ସୁବିଧା ଉପାୟ ହେଲା ଏହାକୁ ନିଜ ଘରେ ତିଆରି କରିବା ।
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଦୋଳବିମାନରେ ବସି ଭକ୍ତଙ୍କଠାରୁ ଭୋଗ ଖାଇବେ ଦୋଳଗୋବିନ୍ଦ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ ।
ସାରା ଦେଶରେ ପାଳନ ହେଉଥିବା ରଙ୍ଗର ଉତ୍ସବ ହୋଲି, ଓଡ଼ିଶାରେ ନୂଆ ପରମ୍ପରା ନେଇ ପାଳନ ହୁଏ। ଏଠି ଠାକୁରମାନେ ହିଁ ପ୍ରଥମେ ହୋଲି ଖେଳନ୍ତି। ଯାହାକୁ କୁହାଯାଏ ମେଳଣ। ଗୋଟିଏ ଜାଗାରେ ଦିଅଁମାନେ ବିମାନରେ ଆସି ଏକାଠି ହୁଅନ୍ତି, ତା ପରେ ଭୋଗ ଖାଇ ହୋଲି ଖେଳନ୍ତି। ଏହା ପରଦିନ ହିଁ ମଣିଷମାନେ ହୋଲି ଖେଳନ୍ତି। ଅର୍ଥାତ ଦୋଳ ପରଦିନ ହୁଏ ହୋଲି।