Advertisment

Fire Mishap: ଜଳିଗଲେ ଜଳ ସମ୍ପଦ କର୍ମଚାରୀ

ଗତକାଲି ଅପରାହ୍ନ ଚିତଳପୁରଠାରେ ନଦୀ ବନ୍ଧରେ ଲେବୁଲ ନିଆଯାଉଥିଲା। ରବି ଏହି ଲେବୁଲ ଷ୍ଟାଣ୍ଡକୁ ଧରିଥିଲେ। ହଠାତ୍ ଲେବୁଲଟି ନଦୀ ବନ୍ଧ ତଳେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା।

author-image
Tapaswini Nayak
Fire

Fire

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଜଳ ସମ୍ପଦ କର୍ମଚାରୀ। ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲିର ଚିତଳପୁରରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ରବି ନାରାୟଣ ନାୟକ।

Advertisment

ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ରବି ବଳଙ୍ଗା ଜଳ ସମ୍ପଦ ଉପଖଣ୍ଡରେ ଖଲାସୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ବଳଙ୍ଗା ନିକଟ ରୂପଦେଇ ଗ୍ରାମ ନିକଟରେ ।

ଗତକାଲି ଅପରାହ୍ନ ଚିତଳପୁରଠାରେ ନଦୀ ବନ୍ଧରେ ଲେବୁଲ ନିଆଯାଉଥିଲା। ରବି ଏହି ଲେବୁଲ ଷ୍ଟାଣ୍ଡକୁ ଧରିଥିଲେ। ହଠାତ୍ ଲେବୁଲଟି ନଦୀ ବନ୍ଧ ତଳେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ରବି ଘଟଣାସ୍ଥଳରେ ଅଧା ଜଳିଯାଇଥିଲେ। ଗୋଡ଼ଠାରୁ ଅଣ୍ଟା ପର୍ଯ୍ୟନ୍ତ ରବିଙ୍କର ପୋଡ଼ି ଯାଇଥିଲା।

Advertisment

ଘଟଣାସ୍ଥଳରେ ଉପସ୍ଥିତ ଥିବା ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି କ୍ୟାପଟାଲ ହସପିଟାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।

ବିଦ୍ୟୁତ ତାର ନନ୍ଦୀ ବନ୍ଧ ତଳେ ଯାଇଥିବାରୁ ଏହି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ ହୋଇଛି।

ଅଧିକ ପଢ଼ନ୍ତୁ: ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା; ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ।

Puri Fire Breaks Out Pipili
Advertisment
Advertisment