• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapaswini Nayak

ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀମନ୍ଦିର ସୁରକ୍ଷା, ବଡଦାଣ୍ଡ ଓ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ, ଗହଳି ନିୟନ୍ତ୍ରଣ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ନୋଟିଫିକେସନ। ଏଥିପାଇଁ ୧୦୮୩ ଟି ପଦବୀ ସୃଷ୍ଟି କରାଯାଇଛି।

ଏଥିରେ ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଷ୍ଟେଟ୍ ଆର୍ମଡ୍ କ୍ୟାଡରରୁ ଜଣେ କମାଣ୍ଡାଣ୍ଟ, ୨ ଡେପୁଟି କମାଣ୍ଡାଣ୍ଟ, ୧୦ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୮ ଇନ୍ସପେକ୍ଟର, ୩୧ ସବ-ଇନ୍ସପେକ୍ଟର. ୨୪ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ବାହାରିଛି।

ଅଧିକ ପଢ଼ନ୍ତୁ: ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ପାଇଁ ହେବନାହିଁ ସିଧା ନିଯୁକ୍ତି

ସେଇଭଳି ଷ୍ଟେଟ୍ କ୍ୟାଡର ଅଫ ସିଭିଲ ପୋଲିସରୁ ଜଣେ ସବ-ଇନ୍ସପେକ୍ଟର, ୨ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଭଳି ପଦବୀରେ ନିଯୁକ୍ତ ହେବେ। ଏହାବାଦ୍ ୨୪୦ ହାବିଲଦାର , ବାଟାଲିୟନ୍ କ୍ୟାଡରରୁ ୭୨୦ ସିପାହୀ ଜଣ ନିଯୁକ୍ତ ହେବେ।

ଏହାବାଦ୍ ଅନ୍ୟାନ୍ୟ ବିଭିନ୍ନ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି। ଏହି ନିଯୁକ୍ତି ପ୍ରକ୍ରିୟା କମିଟିରେ ଅଧ୍ୟକ୍ଷ ଅତିରିକ୍ତ ପୋଲିସ୍ ଡିଜି, ସଦସ୍ୟ ଭାବେ ଆଇଜି, ଡିଆଇଜି କେନ୍ଦ୍ରାଂଚଳ ରେଂଜ, ପୁରୀ ଏସପି ଓ ଡିଜିପିଙ୍କ ଦ୍ୱାରା ମନୋନୀତ ଆଇଜି, ଡିଆଇଜି ଓ ଏସପି କିମ୍ବା କମାଣ୍ଡାଣ୍ଟ ରାଙ୍କର ଅଧିକାରୀ ରହିବେ।

ଅଧିକ ପଢ଼ନ୍ତୁ:  ଅଛି କି ଚାପ! କ୍ରାଇମବ୍ରାଞ୍ଚରେ ହାଜର ହେଲେନି ଦୀପାଳି

OTV is now on Whatsapp

Join and get latest news update delivered to you via whatsapp

Join Now