• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Puri

Gop
Tourist Dies In Heart Attack: ହୃଦଘାତରେ ଇକୋ ରିଟ୍ରିଟ୍‌ରେ ପର୍ଯ୍ୟଟକଙ୍କ ମୃତ୍ୟୁ!

ଆଜି ଅପରାହ୍ନରେ ଏମ୍‌ଡି ଆଲାମ୍‌ ହୁସେନ ଅସୁସ୍ଥ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ ନିକଟସ୍ଥ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Padma Besha of Lord Jagannath
Padma Besha of Lord Jagannath: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ, ମୁଣ୍ଡଠୁ ପାଦ ଯାଏ ପଦ୍ମଫୁଲରେ ବିଭୂଷିତ ହେବେ ଶ୍ରୀଜିଉ

ଦୁର୍ଲ୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ପ୍ରଭୁ ଶ୍ରୀଜଗନ୍ନାଥ,ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ବଡ଼ଛତା ମଠ ଯୋଗାଇବ ଏହି ବେଶ । ଏଣୁ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।

Srimandir Administration
Encroached Land: ଜବରଦଖଲ ଜମି ହାତକୁ ନେଲା ଶ୍ରୀମନ୍ଦିର ପ୍ରଶାସନ, ଲାଗିଲା ସୂଚନା ଫଳକ

ଶ୍ରୀଜଗନ୍ନାଥ ମନ୍ଦିରର ନିଜସ୍ଵ ଭୂସମ୍ପତ୍ତି ବୋଲି ଫଳକ ଲଗାଇ ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ । ଅନଧିକାର ପ୍ରବେଶ ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ସୂଚନା ଫଳକରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଉଲ୍ଲେଖ କରାଯାଇଛି ।

Puri
Lord Jagannath Land Scam: ଶ୍ରୀଜଗନ୍ନାଥଙ୍କ ଜମି ଉପରେ ମାଫିଆଙ୍କ ଆଖି

ମହାପ୍ରଭୁଙ୍କ ଭୂ-ସଂପତ୍ତିର ବେଆଇନ୍‌ ହସ୍ତାନ୍ତର ସଂପୂର୍ଣ୍ଣ ଅବୈଧ ବୋଲି ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ। ଜମି ବିକ୍ରିବଟା ବେଳେ ଶ୍ରୀମନ୍ଦିର ପ୍ରଶାସନକୁ ଯାଞ୍ଚ ପାଇଁ ଯୋଗାଯୋଗ କରାଯାଇପାରିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।

Puri
Drone Spotted Srimandir: ଶ୍ରୀମନ୍ଦିର ନୀଳଚକ୍ର ଉପରେ ୨୫ ମିନିଟ୍‌ ଧରି ଉଡିଲା ଡ୍ରୋନ୍‌!

ଆଜି ଶ୍ରୀମନ୍ଦିର ଉପରି ଭାଗରେ ଉଡିଥିଲା ଡ୍ରୋନ୍‌। ପୋଲିସ୍‌ ଡ୍ରୋନ୍‌ଟିକୁ ଖସାଇବାକୁ ଚେଷ୍ଟା କରିଥିଲା। ହେଲେ ଡ୍ରୋନ୍‌ଟି ମେଘନାଦ ପାଚେରୀ, ଶ୍ରୀ ସେତୁ ଦେଇ ଦୃତ ଗତିରେ ପଳାଇ ଯାଇଥିଲା।

snake bite
Snake Bite: ଛାତ୍ରକୁ ସାପ କାମୁଡ଼ିବା ଘଟଣା; ସ୍କୁଲ୍‌ ଗେଟ୍‌ରେ ତାଲା ପକାଇଲେ ଅଭିଭାବକ

ସ୍କୁଲ ଗେଟ୍‌ରେ ତାଲା ପକାଇଲେ ଅଭିଭାବକ। ପୁରୀ ଜିଲ୍ଲା ପୋପରଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ। ଘଟଣାସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ବୁଝାସୁଝା କରିବା ସହ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି l

Snake Bite
Snake Bite: ଛାତ୍ରଙ୍କୁ ଆସିଲାନି ପାଠ; ସ୍କୁଲ ଘର ସଫା ପାଇଁ କହିଲେ ଦିଦି; କାମୁଡ଼ିଲା ନାଗ ସାପ

ଗତକାଲି କ୍ଲାସ ରୁମରେ ପିଲା ମାନଙ୍କୁ ଦିଦି ପାଠ ପଚାରିଥିଲେ। ସାଇକ୍ରିଷ୍ଣାଙ୍କ ସମେତ କିଛି ପିଲା ପାଠ କହିପାରିନଥିଲେ। ଏଥିରେ ଦିଦି ରାଗି ଯାଇ ପିଲାଙ୍କୁ ସ୍କୁଲରେ ଚାଉଳ ରହୁଥିବା ଘରକୁ ସଫା କରିବା ପାଇଁ କହିଥିଲେ।

କୁଡ଼ିଆରେ ପହଞ୍ଚି ଦେଲେ ଆବାସ ଭରସା
Awas Yojana: ସରକାରୀ ଅଧିକାରୀଙ୍କ ସହ ଆସିଲେ ମନ୍ତ୍ରୀ, ବୁଲି ବୁଲି କଲେ ଆବାସ ଯୋଜନାର ସର୍ଭେ

ସରକାରୀ ଅଧିକାରୀଙ୍କ ସହ ମନ୍ତ୍ରୀ ଆସିଲେ...ବୁଲି ବୁଲି ଜରିପାଲ-ନଡ଼ିଆପତ୍ର ତାଟିରେ ଢଙ୍କା ଭଙ୍ଗା କୁଡ଼ିଆ ସବୁ ଦେଖିଲେ...ଗରିବ ପରିବାର ମୁଣ୍ଡରେ ନିଶ୍ଚିତ ଛାତ ଘରର ସ୍ବପ୍ନ ବୁଣି ଆବାସ ସର୍ଭେରେ ସାମିଲ୍ କଲେ...।

ଚିନ୍ତା ବଢ଼ାଇଲା କଣାସ ଡାଇରିଆ
Diarrhoea Concerns in Puri Kanasa: ଚିନ୍ତା ବଢ଼ାଇଲା କଣାସ ଡାଇରିଆ, ୮ ଦିନରେ ଗଲାଣି ୪ ମୁଣ୍ଡ

କଣାସରେ ଝାଡ଼ାବାନ୍ତି କାୟା । ୮ ଦିନରେ ଗଡ଼ିଲାଣି ୪ ମୁଣ୍ଡ । ସାମ୍ପଲ ଟେଷ୍ଟିଂ ପରେ ଡାଇରିଆରେ ଜଣଙ୍କ ମୃତ୍ୟୁକୁ ବି ମାନିଲେଣି ସରକାର ।

Dairea Infected
Diarrhea Infected: ପଡ଼ିଲା ହାତ ଗଣ୍ଠି; ଉପାସରେ ଗଲେ ବରଯାତ୍ରୀ

ଗତକାଲି ନୂଆ ଦୋକନ୍ଦା ଗାଁରେ ଜଣେ ବ୍ୟକ୍ତିଙ୍କ ଝିଅ ବିବାହ ଥିଲା। ଝିଅ ଘର ତରଫରୁ ଭୋଜିଭାତ ଆୟୋଜନ କରାଯାଇଥିଲା। ଭୋଜିଭାତ ପାଇଁ ଯେଉଁ ସାମଗ୍ରୀ ଆସିବା କଥା, ସବୁ ଆସି ସାରିଥିଲା।  ହେଲେ ସବୁ ଫସର ଫାଟିଯାଇଥିଲା।

Minister
National Mines Ministers' Conference at Konark: ‘ମାଇନିଂ ସେକ୍ଟର ବିନା ଅର୍ଥନୀତିର ବିକାଶ ଅସମ୍ଭବ’

କେନ୍ଦ୍ର ଖଣି ମନ୍ତ୍ରୀ ଜି. କିଶନ୍ ରେଡ୍ଡୀ କହିଛନ୍ତି, ଦେଶରେ ଇଲେକ୍ଟ୍ରୋନ୍ସ, ଗ୍ରୀନ୍ ଏନର୍ଜି ପାଇଁ ଲିଥିୟମ ଓ କପରର ଚାହିଦା ବଢ଼ି ଚାଲିଛି। ଦେଶକୁ କୋଇଲା ଆଉ ଖଣି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତଙ୍କର ଦାୟିତ୍ଵ ରହିଛି। ୨୦୧୫ ମସିହା ପୂର୍ବରୁ କୋଇଲା ଓ ଖଣି କ୍ଷେତ୍ରରେ ଅନେକ ସମସ୍ୟା ରହିଥିଲା।

Konark
Singapore President in Sun Temple: ସୂର୍ଯ୍ୟମନ୍ଦିର କାରୁକାର୍ଯ୍ୟ ଦେଖି ବିମୋହିତ ସିଙ୍ଗାପୁର ରାଷ୍ଟ୍ରପତି

ଚିତ୍ରଶିଳ୍ପୀ ଆୟୁଶ ମହାପାତ୍ର ସିଙ୍ଗାପୁର ରାଷ୍ଟ୍ରପତି ଓ ତାଙ୍କ ଧର୍ମପତ୍ନୀଙ୍କ ଶ୍ରୀମନ୍ଦିର ବିଶାଳ ମନ୍ଦିର ସହ ଏକ ଚିତ୍ର ଆଙ୍କି ରଘୁରାଜପୁରକୁ ଆସିଥିଲେ। ହେଲେ ଦେବା ପାଇଁ ସୁଯୋଗ ମିଳୁନଥିଲା। ତେଣୁ ସେ ଫଟୋ ଧରି ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ପ୍ରୋଟକଲ୍ ଭାଙ୍ଗି ରାଷ୍ଟ୍ରପତି କାରରୁ ଓହ୍ଲାଇ ତାଙ୍କ ଠାରୁ ଫଟୋଚିତ୍ରକୁ ଗ୍ରହଣ କରିଥିଲେ। ଏଥିସହ ଶ୍ରୀ ମହାପାତ୍ରଙ୍କୁ ପ୍ରଶଂସା ମଧ୍ୟ କରିଥିଲେ।

ratna bhandar
Shree Mandir RatnaBhandar: ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ଆଜିଠାରୁ ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି । ଏବେ କାନ୍ଥର ମରାମତି ଓ ଯେଉଁ ପଥରରେ ଅଧିକ ଫାଟ ରହିଥିବ, ତାକୁ ପରିବର୍ତ୍ତନ କରାଯିବ । ଚଟାଣ ନୂତନ ଭାବେ କରାଯିବ ।

Lingaraj
Lingaraj Temple Rituals: ପୁଣି ମୁଣ୍ଡ ଟେକିଲା ସେବାୟତ ବିବାଦ; ମକରରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ

ଗତକାଲି ରାତି ସାଢେ ୮ଟାରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ସେବାୟତଙ୍କ ବିବାଦ ଲାଗି ବନ୍ଦ ରହିଛି ନୀତି।ସେହିପରି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ଆଜି ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମକର ଚରାଅସୀ ବେଶରେ ବିଭୂଷିତ ହେବେ ।

ମ୍ୟାଟ୍ରିକ୍‌ରେ A1 ଗ୍ରେଡ୍‌ ରଖିବାକୁ ଚାହୁଁଛନ୍ତି ?
Special Story: ମ୍ୟାଟ୍ରିକରେ A1 ଗ୍ରେଡ ରଖିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କିପରି ପାଇବେ

ପୁରୀ ଜିଲ୍ଲାରେ A1 ମାର୍କ ରଖିବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୋଲିସ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର କ୍ଳାସର ଆୟୋଜନ କରାଯାଇଛି। ଯାହାଦ୍ୱାରା ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ।

ଶହେ ଟଙ୍କାରେ ପେଟପୂରା ଅବଢ଼ା !
Mahaprasad: ଶହେ ଟଙ୍କାରେ ମିଳିବ ପେଟପୂରା ମହାପ୍ରସାଦ ! ଆଇନମନ୍ତ୍ରୀଙ୍କ ସୂଚନା ପରେ ଶ୍ରଦ୍ଧାଳୁ ଆଶ୍ବସ୍ତ

ଶହେ ଟଙ୍କାରେ ପେଟପୂରା ମହାପ୍ରସାଦ । ମିଳିବ ଅନ୍ନ,ଡାଲି, ବେସର, ମହୁର ଓ ଖଟା । ୧୦୦ ଟଙ୍କାରେ ଅବଢ଼ା କିଣି, ଜଣେ ଭକ୍ତ ଖାଇ ଯେମିତି ଶାନ୍ତି ହେବ ତା ଉପରେ ସରକାର ବିଚାର ବିମର୍ଶ କରୁଥିବା ନେଇ ଖୋଦ୍ ଆଇନମନ୍ତ୍ରୀଙ୍କ ସୂଚନା ପରେ ଆଶ୍ବସ୍ତ ହୋଇଛନ୍ତି ଜଗନ୍ନାଥ ପ୍ରେମୀ ।

Puri Srimandir
Puri Srimandir: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଆସନ୍ତା ୨୦ରୁ ଟ୍ରାଏଲ୍ ରନ୍

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ ପାଇଁ ଆସନ୍ତା ୨୦ ତାରିଖରୁ ଟ୍ରାଏଲ୍ ରନ୍ ହେବ । ମହିଳା ଓ ପୁରୁଷ ଦର୍ଶନାର୍ଥୀଙ୍କ ପାଇଁ ଅଲଗା ଅଲଗା ଧାଡ଼ିରେ ଦର୍ଶନ ବ୍ୟବସ୍ଥା ହେବ ।

Best Out Of Waste
Sculpture Fest: ଅଦରକାରୀ ପଦାର୍ଥରେ ଆଖି ଝଲସା କଳାକୃତି, ଓଡ଼ିଆ ଶିଳ୍ପୀଙ୍କ ହାତରେ ଜୀବନ୍ତ

ପ୍ରବାସୀ ଭାରତୀୟ ଓଡ଼ିଶା ଆସିଛନ୍ତି । ସାରା ଓଡ଼ିଶା ବୁଲିବେ । ପୁରୀ ସମୁଦ୍ର କୂଳ ବି । ଠିକ୍ ଏହି ସମୟରେ ରାଜ୍ୟର ଭାସ୍କର୍ଯ୍ୟ ଶିଳ୍ପୀମାନେ ଦେଖାଇଛନ୍ତି ହାତର ଯାଦୁ । ଚମକୁଛି ପୁରୀ ବେଳାଭୂମି ।

କାଲିଠୁ ପ୍ରବାସୀ ଭାରତୀୟଙ୍କ ମହାମେଳି
Pravasi Bharatiya Divas: କାଲିଠୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାମେଳି, ସାମିଲ ହେବେ ପ୍ରାୟ ୪ ହଜାର ପ୍ରବାସୀ

ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଓଡ଼ିଶାରେ ଜମିଲାଣି NRI ମାନଙ୍କ ଭିଡ଼ । ବିଦେଶରୁ ଆସିଥିବା ପ୍ରବାସୀ ଭାରତୀୟମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ, ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଆର୍ଶୀର୍ବାଦ କାମନା କରିଛନ୍ତି ।

Fog
Dense Fog: ଘନ କୁହୁଡ଼ିରେ ଦିଶୁନି ମୁହଁକୁ ମୁହଁ, ଲୁଚିଗଲା ପୁରୀ ଶ୍ରୀମନ୍ଦିର

କୁହୁଡ଼ି ଚାଦର ତଳେ ରହିଛି ସାରା ଓଡ଼ିଶା । ରାଜଧାନୀ ଭୁବନେଶ୍ବର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି।

shri mandir drone
Drone Over Srimandir: ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ଶ୍ରୀମନ୍ଦିର ନୋ ଫ୍ଲାଏ ଜୋନ୍ ଅନ୍ତର୍ଗତରେ ରହିଥିଲେ ମଧ୍ୟ ଭୋର୍ ପ୍ରାୟ ୪ଟା ୧୦ରେ ଡ୍ରୋନ୍ ଉଡିଥିବା ଦେଖାଯାଇଛି। ଡ୍ରୋନଟି ଦୋଳମଣ୍ଡପ ସାହିରୁ ଆସି ପ୍ରଥମେ ମନ୍ଦିର ଚାରିପାଖ ଏବଂ ପରେ ମେଘନାଦ ପାଚେରୀ ବୁଲିଥିଲା। ଏପରିକି ମନ୍ଦିରର ଦଧିନଉତି ଉପରେ ବି ବୁଲିଥିଲା। ତେବେ ଏହି ଡ୍ରୋନଟି କିଏ ଉଡାଇଥିଲା ସେ ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ। ଅନ୍ୟ ପକ୍ଷରେ ପୋଲିସ କଣ୍ଟ୍ରୋଲ ରୁମରୁ ଏଭଳି ଡ୍ରୋନ ଉଡା ଯାଇ ନଥିବା ସ୍ପଷ୍ଟ କରିଛନ୍ତି ପୁରୀ ଏସପି।

ବ୍ୟାରିକେଡ୍‌ ଭାଙ୍ଗିଲେ ଧସେଇ ପଶିଲେ
Srimandir: ନୂଆବର୍ଷରେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼, ବ୍ୟାରିକେଡ୍‌ ଭାଙ୍ଗିଲେ ଶ୍ରଦ୍ଧାଳୁ

ନୂଆବର୍ଷ ଅବସରରେ ଆଜି ସକାଳୁ ସକାଳୁ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଜନସମୁଦ୍ର ପାଲଟିଥିଲା ବଡ଼ଦାଣ୍ଡ ।

Dhadi Darshan to Begin at Srimandir
Dhadi Darshan to Begin at Srimandir: 'ଏବେ ଭିଡ଼ ଥିବାରୁ ଏକ୍ସପେରିମେଣ୍ଟ କରିବା ସମ୍ଭବ ନୁହେଁ'

ଆସନ୍ତା ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ପ୍ରକ୍ରିୟା । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ଜଗାର ଲୀଳା
Yearender Srimandir 2024:ଘଟଣାବହୁଳ ଶ୍ରୀମନ୍ଦିର, ପାଞ୍ଚ ଦଶନ୍ଧି ପରେ ଖୋଲିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ଚାରିଦ୍ୱାର, ପାଞ୍ଚ ଦଶନ୍ଧି ପରେ ଖୋଲିଲା ରତ୍ନଭଣ୍ଡାର। କେବେ ଘଟିନଥିବା ବଡ ବଡ ଘଟଣା ଘଟିଛି, ଅଘଟଣ ଓ ଦୁର୍ଘଟଣା ବି ଦେଖିଛି ବର୍ଷ ୨୦୨୪। I ଘଟଣାବହୁଳ ଥିଲା ଶ୍ରୀକ୍ଷେତ୍ର ପୁରୀ ।

Puri
Srimandir Massive Crowd: ନୂଆବର୍ଷ ପୂର୍ବରୁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼; ଆକ୍ତାମାକ୍ତା ଭକ୍ତ, କାଲିଠୁ କେବଳ ସିଂହଦ୍ବାର ଦେଇ ପ୍ରବେଶ

ନୂଆବର୍ଷ ପାଇଁ କାଲିଠୁ ଆହୁରି ଭିଡ଼ ହେବ। ଆସନ୍ତାକାଲି ଓ ୧ ତାରିଖରେ କେବଳ ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଦର୍ଶନ କରାଇବାକୁ ପ୍ରସ୍ତୁତ ରହିଛନ୍ତି ପୋଲିସର ସ୍ବତନ୍ତ୍ର ଟିମ୍ ଓ ଭଲ୍ୟୁଣ୍ଟିଅର।