ଜିରୋ ନାଇଟ୍ ପାଇଁ ପୋଲିସର ଜିରୋ ଟଲେରାନ୍ସ। ସେଲିବ୍ରେସନ କର, କିନ୍ତୁ ସୀମା ଭିତରେ । ନୂଆବର୍ଷ ପାଳନ ଭିତରେ କେହି ଭୁଲି ନଯାଆନ୍ତୁ ନିୟମ । ଡ୍ରିଙ୍କ୍ ଏଣ୍ଡ ଡ୍ରାଇଭ୍ ଉପରେ ପୋଲିସର ଆଖି ।
ଶ୍ରୀମନ୍ଦିର ବାହାରେ ଓ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ ହେବାସହ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯିବ।
ଅଦିନିଆ ଲଘୁଚାପ ବର୍ଷାରେ ଗତ ସପ୍ତାହରେ ଯେତିକି ଫସଲ ଉଜୁଡ଼ିଥିଲା, ଏବେ ଦୋହରା ବର୍ଷା ଚଷା ପୁଅକୁ ଦେଇଛି ଡବଲ୍ ଝଟକା । ଦୋହଲାଇ ଦେଇଛି ଆର୍ଥିକ ଉତ୍ସକୁ ।
୫୫୦ କିଲୋଗ୍ରାମ ଚକୋଲେଟ୍ ବ୍ୟବହାର କରି ହୋଇଥିବା ଏହି ବାଲୁକା କଳାଟି ବେଶ୍ ଆକର୍ଷଣୀୟ ହୋଇଥିବା ବେଳେ ପର୍ଯ୍ୟଟକମାନେ ଏହାର ଭୂୟସୀ ପ୍ରଶଂସା କରିଛନ୍ତି ।
ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା । ଡିସେମ୍ୱର ୨୭ ଓ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ। ଗତକାଲି ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ଗଜପତି ମହାରାଜ ଏତିହ୍ୟ କରିଡର ପ୍ରକଳ୍ପରେ ସନାତନ ଧର୍ମର ଚାରି ଯଜ୍ଞର କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦେବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିବା ନେଇ ସୂଚନା ଦେଇଥିଲେ। ତା ସତ୍ତ୍ବେ ବି ନବୀନ ସରକାର ଏହା ଉପରେ ଧ୍ୟାନ ଦେଇ ନଥିବା ବେଳେ ମୋହନ ସରକାର ଏହାକୁ କିଭଳି କାର୍ଯ୍ୟକାରୀ କରୁଛନ୍ତି, ପରିକ୍ରମା ପ୍ରକଳ୍ପରେ କି ପରିବର୍ତ୍ତନ ଆଣୁଛନ୍ତି ଏବେ ତା ଉପରେ ନଜର।
ପୁରୁଣା ଡିଜାଇନ ସହ ଆଉ କିଛି ଆଡ୍ କରି ନୂଆ ଡିଜାଇନ ହେବ । ଶ୍ରଦ୍ଧାଳୁଙ୍କ ଧର୍ମିୟ ଭାବନାକୁ ଦେଖି ବ୍ୟବସ୍ଥା ହେବ ।
ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା । ଜାନୁଆରୀ ପହିଲାରୁ ଲାଗୁ ହେବ ନାଟମଣ୍ଡପରେ ବ୍ୟାରିକେଡ୍ ଓ ରାଂପ୍ ସିଷ୍ଟମ । ସ୍ବତନ୍ତ୍ର ବାରିକେଡ୍ ଯୋଗେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ ।
ଝାଉଁ ଓ ହେନ୍ତାଲ ବଣ ଯୋଗୁଁ ଗତ ଥର ବାତ୍ୟା ‘ଦାନା’ ପ୍ରଭାବ ପକାଇ ପାରିଲାନି। ଭିତରକନିକାରେ ଲ୍ୟାଣ୍ଡ ପରେ ଧିମେଇଥିଲା। ଏସବୁ ପରେ ବି ଯଦି କୋଣାର୍କରୁ ଝାଉଁ ବଣ କଟା ଯାଏ ତାହେଲେ ଏହାର ପ୍ରଭାବ କଣ ହେବ ସହଜରେ ଅନୁମେୟ।
ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ମତ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଏଏସଆଇ ତାର କାମ ଆରମ୍ଭ କରିଛି । ରତ୍ନ ଭଣ୍ଡାରର କାନ୍ଥ ଓ ବୀମ୍ ସମସ୍ୟା ପରଖି ଆବଶ୍ୟକ ମରାମତି କରାଯିବ ।
ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେପଟେମ୍ବର 21 ଓ 22 ତାରିଖରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଭିତ୍ତିରେ ହେବ ମରାମତି କାମ।
ଅନ୍ତ ହେବାକୁ ଯାଉଛି ଆଉ ଏକ ବଡ଼ ପ୍ରତୀକ୍ଷା । ୫ ଦଶନ୍ଧି ପରେ ରତ୍ନଭଣ୍ଡାର ଖୋଲିଲା । ଆଉ ଏହାର ୫ ମାସ ପରେ ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ଦୀର୍ଘଦିନର ଚିନ୍ତା, ଉଦବେଗକୁ ଆଶ୍ବସ୍ତ କରି କାଲିଠୁ ଆରମ୍ଭ ହେଉଛି ଭଣ୍ଡାର ଘର ମରାମତି ।
ରତ୍ନଭଣ୍ଡାର ମରାମତି ସମୟରେ ଏ ଏସ୍ ଆଇ ପକ୍ଷରୁ କାମ କରୁଥିବା ଶ୍ରମିକ ଓ ଅଧିକାରୀଙ୍କୁ ପରିଚୟ ପତ୍ର ଦିଆଯିବ । ସେମାନେ ପରିଚୟ ପତ୍ର ଦେଖାଇ ଭିତରକୁ ପ୍ରବେଶ କରି କାମ କରିବେ। ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଓ ଦର୍ଶନ ଶୃଙ୍ଖଳିତ ହେବ, ତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।
ବିଚିତ୍ର ଆମ ଓଡ଼ିଆ ଧାର୍ମିକ ପରମ୍ପରା। ସାଧାରଣ ମଣିଷ ପରି ଓଡ଼ିଆଙ୍କ ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳଣୀ। ୧୧ ମାସ ଧରି ସେ ପତ୍ନୀ ଲକ୍ଷ୍ମୀଙ୍କ ହାତରନ୍ଧା ଖାଆନ୍ତି। କିନ୍ତୁ ଗୋଟିଏ ମାସ ଖାଆନ୍ତି ମାଆଙ୍କ ହାତରନ୍ଧା। ଶ୍ରୀମନ୍ଦିରରେ ଏହାକୁ କୁହାଯାଏ ପହିଲି ଭୋଗ। ଏହି ଭୋଗରେ କଣ ସବୁ ମାଆ ତା ପୁଅ ପାଇଁ ରାନ୍ଧେ ଜାଣନ୍ତୁ।
କଥା ରହିଛି ବାତ୍ସଲ୍ୟ ମମତାରେ ପଡି ଶ୍ରୀକୃଷ୍ଣ ଦୁର୍ବଳ ହୋଇଥିବାର ଅନୁଭବ କରିଥିଲେ ମା ଯଶୋଦା ।ନଖାଇ ନପିଇ ପୁଅର ଏମିତି ହୋଇଥିବା ଅନୁମାନ କରିଥିଲେ ମା ।ଖାସ ସେଇଥିପାଇଁ ନିଜ ହାତରେ ନାନାଦି ସୁସ୍ୱାଦୁ ତଥା ପୁଷ୍ଟିକର ଖାଦ୍ୟ ରାନ୍ଧି କୋଳରେ ବସାଇ ଶ୍ରୀକୃଷ୍ଣଙ୍କୁ ଭୁଞ୍ଜାଇ ଦେଇଥିଲେ ଯଶୋମତି ।ଏବଂ ସେହି ବାତ୍ସଲ୍ୟ ମମତାର ସ୍ମୃତି ହେଉଛି ଏହି ବ୍ୟଞ୍ଜନ ଦ୍ଵାଦଶୀ।ଯଦିଓ ଅନ୍ୟ ଏକ କଥା ରହିଛି ଯେ ଗୋଚରଣ ବେଳେ ଶ୍ରୀକୃଷ୍ଣଙ୍କୁ ଭୋକ ଲାଗିଥିଲା ଯାହାକୁ ଦିବ୍ୟ ଚକ୍ଷୁ ରେ ଦେଖି ପାରିଥିଲେ ରାଧାରାଣୀ ।
ଭିଡ଼ ନିୟନ୍ତଣ ହେଉ କି ଶୃଙ୍ଖଳିତ ଦର୍ଶନ । ଆତଙ୍କବାଦୀ ଆକ୍ରମଣଠୁ ଅଗ୍ନିକାଣ୍ଡ ପରି ଅଘଟଣ । ଶ୍ରୀମନ୍ଦିରରେ ଏସବୁ ମୁକାବିଲା ପାଇଁ ନିୟୋଜିତ ହେବେ ସ୍ବତନ୍ତ୍ର ବାଟାଲିୟନ ।
ଡିସେମ୍ବର ୧୬ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଗତ ସେପ୍ଟେମ୍ବର ମାସରେ ରତ୍ନଭଣ୍ଡାର GPR-GPS ରିପୋର୍ଟ ଆସିବା ପରେ ଏବେ ମରମତି କାର୍ଯ୍ୟ ଆରମ୍ଭ ଲାଗି ପ୍ରସ୍ତୁତ ହୋଇଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା।
ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ କି କୋଠରୀ ନଥିବା ଜିପିଆର ସର୍ଭେରୁ ସ୍ପଷ୍ଟ ସଙ୍କେତ ମିଳିବା ପରେ ଏବେ ମରାମତି ପାଇଁ ବାଟ ସଫା ହୋଇଛି। ମରାମତି ସରିଲେ ଅଳଙ୍କାର ଗଣତି ମଣତି ବି ହେବ।
ଆଜି ବିଶ୍ବ ଦେଖିବ ଭାରତୀୟ ନୌସେନାର ବୀରତ୍ବ ଓ ପରାକ୍ରମ। ଆକର୍ଷଣୀୟ ପରେଡରେ କମ୍ପିବ ବ୍ଲୁ ଫ୍ଲାଗ୍ ବିଚ୍। ଜଳ, ସ୍ଥଳ ଓ ଆକାଶ ପଥରେ ଜଲୱା ଦେଖାଇବେ ନୌସେନାର ଯବାନ।
ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ରଣ କୌଶଳ ଦେଖାଇ ସମସ୍ତଙ୍କୁ ତଟସ୍ତ କରିଦେଲା ଭାରତୀୟ ନୌସେନା । କେତେ ବେଳେ ସମୁଦ୍ର ଭିତରୁ ମାଡ଼ି ଆସୁଥିଲା ଯୁଦ୍ଧ ଜାହାଜ ତ କେତେବେଳେ ଗର୍ଜନ କରି ଆକାଶ ମାର୍ଗରେ ଯୁଦ୍ଧ କଳା ଦେଖାଉଥିଲା ଲଢୁଆ ବିମାନ ।
ପୁରୀରେ ନୌସେନା ଦିବସ ପାଳନକୁ ପକ୍ଷୀ ଭୟ । ଅଭ୍ୟାସ ବେଳେ ପକ୍ଷୀ ମାଡ଼ରୁ ଅଳ୍ପକେ ବର୍ତ୍ତିଲା ହେଲିକପ୍ଟର । ପୁରୀରେ ନ୍ୟାଭି ଡେ’ ପାଇଁ ନୌସେନା ପକ୍ଷରୁ ଅଭ୍ୟାସ ଚାଲିଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ସବୁ କାହାଣୀ ଓ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ। କାଲି ମୁଖ୍ୟ ପ୍ରଶାସକ ସଙ୍କେତ ଦେଇଥିଲେ। ଆଉ ଆଜି ଆଇନମନ୍ତ୍ରୀ ପୁରା ସ୍ପଷ୍ଟ କରିଦେଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ଗୁପ୍ତ କୋଠରୀ କି ରହସ୍ୟପୂର୍ଣ୍ଣ ସୁଡ଼ଙ୍ଗ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ୪୫ ପୃଷ୍ଠାର ରିପୋର୍ଟ ହସ୍ତଗତ ହୋଇଛି । ଏହାପରେ ଆମେ ASI ସହ ଆଲୋଚନା କରିବୁ । ତୁରନ୍ତ ରତ୍ନଭଣ୍ଡାର ମରାମତି ପାଇଁ ASIକୁ ଅନୁରୋଧ କରିଛୁ ।
ସ୍ୱର୍ଗଦ୍ୱାରରେ ଶବଦାହ କରିବା ଅନେକଙ୍କ ଧାର୍ମିକ ଭାବନା ଓ ବିଶ୍ୱାସ ସହ ଜଡ଼ିତ ଥିବା ଏବଂ ଏଠାରେ ଶବ ସଂସ୍କାର ପାଇଁ ସରକାରଙ୍କ ପକ୍ଷରୁ ସୁବ୍ୟବସ୍ଥା ଥିବାରୁ ଏବେ ଦୈନିକ ପାଖାପାଖି ୧୦୦ଟି ମୃତଦେହ, ଦାହସଂସ୍କାର ପାଇଁ ଆସୁଛି ।
କାର୍ତ୍ତିକ ସରିଗଲା, କେବେ ଲାଗୁ ହେବ ରାମ୍ପ ଦର୍ଶନ ବ୍ୟବସ୍ଥା ? କାହିଁକି ବିଳମ୍ବ ହେଉଳି ରତ୍ନଭଣ୍ଡାର ମରାମତି ଓ ଅଳଙ୍କାର ଗଣତି ମଣତି ? ସେବାୟତ କଲ୍ୟାଣ, ଗୁରୁକୂଳ ପ୍ରତିଷ୍ଠା ଅବା ୟୁନିଫର୍ମ ଲ୍ୟାଣ୍ଡ ପଲିସି କେଉଁ ପ୍ରତିବନ୍ଧକରୁ ଅଧାରେ ଲଟକିଛି ଏସବୁ ନିଷ୍ପତ୍ତି ?