Advertisment

Rath Yatra 2025: ଶୃଙ୍ଖଳିତ ହେବ ରଥଯାତ୍ରା; ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଲାଗିବ AI କ୍ୟାମେରା

ବିଶେଷକରି ସୁରକ୍ଷା କ୍ଷେତ୍ରରେ ପୋଲିସ ଯେତିକି କାର୍ଯ୍ୟକ୍ଷମ ହେବ ତା ଠାରୁ ଅଧିକ କ୍ରିୟାଶୀଳ ହେବ AI କ୍ୟାମେରା । ତେଣୁ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସହର ପୁରୀ AI କ୍ୟାମେରା ଭିତରେ ରହିବ।

author-image
Sonali Ojha
ଅଦ୍ୟତନ ହୋଇଛି
AI CCTV At Puri Ratha yatra 2025

AI CCTV

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଚଳିତ ଥର ରଥଯାତ୍ରାକୁ ମଧ୍ୟ ଶୃଙ୍ଖଳିତ କରାଯିବ। CCTV ବା ଥାର୍ଡ ଆଇ କଭରରେ ରହିବ ରଥଯାତ୍ରା। ପୁରୀ ରଥଯାତ୍ରା ପାଇଁ ଲାଗିବ AI କ୍ୟାମେରା। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ପୁରୀ ଏସ୍‌ପି ବିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି। AI କ୍ୟାମେରା ପୁରୀ ରଥଯାତ୍ରାରେ ହେଉଥିବା ଜନଗହଳି ଏବଂ ଟ୍ରାଫିକ ମ୍ୟାନେଜମେଣ୍ଟ ପାଇଁ ଲଗାଯିବ ବୋଲି ସେ କହିଛନ୍ତି। ଏପରିକି ପୁରୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଏବଂ ବଡ଼ଦାଣ୍ଡରେ AI କ୍ୟାମେରା ଲଗାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଦିନ ମଜୁରିଆରୁ ଲକ୍ଷପତି କରାଇଲା ସରକାରୀ ଯୋଜନା

ବିଶେଷକରି ସୁରକ୍ଷା କ୍ଷେତ୍ରରେ ପୋଲିସ ଯେତିକି କାର୍ଯ୍ୟକ୍ଷମ ହେବ ତା ଠାରୁ ଅଧିକ କ୍ରିୟାଶୀଳ ହେବ AI କ୍ୟାମେରା । ତେଣୁ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସହର ପୁରୀ AI କ୍ୟାମେରା ଭିତରେ ରହିବ। ପୂର୍ବରୁ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱ , ତା ସାଙ୍ଗକୁ ବେଳାଭୂମି ସହ ପୁରା ସହରରେ ସିସିଟିଭି ଲଗାଯିବା ନେଇ ସୂଚନା ଦିଆଯାଇଥିଲା। ଏବେ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ CCTV ଲଗାଯାଇଛି। ଏବେ ରଥଯାତ୍ରା ପୂର୍ବରୁ AI କ୍ୟାମେରା ବି ଲଗାଯିବ।

ଏଥର ରଥଯାତ୍ରାରେ ସିସିଟିଭି ନଜରରେ ରହିବ ପୁରା ଶ୍ରୀକ୍ଷେତ୍ର। ଅତ୍ୟାଧୁନିକ AI କ୍ୟାମେରା ଦ୍ବାରା ଶ୍ରୀମନ୍ଦିର ଭିତରକୁ କେହି ଯଦି ବେଆଇନ ଭାବେ ମୋବାଇଲ ନେଉଛି ତା'କୁ ମଧ୍ୟ ଚିହ୍ନଟ କରିହେବ । ଏହି କ୍ୟାମେରା ଦ୍ବାରା ଶ୍ରୀମନ୍ଦିରରେ ଶୃଙ୍ଖଳା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ଥିବା କ୍ୟାମେରା ଲଗାଯିବା ଫଳରେ ଚୋରି ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ଚାଲିଥିବା ସ୍ଥାନରେ ନଜର ରଖାଯିବା ସହ ଅପରାଧକୁ ରୋକିବାରେ ଏହା ସାହାଯ୍ୟ କରିବ।

Advertisment

ଅଧିକ ପଢ଼ନ୍ତୁ: ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ, ଶ୍ରୀମନ୍ଦିର ବାହାରେ ୱାଚ୍‌ ଟାୱାର୍‌ ଲଗାଇବାକୁ ଚାଲିଛି ଯୋଜନା

Puri Srimandir CCTV Artificial Intelligence Rath Yatra
Advertisment
Advertisment