Advertisment

Barabati ODI Match: କାଲି ବାରବାଟୀ ମ୍ୟାଚ: ଲଢ଼େଇ ପୂର୍ବରୁ ଜଗା ଦର୍ଶନ କଲେ ଭାରତୀୟ ଖେଳାଳି

ମ୍ୟାଚ ପୂର୍ବରୁ  ଆଜି ସକାଳେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି। ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ୍ ସୁନ୍ଦର ଓ ଅକ୍ଷର ପଟେଲ୍ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Puri

Puri

ଆସନ୍ତାକାଲି ବାରବାଟୀରେ ହେବ କ୍ରିକେଟର ମହାଯୁଦ୍ଧ। ସୁପରସଣ୍ଡେରେ ଇଂଲଣ୍ଡ-ଇଣ୍ଡିଆ ମଧ୍ୟରେ ହେବ ସୁପରସୋ। ମ୍ୟାଚ ପୂର୍ବରୁ  ଆଜି ସକାଳେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି। ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ୍ ସୁନ୍ଦର ଓ ଅକ୍ଷର ପଟେଲ୍ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି।

Advertisment

ରବିବାର ବାରବାଟୀରେ ଭାରତ-ଇଂଲଣ୍ଡ ଟକ୍କର। ମୁକାବିଲା ୨ ଦଳ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି । ଆଜି ଟିମ ଇଣ୍ଡିଆ ବାରବାଟୀକୁ ଅଭ୍ୟାସ ପାଇଁ ଯିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଅପରାହ୍ଣ ୫ଟାରେ ଅଭ୍ୟାସ କରିବାର କାର୍ୟ୍ୟକ୍ରମ ସ୍ଥିର ହୋଇଛି। 

ଖେଳାଳିମାନେ ଭୁବନେଶ୍ୱର ମେ’ଫେୟାରରେ ରହୁଥିବାରୁ ଅଭ୍ୟାସ ଓ ରବିବାର ମ୍ୟାଚ୍ ପାଇଁ ପରିବହନ କରିବାକୁ ଓସିଏ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଓସିଏ ପକ୍ଷରୁ ୫ଟି ସ୍ୱତନ୍ତ୍ର ବସ୍ ସହ କିଛି ଇନୋଭା ଗାଡ଼ି କମିସନରେଟ ପୁଲିସକୁ ହସ୍ତାନ୍ତର କରାଯାଇଛି। ଷ୍ଟାଡିୟମରେ ମଧ୍ୟ ଖେଳାଳିଙ୍କ ଅଭ୍ୟାସ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Advertisment

ଉଭୟ ଦଳର ଅଭ୍ୟାସ ପାଇଁ  ସ୍ୱତନ୍ତ୍ର ପିଚ୍ ନିର୍ମା‌ଣ ହୋଇଥିବା ବେଳେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶନିବାର ଖେଳାଳିମାନଙ୍କ ଅଭ୍ୟାସ ଦେଖିବା ପାଇଁ ଦର୍ଶକମାନଙ୍କୁ ଷ୍ଟାଡିୟମରେ ଗ୍ୟାଲେରି ନଂ-୫କୁ ଯିବା ସୁବିଧା କରାଯାଇଛି। ଦର୍ଶକଙ୍କ ଭିଡ଼କୁ ଅନୁମାନ କରି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମ୍ୟାଚ୍ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।

ଅଧିକ ପଢ଼ନ୍ତୁ: ବାରବାଟୀ ଦିନିକିଆ: ଭୁବନେଶ୍ୱରରେ ପହଞ୍ଚିଲେ ଇଣ୍ଡିଆ-ଇଂଲଣ୍ଡ ଖେଳାଳି

Puri Jaggannth Temple Team India India Vs England ODI Barabati Stadium
Advertisment
Advertisment