Advertisment

Puri Srimandir: ଶ୍ରୀମନ୍ଦିର ଉତ୍ତରଦ୍ୱାର ବାହାରେ ଖୋଲିବ ଅନ୍ନକ୍ଷେତ୍ର!

ଆଜି ସକାଳେ ପ୍ରଥମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀଗୁଣ୍ଡିଚା ମନ୍ଦିର, ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ଓ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ବୁଲି ଦେଖିଥିଲେ ଗଜପତି ମହାରାଜ ।

author-image
Tapaswini Nayak
ଅଦ୍ୟତନ ହୋଇଛି
Puri Temple

Puri Temple

ଭକ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଆନନ୍ଦ ବଜାରରେ ପ୍ରସାଦ ସେବନ ସୁବିଧା ହୋଇପାରୁନି। ଭକ୍ତମାନଙ୍କ ସୁବିଧା ପାଇଁ  ଶ୍ରୀମନ୍ଦିର ଉତ୍ତର ଦ୍ବାର ବାହାରେ ଅନ୍ନକ୍ଷେତ୍ର କରାଯିବାର ଯୋଜନା ରହିଛି। ଯେଉଁଠି ଭକ୍ତମାନେ ସୁବିଧାରେ ମହାପ୍ରସାଦ ସେବନ କରିପାରିବେ। ଆଜି ସକାଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ସମୟରେ ପୁରୀ ଗଜପତି ମହାରାଜ ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଆନନ୍ଦ ବଜାର ରେ ମହାପ୍ରସାଦ ବିକ୍ରି ହେବ। କିନ୍ତୁ ଭକ୍ତଙ୍କ ସୁବିଧା ପାଇଁ ମହାପ୍ରସାଦ ସେବନ ପାଇଁ ଏକ ପ୍ରଶସ୍ତ ସ୍ଥାନ ଓ ଉତ୍ତମ ବ୍ୟବସ୍ଥା ହେବ। ସରକାରଙ୍କ ସହ ଆଲୋଚନା କରି ଏହାକୁ ଆଗକୁ ନେବାକୁ ନିବେଦନ କରିବୁ।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ବର୍ଜ୍ୟରୁ ତିଆରି ହେବ ଜୈବିକ ସାର; କାମରେ ଲାଗିବ ବାସିଫୁଲ-ତୁଳସୀ-ପରିବା ଚୋପା-ପେଜ..

Advertisment

ଗଜପତି ମହାରାଜ ଦିବ୍ୟସିଂହ ଦେବ ଆହୁରି କହିଛନ୍ତି, ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ କିଛି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶ୍ରୀମନ୍ଦିର ସ୍ଥାୟୀ କାର୍ଯ୍ୟାଳୟ ହେବ। ପୂର୍ବଟିକୁ ଅଭ୍ୟର୍ଥନା କକ୍ଷ କରାଯିବ। ଶ୍ରୀଜଗନ୍ନାଥ ସାଂସ୍କୃତିକ ଲାଇବ୍ରେରୀ ଓ ରଘୁନନ୍ଦନ ଲାଇବ୍ରେରୀର ଉନ୍ନତିକରଣ କରାଯିବ ।

ଆଜି ସକାଳେ ପ୍ରଥମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀଗୁଣ୍ଡିଚା ମନ୍ଦିର, ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ଓ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ବୁଲି ଦେଖିଥିଲେ ଗଜପତି ମହାରାଜା। ଏପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ, ଅଭ୍ୟର୍ଥନା କେନ୍ଦ୍ର, ବଡ଼ଦାଣ୍ଡ ଉନ୍ନୟନ, ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ରର ଅନୁଧ୍ୟାନ କରିଥିଲେ। ଗଜପତିଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଓବିସିସି ଅଧିକାରୀ ଓ ମଠ ମହନ୍ତ ଥିଲେ।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିରରେ ରକ୍ତ ଛିଟା, ଶ୍ରୀଜିଉଙ୍କ ବଡ଼ ମହାସ୍ନାନ

Puri Puri Srimandir
Advertisment
Advertisment