Advertisment

Srimandir Administration approves Panjika: ଆଉ ଦେଖାଦେବନି ଦ୍ୱନ୍ଦ୍ୱ, ଗୋଟିଏ ତିଥିରେ ପଡ଼ିବ ପର୍ବପର୍ବାଣୀ

ସ୍ୱୀକୃତି ମିଳିଥିବା ପଞ୍ଜିକା ଗୁଡ଼ିକ ହେଲା - ଶ୍ରୀ ରାଧାରମଣ ବିଶୁଦ୍ଧ ଖଡିରତ୍ନ ପଞ୍ଜିକା, ଓଡ଼ିଶା କୋହିନୁର ପ୍ରେସ୍‌ ପଞ୍ଜିକା, ଅରୁଣୋଦୟ ପ୍ରେସ୍‌ ଖଡ଼ିରତ୍ନ ପଞ୍ଜିକା, ଜିଏନ୍‌ ତ୍ରିପାଠୀ ଉତ୍କଳ ଜାତୀୟ ଖଡ଼ିରତ୍ନ ପଞ୍ଜିକା ଓ ଭାଗ୍ୟଦୀପ ପଞ୍ଜିକା।

author-image
Manoranjan Sial
ଅଦ୍ୟତନ ହୋଇଛି
Puri

Puri

ଆଉ ଦେଖାଦେବନି ଦ୍ୱନ୍ଦ୍ୱ। ଗୋଟିଏ ତିଥି ବା ଗୋଟିଏ ଦିନରେ ଶ୍ରୀମନ୍ଦିର ବିଧିବିଧାନ ଅନୁସାରେ ପଡ଼ିବ ପର୍ବପର୍ବାଣୀ। ସେଥିପାଇଁ ଆଜି ୫ ପଞ୍ଜିକାକୁ ମିଳିଛି ସ୍ୱୀକୃତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବହୁ ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ।

Advertisment

ରାଜ୍ୟରେ ପ୍ରକାଶ ପାଉଥିବା ବିଭିନ୍ନ ପଞ୍ଜିକାକୁ ନିର୍ଭୁଲ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ଉଦ୍ୟମ ସଫଳ ହୋଇଛି। ପୂର୍ବ ନିଷ୍ପତ୍ତି ଅନୁସାରେ ୫ଟି ପାଞ୍ଜିର ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ପାଖରେ ଜମା ହୋଇଥିଲା। ଆଜି ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସେହି ପଞ୍ଜିକା ଉପରେ ଆଲୋଚନା ହୋଇଥିଲା। ଚର୍ଚ୍ଚା ଆଲୋଚନା ପରେ ୫ଟି ପାଣ୍ଡୁଲିପିକୁ ଗ୍ରହଣ କରାଯାଇ ୫ଟି ପଞ୍ଜିକା ପ୍ରକାଶକ ପାଇଁ ସ୍ଵୀକୃତି ଦିଆଯାଇଥିଲା।

ସ୍ୱୀକୃତି ମିଳିଥିବା ପଞ୍ଜିକା ଗୁଡ଼ିକ ହେଲା - ଶ୍ରୀ ରାଧାରମଣ ବିଶୁଦ୍ଧ ଖଡିରତ୍ନ ପଞ୍ଜିକା, ଓଡ଼ିଶା କୋହିନୁର ପ୍ରେସ୍‌ ପଞ୍ଜିକା, ଅରୁଣୋଦୟ ପ୍ରେସ୍‌ ଖଡ଼ିରତ୍ନ ପଞ୍ଜିକା, ଜିଏନ୍‌ ତ୍ରିପାଠୀ ଉତ୍କଳ ଜାତୀୟ ଖଡ଼ିରତ୍ନ ପଞ୍ଜିକା ଓ ଭାଗ୍ୟଦୀପ ପଞ୍ଜିକା। ସ୍ୱୀକୃତି ମିଳିଥିବା ପଞ୍ଜିକାରେ ଭୁଲ ଭଟକା ବା ତ୍ରୁଟି ରହିଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପଞ୍ଜିକା ଓ କ୍ୟାଲେଣ୍ଡରରେ ବିଭେଦତାକୁ ନେଇ ଦୂର ହେଲାନି ଦ୍ବନ୍ଦ୍ବ; ଶ୍ରୀମନ୍ଦିରରେ ଆସନ୍ତାକାଲି ଦୀପାବଳି 

ଶ୍ରୀମନ୍ଦିରରେ ପାଳିତ ନୀତିକାନ୍ତି ପାଇଁ ମୁକ୍ତିମଣ୍ଡପ ଅନୁମୋଦିତ ପଞ୍ଜିକାକୁ ଗ୍ରହଣ କରାଯାଏ। ତେଣୁ କ୍ୟାଲେଣ୍ଡର ବଦଳରେ ଏହି ୫ଟି ପଞ୍ଜିକାକୁ ଶ୍ରୀମନ୍ଦିର ନୀତିକାନ୍ତିରେ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି ପୂଜାପଣ୍ଡା ସେବାୟତ।

ସୂଚନାରୁ ପ୍ରକାଶ, ବିଭିନ୍ନ ପଞ୍ଜିକାରେ ତ୍ରୁଟିକୁ ନେଇ ବିଗତ ଦିନରେ ଦେଖାଦେଇଥିଲା ବିବାଦ। ପଣା ସଂକ୍ରାନ୍ତି, ଦୀପାବଳି ଅମାବାସ୍ୟା, ବିଜୟା ଦଶମୀର ତାରିଖକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଏହାଛଡ଼ା ଚଳିତବର୍ଷ ସରସ୍ୱତୀ ପୂଜା ତାରିଖକୁ ନେଇ ମଧ୍ୟ ମତଭେଦ ଉପୁଜିଥିଲା। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚଳିତବର୍ଷ 2025-26 ବର୍ଷର ସମସ୍ତ ପଞ୍ଜିକାରେ ଶ୍ରୀମନ୍ଦିରରେ ପାଳନ ହେଉଥିବା ପର୍ବପର୍ବାଣୀ ସମ୍ପର୍କିତ ତଥ୍ୟରେ ସମନ୍ଵୟ ରଖିବାକୁ ଅନୁରୋଧ କରାଯିବା ସହ ଆଜି ଏ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି। ତେବେ ଅକ୍ଟୋବର ୨୦ ତାରିଖ ଦୀପାବଳି ଅମାବାସ୍ୟା ଓ ପୟା ଶ୍ରାଦ୍ଧକୁ ନେଇ ବିବାଦ ଦେଖାଦେଇପାରେ। ସରକାରୀ କ୍ୟାଲେଣ୍ଡରରେ ତ୍ରୁଟି ରହିଛି, ଯାହାକୁ ପଞ୍ଜିକା ଅନୁସାରେ ସଂଶୋଧନର ଆବଶ୍ୟକତା ରହିଛି। ସେପଟେ ମନୁଷ୍ୟକୃତ ତ୍ରୁଟି ପ୍ରତି ଧ୍ୟାନ ଦେଲେ ଚଳିତ ବର୍ଷ ସ୍ୱୀକୃତି ପାଇଥିବା ୫ଟି ପଞ୍ଜିକା ତ୍ରୁଟିଶୂନ୍ୟ ହେବ।

ଅଧିକ ପଢ଼ନ୍ତୁ: ବାରବାଟୀ ବିଦ୍ୟୁତ ବିଭ୍ରାଟ, ଦୋଷୀ କିଏ, ଡ୍ରାଇଭର ମୁଣ୍ଡରେ ଅଠା ?

Puri Jagannath Temple
Advertisment
Advertisment