Advertisment

Thief Arrested: ସୁଟ୍ ବୁଟ୍ ପିନ୍ଧା ଚୋର ଧରାପଡିଲା, ପୋଲିସ ଆଶ୍ୱସ୍ତ

ଏ ଚୋର ସାଧାରଣ ଚୋର ନୁହେଁ । ସୁଟ୍ ବୁଟ୍ ପିନ୍ଧି ବିବାହ ମଣ୍ଡପ ଯାଏ । ନିମନ୍ତ୍ରିତ ଅତିଥି ଭଳି ବ୍ୟବହାର କରେ । ମଉକା ଦେଖି ଗହଣାଗାଣ୍ଠି ଓ ଟଙ୍କା ଧରି ଚମ୍ପଟ ମାରେ । ଗହଳି ଭିତରେ ହିଁ ଚୋରି କରେ । ବାରମ୍ୱାର ଏଭଳି ଘଟଣା ଘଟିବା ପରେ ଚିନ୍ତାରେ ପଡିଯାଇଥିଲା ପୋଲିସ୍ । ପୁରୀରେ ହୋଟେଲ୍ କର୍ମଚାରୀ ଏହି ଚୋରକୁ ଧରି ପୋଲିସ୍ ଜିମା ଦେଇଛନ୍ତି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Thief Arrested

Thief Arrested

ଏହି ଚୋରର ବୟସ ମାତ୍ର ୨୦ ବର୍ଷ । ଘର ମଧ୍ୟପ୍ରଦେଶରେ । କିନ୍ତୁ ଓଡ଼ିଶାକୁ ବାଛିଥିଲା ଚୋରି କରିବାର କ୍ଷେତ୍ର । ଆପଣାଇଥିଲା ନୂଆ ପନ୍ଥା । ଭୁବନେଶ୍ୱରପୁରୀରେ ବୁଲୁ ବୁଲି ବିବାହ ମଣ୍ଡପରୁ ଚୋରି କରୁଥିଲା । 

Advertisment

ହୋଟେଲ୍‌ରେ ବିବାହ ମଣ୍ଡପରୁ ସୁଟକେସ୍ ଚୋରି କରିବା ବେଳେ ଧରାପଡ଼ିଛି ଚୋର। ସେ ହେଲେ ମଧ୍ୟପ୍ରଦେଶ ବିଓରା ଥାନା ଅଧୀନ କାଦିଆ ଗ୍ରାମର ୨୦ବର୍ଷୀୟ ରିତେଶ ସିସୋଡ଼ିଆ । ବଳିଆପଣ୍ଡା ଥାନା ପୋଲିସ ତାକୁ ଗିରଫ କରିଛି। ୨ ତାରିଖ ରାତି ୧୦ଟାରେ ପୁରୀ ବଳିଆପଣ୍ଡାସ୍ଥିତ ଏକ ହୋଟେଲ୍‌ ପରିସରରେ ବିବାହ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ରିତେଶ ଏକ ସୁଟ୍‌କେସ୍ ଚୋରି କରି ନେଇ ପଳାଉଥିବାବେଳେ ହୋଟେଲ୍‌ ସୁରକ୍ଷା କର୍ମୀ ତାକୁ କାବୁ କରିଥିଲେ।

ହୋଟେଲ୍‌ର ବରିଷ୍ଠ ପରିଚାଳକ ରଥିନ୍ କୁମାର ଦେ ଏନେଇ ଥାନାରେ ଏତଲା ଦେଇଥିଲେ। ବଳିଆପଣ୍ଡା ଥାନା ପୋଲିସ ମାମଲା ରୁଜୁ କରି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ଏହି ଚୋର ଏକୁଟିଆ ଚୋରି କରେ, ନା ତା' ପଛରେ ଏକ ରାକେଟ୍ ଅଛି ସେ ନେଇ ଅଧିକ ତଦନ୍ତ କରୁଛି ପୋଲିସ୍ ।  ଏହି ଚୋର ଜଣକ ଭୁବନେଶ୍ୱରରେ ବହୁମୂଲ୍ୟ ସୁନା ଗହଣା ଚୋରିରେ ସଂଶ୍ଲିଷ୍ଟ ଥିବା ଜଣାପଡିଛି l

Advertisment

ଅଧିକ ପଢ଼ନ୍ତୁ: ବାଲେଶ୍ବରରେ ବେଧଡ଼କ୍ ଚାଲିଛି ଧଳାଜହର କାରବାର, ପଶ୍ଚିମବଙ୍ଗରୁ ଜଳପଥ ଦେଇ ଆସୁଛି ଓଡ଼ିଶା

ଭୁବନେଶ୍ୱର ମୈତ୍ରୀବିହାର ଥାନାରେ ଅଭିଯୁକ୍ତ ନାଁ ରେ ମଧ୍ୟ କେସ କରିଥିଲା ମୈତ୍ରୀବିହାର ଥାନା ପୋଲିସ । ଜଣଙ୍କ ଝିଅ ବାହାଘର ଚାଲିଥିବା ବେଳେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଅଢେଇ ଲକ୍ଷ ଟଙ୍କା ନେଇଯାଇଥିଲା ଏହି ସୁଟ ବୁଟ ପିନ୍ଧା ଚୋର। ତା'ର ଲିଙ୍କ ନେଇ କମିଶନରେଟ ପୋଲିସ ସହ ଯୋଗାଯୋଗର ରହିଛି ପୁରୀ ପୋଲିସ । ପୂର୍ବରୁ ବଡଗଡ଼ ଥାନା ଅଞ୍ଚଳରେ ଥିବା କିଛି ମଣ୍ଡପରୁ ମଧ୍ୟ ସେ ଚୋରି କରିଥିବା ସୂଚନା ମିଳିଛି । ତେବେ ତା ଠାରୁ ଚୋରି ସାମଗ୍ରୀ ଜବତ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । 

ଅଧିକ ପଢ଼ନ୍ତୁ: ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା, ଟାର୍ଗେଟରେ ହୋଟେଲରେ ହେଉଥିବା ବିବାହ

Bhubaneswar Puri Arrest Hotels Thief
Advertisment
Advertisment