• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Puri

Ratha Jatra
ପାଖେଇ ଆସୁଛି ଘୋଷଯାତ୍ରା: ଆଜି ନବଯୌବନ ଦର୍ଶନ

ଛଳଛଳ ଭକ୍ତର ଆଖି, ଯୋଡ଼ ହସ୍ତ ନବଯୌବନ ରୂପରେ କାଳିଆକୁ ଟିକେ ଦର୍ଶନର ଅସୁମାରି ଆବେଗ। ହେଲେ ଦୁଆର ବନ୍ଦ, ସିଂହଦ୍ୱାର ଗୁମୁଟରେ ବିରାଜିତ ପତିତପାବନଙ୍କ ସାନିଧ୍ୟରେ ସୀମିତ ଭକ୍ତ ସାମାନ୍ୟ ସାନ୍ତ୍ୱନା ସିନା ମିଳୁଛି ହେଲେ ତୃପ୍ତ ହେଉନି ମନ। ଆଜି ନେତ୍ରୋତ୍ସବ, ଅନବସର ସରିବା ପରେ ଦେଉଳ ଭିତରେ ନବଯୌବନ ରୂପରେ ଝଟକୁଛନ୍ତି ଜଗା, ବଳିଆଙ୍କ ସହ ଚତୁର୍ଦ୍ଧା ମୂରତି

sunabesh of lord jagannath
ମହାପ୍ରଭୁଙ୍କ ସୁନା ବେଶରେ ସବୁ ସୁନା, ହେଲେ ଗୋଟିଏ ରୂପା

ରଥଉପରେ ତିନି ଠାକୁରଙ୍କ ସୁନବେଶ ଭାରି ସୁନ୍ଦର, ଆକର୍ଷଣୀୟ । ମହଣ ମହଣ ସୁନାରେ ବିମଣ୍ଡିତ ହୋଇ ଠାକୁର ଦିଶିବେ ରାଜା ପରି। ଭକ୍ତ କହିବେ ସେ ପରା ଆମ କାଳିଆ ରାଜା..

Puri Srimandir
ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ମହାପ୍ରଭୁଙ୍କର ଏହି ଅନନ୍ୟ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛ। ହେଲେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ବନ୍ଦ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ।

shutdown
କାଲି ସଟ୍‌ଡାଉନ୍‌ ହେବନି ପୁରୀ

ଆସନ୍ତାକାଲି ଅର୍ଥାତ୍‌ ଶନିବାର ଦିନ ପୁରୀ ସହର ପାଇଁ ସଟ୍‌ଡାଉନ୍‌ ନିୟମ ଲାଗୁ ହେବନି। ଏଭଳି ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

Ratha Jatra
ରଥଯାତ୍ରା: ସମୀକ୍ଷା ବୈଠକ କଲେ ମୁଖ୍ୟମନ୍ତ୍ରୀ

ଏଥିସହ ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ଏବଂ ରଥଯାତ୍ରାର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ବୈଠକରେ ଆଇନ, ଗଣଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀଙ୍କ ସମେତ ପୋଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପି ସାମିଲ ହୋଇଥିଲେ। ଗତବର୍ଷ ଭଳି ଏବର୍ଷ ମଧ୍ୟ ପୁରୀରେ ବିନାଭକ୍ତରେ ରଥଯାତ୍ରା ହେବାକୁ ଯାଉଛି।

Konak
“ସୌନ୍ଦର୍ଯ୍ୟକରଣ ପୂର୍ବରୁ ଆମକୁ ଥଇଥାନ କର”

କରୋନା କଟକଣା ଯୋଗୁଁ ବେଶ କିଛିଦିନ ନୀରବତା ପରେ ଏବେ କୋଣାର୍କର ପାରିପାର୍ଶ୍ଵିକ ବିକାଶ ପାଇଁ ସରକାର ତତ୍ପର ହୋଇପଡିଛନ୍ତି। ଜାତୀୟ ରାଜପଥ ବିଭାଗ ଦ୍ଵାରା ୩୬ କୋଟି ଟଙ୍କା ବ୍ୟୟରେ ଚନ୍ଦ୍ରଭାଗାରୁ କୋଣାର୍କ ଓ କୋଣାର୍କ ଲାବଣ୍ୟ ଲଜଠାରୁ ଆଶ୍ରମ ସ୍କୁଲ ପର୍ଯ୍ୟନ୍ତ ୪ କିଲୋମିଟର ୫୦୦ ମିଟର ଲମ୍ବରେ ନିର୍ମାଣ ହେବାକୁ ଥିବା ୬ ଲେନ ରୋଡ ଓ ଲାବଣ୍ୟ ଲଜ ଛକଠାରୁ ସୂର୍ଯ୍ୟମନ୍ଦିର ପଛ ଦେଇ ୧୪୭୦ ମିଟର ଲମ୍ବ ପ୍ରସ୍ତାବିତ ୨ ଲେନ ବିଶିଷ୍ଟ ରିଙ୍ଗ ରୋଡ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି

Ratha Jatra
ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ସେପଟେ, ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଗତକାଲି ମହାପ୍ରଭୁଙ୍କ ସରିଛି ଖଳି ପ୍ରସାଦ ଲାଗି ନୀତି। ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ବିଳମ୍ବିତ ରାତିରେ ଖଳିକୁ ଦଇତାପତିମାନେ ଲାଗି କରିଛନ୍ତି। ଏହି ଦିବ୍ୟ ପ୍ରଲେପକୁ ରୁପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଛନ୍ତି। ଭିତର ଖଳି ଲାଗି ପୂର୍ବରୁ ମହାପ୍ରଭୁଙ୍କର ଘଣା ଲାଗି ଗୋପନ ନୀତି ସମ୍ପନ୍ନ କରାଯାଇଥିଲା।

ରଥ ଯାତ୍ରା 2021
ରଥଯାତ୍ରା ୨୦୨୧ ଲାଇଭ୍ ଅପଡେଟ: ଶରଧାବାଲିରେ ଲାଗିଲା ୩ ଠାକୁରଙ୍କ ୩ ରଥ

ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା। ଅଣସର ପିଣ୍ଡିରୁ ବଡ଼ଦାଣ୍ଡଙ୍କୁ ଓହ୍ଲାଇ

Pipili Girl
ଏମିତି ବାପା କାହାକୁ ନମିଳୁ...

ଭୁବନେଶ୍ୱର ଉପକଣ୍ଠରେ କୁନି ପିଲାଟିକୁ ଲୋମଟାଙ୍କୁରା ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଛି। ଦ୍ୱିତୀୟ ପତ୍ନୀ ସହ ମିଶି ଖୋଦ୍ ବାପାଟିଏ କଅଁଳ ପିଲାଟିକୁ ଅମାନବୀୟ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି। କେବେ ଶିକୁଳିରେ ବାନ୍ଧି ମାଡ଼ ତ ଆଉ କେବେ ଗରମ ପାଣିରେ ହାତ ବୁଡ଼ାଇ ଦଣ୍ଡ ଦେଇଛି

rath yatra
ରଥଯାତ୍ରାରେ ଗଜପତି କରିବେ ଛେରାପହଁରା

ରଥଯାତ୍ରାରେ ଗଜପତି କରିବେ ଛେରାପହଁରା । ସ୍ନାନପୂର୍ଣ୍ଣମାରେ ଛେରାପହଁରା କରିନଥିବା ଗଜପତି ମାହାରାଜ ଦିବ୍ୟସିଂହ ଦେବ ରଥଯାତ୍ରାରେ ଛେରାପହଁରା କରିବେ ବୋଲି ନିଜେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ ।

Puri
ଜଗନ୍ନାଥଙ୍କ କ୍ଷେତ୍ରରେ ୫୦ ଫୁଟ୍‌ର ଅଳିଆ ଗଦା...ଗନ୍ଧରେ ଫାଟି ପଡୁଛି ପରିବେଶ

ରାତି ପାହିଲେ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି ଲକ୍ଷଲକ୍ଷ ଭକ୍ତ । ହେଲେ ୫୦ ଫୁଟର ଅଳିଆ ଗଦାକୁ ଦେଖି ସମସ୍ତେ ଟେକୁଛନ୍ତି ନାକ । ବାରମ୍ବାର ଗୁହାରି ପରେ ବି କିଛି ଶୁଣୁନି ପ୍ରଶାସନ...ଆଜିକାଲି କହି ଦିନ ଗଡାଉଛି କିନ୍ତୁ ଅଳିଆ ଉଠୁନି