ମେଡିକାଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇନଥିବା ବେଳେ, ସିନାପାଲି ଚିକିତ୍ସାଳୟରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା ନାହିଁ ଓ ବ୍ୟକ୍ତିଗତ ଭାବରେ ଯୋଗାଇ ଦିଆଯାଏ ବୋଲି ଲୋକେ ଅଭିଯୋଗ କରିଛନ୍ତି ।
ଡାକ୍ତର ହୁଅନ୍ତୁ ଅବା ନର୍ସ କି ଅନ୍ୟ ସ୍ୱାସ୍ଥ୍ୟକର୍ମୀ, ରୋଗୀ ସେବା ପାଇଁ ହୋଲିରେ ବି ତତ୍ପର ଥିଲେ ସମସ୍ତେ । ଛୁଟି ଦିନରେ ସମସ୍ତେ ଏକାଠି ହୋଇ ହୋଲି ମନାଉଥିବା ବେଳେ ସକାଳୁ ସନ୍ଧ୍ୟାଯାଏଁ ଏମାନେ ଲାଗି ପଡିଥିଲେ ସ୍ୱାସ୍ଥ୍ୟ ସେବାରେ ।
ଅଭିନବ ଉପାୟରେ ଚୋରା ଚାଲାଣ ହେଉଥିଲା ଗଂଜେଇ । ତାହା ପୁଣି ଆମ୍ବୁଲାନ୍ସ ଭିତରେ। ଅବକାରୀ ବିଭାଗ ହାତରେ ଜବତ ହେଲା ୪ କୁଇଂଟାଲ ୨୦ କେଜି ଗଂଜେଇ। ଏଥି ସହ ଅମ୍ବୁଲାନ୍ସକୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଗିରଫ ହୋଇଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଂଚଳରୁ ଛତିଶଗଡକୁ ଅଭିନବ ଢଙ୍ଗରେ ଏହି ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବ୍ୟାପକ ପରିମାଣର ଗଂଜେଇ ।
ସଂପୃକ୍ତ ରୋଗୀ ଜଣକ ମଦ ନ ପିଇଲେ ଯିବେ ନାହିଁ ବୋଲି ଜିଦ୍ ଧରିଥିଲେ।
୧୦୮କୁ ଦୈନିକ ଆସୁଛି ୭ ଶହରୁ ଅଧିକ ଫେକ୍ କଲ । ଏତଲା ସତ୍ତ୍ୱେ ଆକ୍ସନ ଶୂନ, ଚିନ୍ତାରେ ହେଲ୍ପ ଲାଇନ କର୍ମଚାରୀ ।
ସନ୍ତାନକୁ କାନ୍ଧରେ ବସେଇ ଜହ୍ନ ଦେଖାଏ ବାପା। ତୋଫା ଜହ୍ନର କିରଣରେ ସନ୍ତାନର ମୁହଁକୁ ଦେଖି ଆତ୍ମହରା ହୋଇପଡେ ତାର ପିତୃତ୍ୱ। ଏ ବି ଜଣେ ବାପା। ସେ ଚାଲୁଛନ୍ତି । କାନ୍ଧରେ ତାଙ୍କ ଶୋଇଯାଇଛି ୪ ବର୍ଷର ଝିଅ। ହେଲେ ସେ ଝିଅ ଆଉ ଜହ୍ନ ଦେଖିବାକୁ ଉଠିବନି। ସେ ଆଉ ଗପ ଶୁଣିବାକୁ ଅଝଟ ହେବନି। ସେ ସବୁଦିନ ପାଇଁ ଶୋଇ ଯାଇଛି।
ଯଦି ଯାଞ୍ଚ ପରେ ଏହି ଘଟଣା ସତ ପ୍ରମାଣିତ ହୁଏ ତେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ନିଜର ମହାନତାକୁ ନେଇ ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତରେ ଯାଇଛନ୍ତି। ଏଇ ଗସ୍ତ ସମୟର ଏକ ଭିଡିଓ ଭାଇରାଲ ହୋଇଛି । ଗସ୍ତ ସମୟରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ନିଜ ଗାଡିକୁ ଅଟକାଇ ଦେଇଥିଲେ।
ଛବି ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରେନ୍ । ବିଶାଖାପାଟଣାରୁ ଭୁବନେଶ୍ୱର ଆସୁଥିବା ବେଳେ ପଲାସାରେ ଦୁର୍ଘଟଣା । ଆମ୍ବୁଲାନ୍ସରେ ରୋଗୀ ନଥିବାରୁ ଟଳିଲା ବଡ଼ ଅଘଟଣ । ଟ୍ରେନ୍ ଦେଖି ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିଲେ ଡ୍ରାଇଭର।
ବୁର୍ଲାରୁ ଆଉ ଏକ ଆମ୍ବୁଲାନସ ଅଧଘଣ୍ଟା ବିଳମ୍ବରେ ପହଞ୍ଚିବା ଭିତରେ ଆମ୍ବୁଲାନସ ଭିତରେ ହିଁ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳାଙ୍କ ସ୍ୱାମୀ। ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିଥିଲେ ତାଙ୍କ ପତ୍ନୀ ନିଶ୍ଚୟ ବଞ୍ଚିଥାନ୍ତେ ବୋଲି ସେ କହିଛନ୍ତି।
ଗାଁ କାଦୁଅ ରାସ୍ତାରେ ଫସିଲା ୧୦୮ ଆମ୍ବୁଲାନ୍ସ। ରୋଗୀ ପାଖରେ ପହଁଚିପାରିଲାନି ଆମ୍ବୁଲାନ୍ସ।
କୋରାପୁଟ ଭଳି ଉପାନ୍ତ, ଆଦିବାସୀ ବହୁଳ, ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ଅନେକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ। ପାହାଡ଼ ପର୍ବତ ଘେରା କୋରାପୁଟର ବିଭିନ୍ନ ଅଞ୍ଚଳରୁ ରୋଗୀ ବୋହି ବୋହି ଖରାପ ହେବା ପରେ ଏବେ ଅଚଳ ହୋଇ ପଡ଼ି ରହିଛି ଅନେକ ଗାଡ଼ି ।
ଭିଆଇପି ଲାଇନରେ ଆମ୍ବୁଲାନ୍ସ କାହିଁକି ଆଣିଲ ବୋଲି ସଂପୃକ୍ତ ଅଣଓଡ଼ିଆ କର୍ମଚାରୀ ତାଙ୍କ ଯୁକ୍ତିତର୍କ କରିବା ସାଙ୍ଗକୁ ଆମ୍ବୁଲାନ୍ସକୁ ୭ରୁ ୮ମିନିଟ ଯାଏଁ ଅଟକାଇ ରଖିଥିବା ଡ୍ରାଇଭର ଅଭିଯୋଗ କରିଛନ୍ତି।