Advertisment

RathaYatra: ଓଡ଼ିଶା ପାଇଁ ଖୁସି ଖବର, ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ପ୍ରକ୍ରିୟା ଆରମ୍ଭ

ବିଶ୍ୱନିୟନ୍ତାଙ୍କ ରଥଯାତ୍ରାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଯୁନେସ୍କୋ (UNESCO) ଦ୍ୱାରା ବିଶ୍ୱ ସାଂସ୍କୃତିକ ଐତିହ୍ୟ (Intangible Cultural Heritage) ମାନ୍ୟତା ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ନାମାଙ୍କନ ପତ୍ର (Nomination Dossier) ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି । ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢ଼ୀ ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏନେଇ ଆଲୋଚନା କରିଥିଲେ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Process On To Get Status

Process On To Get Status

ବିଶ୍ୱନିୟନ୍ତାଙ୍କ ରଥଯାତ୍ରାକୁ ଯୁନେସ୍କୋ (UNESCO) ଦ୍ବାରା ବିଶ୍ବ ସାଂସ୍କୃତିକ ଐତିହ୍ୟ (Intangible Cultural Heritage) ମାନ୍ୟତା ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଯାହାକୁ ସବୁ ମହଲରୁ ସ୍ବାଗତ କରାଯାଇଛି। ଏହି ମାନ୍ୟତା ପାଇବା ଫଳରେ ଅଦିନିଆ ରଥଯାତ୍ରାକୁ ଵନ୍ଦ କରିବା ଦିଗରେ ପଦକ୍ଷେପ ନେଇହେବ । ଶ୍ରୀମନ୍ଦିର ପ୍ରଶାସନର ଏହି ଉଦ୍ୟମକୁ ବରିଷ୍ଠ ସେବାୟତମାନେ ସ୍ୱାଗତ କରି କହିଛନ୍ତି ଯେ, ପୁରୀରେ ଚତୁର୍ଦ୍ଧାମୂର୍ତ୍ତି ବଡଦାଣ୍ଡରେ ରଥ ଉପରେ ବିରାଜମାନ ହୋଇ ଯାତ୍ରା କରନ୍ତି । ବିଦେଶୀ ଭକ୍ତମାନେ ମଧ୍ୟ ରଥଯାତ୍ରା ଦେଖିବାର ସୁଯୋଗ ପାଆନ୍ତି ।

Advertisment

ନୀଳକନ୍ଦରରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବଡଭାଇ ବଳଭଦ୍ର, ସାନଭାଇ ଜଗତର ନାଥ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ସହ ଚକ୍ରରାଜ ସୁଦର୍ଶନ ରଥ ଉପରେ ବିରାଜମାନ ହୋଇ ରଥଯାତ୍ରା ବା ଘୋଷଯାତ୍ରାରେ ଯାଆନ୍ତି । ନିଜର ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ବିଶ୍ୱନିୟନ୍ତାଙ୍କ ରଥଯାତ୍ରାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଯୁନେସ୍କୋ (UNESCO) ଦ୍ୱାରା ବିଶ୍ୱ ସାଂସ୍କୃତିକ ଐତିହ୍ୟ (Intangible Cultural Heritage) ମାନ୍ୟତା ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ନାମାଙ୍କନ ପତ୍ର (Nomination Dossier) ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି । ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢ଼ୀ ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏନେଇ ଆଲୋଚନା କରିଥିଲେ। ରଥଯାତ୍ରା ଭଳି ମହାର୍ଘ ବୈଶ୍ୱିକ ଯାତ୍ରାର ମହାନତା ଉପଲବ୍ଧି କରି କର୍ତ୍ତୃପକ୍ଷ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରଶାସନ ଆଶା ରଖିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । 

ଅଧିକ ପଢ଼ନ୍ତୁ: ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ନିଯୁକ୍ତି ପାଇଁ ଆଗ୍ରହୀ କି? ପ୍ରକାଶ ପାଇଲା ବିଜ୍ଞପ୍ତି

Advertisment

୨୦୨୩ ମସିହାରେ ୟୁନେସ୍କୋ ମାନ୍ୟତାକୁ ଦୃଷ୍ଟିରେ ରଖି ରଥ ନିର୍ମାଣ ସମୟରେ ତିନି ରଥର ମାପଚୁପ କରିଥିଲେ। ରେଳ ବିଭାଗର କିଛି କର୍ମଚାରୀ ଓ ୟୁନେସ୍କୋର ଏକ ଟିମ ସଠିକ ମାପଚୁପ କରିଥିଲେ । ସେତେବେଳେ ୨୦୨୩ ମସିହାର ସାଂସ୍କୃତିକ ଐତିହ୍ୟ (Intangible Cultural Heritage) ତାଲିକାରେ ସ୍ଥାନ ପାଇବା ଉପରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ୟୁନେସ୍କୋର ଆବଶ୍ୟକ ନିର୍ଦ୍ଦେଶାବଳୀ ଅବଲମ୍ବନ ପୂର୍ବକ ରାଜ୍ୟ ସରକାର ଖୁବଶୀଘ୍ର ଏଥିପାଇଁ ନାମାଙ୍କନ ଦାଖଲ କରିବାକୁ ତତ୍କାଳୀନ ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଥିଲା। ଏହା ପୂର୍ବରୁ ଏକ ସ୍ବତନ୍ତ୍ର କମିଟି ଗଠନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ବି ସ୍ୱତନ୍ତ୍ର କମିଟି ଗଠନ ପାଇଁ ରାଜ୍ୟ ସରକାରଙ୍କୁ ୭ ଜଣଙ୍କ ତାଲିକା ପ୍ରଦାନ କରିଥିଲେ ।

ସେହି କମିଟିରେ ଶ୍ରୀମନ୍ଦିର ପରିଚାଳନା କମିଟିର ୫ ଜଣ ସେବାୟତ ପ୍ରତିନିଧି ଓ ୨ ଜଣ ମଠାଧୀଶ ରହିଥିଲେ। ୟୁନେସ୍କୋ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା ସ୍ଥାନ ପାଇବା ନେଇ ନାମାଙ୍କନ ଦାଖଲ ଦାୟିତ୍ୱ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଦିଆଯାଇଥିଲା। ଏଣୁ ଏହା ପୂର୍ବରୁ ଏହି ବିଭାଗ ବିସ୍ତୃତ ଚିଠା ବିବରଣୀ ପ୍ରସ୍ତୁତ କରୁଥିବାର ମଧ୍ୟ ସୂଚନା ରହିଥିଲା। ନାମାଙ୍କନ ଦାଖଲ ପାଇଁ ପ୍ରସ୍ତୁତ ହେବାକୁ ଥିବା ଚିଠା ସଂପର୍କରେ ପରାମର୍ଶ ଗ୍ରହଣ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଗତ ଅକ୍ଟୋବର ମାସରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ଚିଠି କରିଥିଲା । ଯେଉଁଥିରେ ଗଠନ ହେବାକୁ ଥିବା କମିଟି ପାଇଁ ଶ୍ରୀମନ୍ଦିର ସହ ଜଡ଼ିତ ୩ ଜଣ ସେବାୟତ ପ୍ରତିନିଧି ଓ ୨ଜଣ ମଠ ପ୍ରତିନିଧିଙ୍କ ନାମ ସୁପାରିଶ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଥିଲା।

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା କହିଛନ୍ତି, ତାଙ୍କ ପିତା ସ୍ୱର୍ଗତ ପଦ୍ମଶ୍ରୀ ସଦାଶିବ ରଥଶର୍ମା ତତ୍କାଳୀନ ରାଷ୍ଟ୍ରପତି ଭେଙ୍କଟ ରମଣଙ୍କୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ମାନ୍ୟତା ଦେବାପାଇଁ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ୟୁନେସ୍କୋ ମାନ୍ୟତା ମିଳିଲେ ଅଦିନିଆ ରଥଯାତ୍ରା ଉପରେ ରୋକ ଲାଗିପାରିବ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ବର୍ଜ୍ୟରୁ ତିଆରି ହେବ ଜୈବିକ ସାର; କାମରେ ଲାଗିବ ବାସିଫୁଲ-ତୁଳସୀ-ପରିବା ଚୋପା-ପେଜ... 

Puri Srimandir Jagannath Temple Unesco Ratha Jatra Ratha Yatra UNESCO Tag
Advertisment
Advertisment