ପୁରୀରେ ନୌସେନା ଦିବସ ପାଳନକୁ ପକ୍ଷୀ ଭୟ । ଅଭ୍ୟାସ ବେଳେ ପକ୍ଷୀ ମାଡ଼ରୁ ଅଳ୍ପକେ ବର୍ତ୍ତିଲା ହେଲିକପ୍ଟର । ପୁରୀରେ ନ୍ୟାଭି ଡେ’ ପାଇଁ ନୌସେନା ପକ୍ଷରୁ ଅଭ୍ୟାସ ଚାଲିଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ସବୁ କାହାଣୀ ଓ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ। କାଲି ମୁଖ୍ୟ ପ୍ରଶାସକ ସଙ୍କେତ ଦେଇଥିଲେ। ଆଉ ଆଜି ଆଇନମନ୍ତ୍ରୀ ପୁରା ସ୍ପଷ୍ଟ କରିଦେଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ଗୁପ୍ତ କୋଠରୀ କି ରହସ୍ୟପୂର୍ଣ୍ଣ ସୁଡ଼ଙ୍ଗ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ୪୫ ପୃଷ୍ଠାର ରିପୋର୍ଟ ହସ୍ତଗତ ହୋଇଛି । ଏହାପରେ ଆମେ ASI ସହ ଆଲୋଚନା କରିବୁ । ତୁରନ୍ତ ରତ୍ନଭଣ୍ଡାର ମରାମତି ପାଇଁ ASIକୁ ଅନୁରୋଧ କରିଛୁ ।
ସ୍ୱର୍ଗଦ୍ୱାରରେ ଶବଦାହ କରିବା ଅନେକଙ୍କ ଧାର୍ମିକ ଭାବନା ଓ ବିଶ୍ୱାସ ସହ ଜଡ଼ିତ ଥିବା ଏବଂ ଏଠାରେ ଶବ ସଂସ୍କାର ପାଇଁ ସରକାରଙ୍କ ପକ୍ଷରୁ ସୁବ୍ୟବସ୍ଥା ଥିବାରୁ ଏବେ ଦୈନିକ ପାଖାପାଖି ୧୦୦ଟି ମୃତଦେହ, ଦାହସଂସ୍କାର ପାଇଁ ଆସୁଛି ।
କାର୍ତ୍ତିକ ସରିଗଲା, କେବେ ଲାଗୁ ହେବ ରାମ୍ପ ଦର୍ଶନ ବ୍ୟବସ୍ଥା ? କାହିଁକି ବିଳମ୍ବ ହେଉଳି ରତ୍ନଭଣ୍ଡାର ମରାମତି ଓ ଅଳଙ୍କାର ଗଣତି ମଣତି ? ସେବାୟତ କଲ୍ୟାଣ, ଗୁରୁକୂଳ ପ୍ରତିଷ୍ଠା ଅବା ୟୁନିଫର୍ମ ଲ୍ୟାଣ୍ଡ ପଲିସି କେଉଁ ପ୍ରତିବନ୍ଧକରୁ ଅଧାରେ ଲଟକିଛି ଏସବୁ ନିଷ୍ପତ୍ତି ?
ପୁରୀ ବେଳାଭୂମିରେ ବେଧଡ଼କ ଚାଲିଛି ନିର୍ମାଣ କାର୍ଯ୍ୟ । ପର୍ଯ୍ୟଟନ କ୍ଷେତ୍ର ପୁରୀର ହାର୍ଟ ଅଫ ବିଚ୍ରେ ନିର୍ମାଣ ଚାଲିଛି କନଷ୍ଟ୍ରକସନ୍ କାମ ।
ନୋଟାରୀ ଏଗ୍ରିମେଣ୍ଟ କରି ବେଆଇନ୍ ବିକ୍ରି ହୋଇଛି, ଆକ୍ସନ ହେବ କହିଲେ ଜିଲ୍ଲାପାଳ । ଜବରଦଖଲ ଜମିର ସେଟେଲମେଣ୍ଟ କରି ବିକ୍ରି ପାଇଁ ଆଇନ ବିଭାଗର ଯୋଜନା ।
ସୋସିଆଲ୍ ମିଡିଆରେ ବେଶ୍ କିଛି ଦିନ ଜଣେ ନାବାଳକର ପାଦ ତଳେ ତୁଳସୀ ଥିବା ଫଟୋ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ନେଇ ତେଜିଛି ବିବାଦ ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳିସାହି ଥାନାରେ ଏତଲା ଦିଆଯାଇଛି । ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ଜମି ଜାଲିଆତି ଅଭିଯୋଗ ହୋଇଛି ।
ଜଗା ସହ ମାସକର ଭାବ ତୁଟାଇ ଫେରିଲେ ହବିଷ୍ୟାଳି ।
ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ଖୁବଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ । ପୁରୀ ବେଦାନ୍ତ ଜମି ପ୍ରସଙ୍ଗରେ ଏହି ବଡ଼ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
କେବଳ ସିଂହଦ୍ୱାର ବାଟ ଦେଇ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀଜିଉଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ ।
ଅଣହିନ୍ଦୁ ମହିଳା ଜଣକ ଚାଇନିଜ୍ ଭାଷାରେ କଥା ହେଉଥିବା ଜଣାପଡ଼ିଛି । ସଂପୃକ୍ତ ମହିଳାଙ୍କୁ ପୋଲିସର ଅସ୍ଥାୟୀ କ୍ୟାମ୍ପ ମଧ୍ୟକୁ ନିଆଯାଇଥିଲା । ସେଠାରେ ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ବ୍ୟାରିକେଡ୍ ବାହାରେ ଛାଡ଼ିଥିବା ସୂଚନା ମିଳିଛି ।
କାଲିଠୁ ପଞ୍ଚୁକ । ହେଲେ ଆଜିଠୁ ଭିଡ଼ରେ ଉଛୁଳିଲାଣି ଶ୍ରୀମନ୍ଦିର । ସିଂହଦ୍ବାର ଆଗରେ ଢେର ସମୟ ବ୍ୟାରିକେଡରେ ଅପେକ୍ଷା ପରେ ଜଗା ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ ।
ଦେଶର ଅନ୍ୟ ୩ ଧାମକୁ ଗଡ଼ିବ ସୁପର ପ୍ରିମିୟମ୍ ବସ୍ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୨ ତାରିଖରେ ପୁରୀରୁ ବସ୍ ସେବା ଆରମ୍ଭ ।
ପାଞ୍ଜିକାରକୁ ନେଇ କାହିଁକି ପ୍ରତିକ୍ରିୟାଶୀଳ ହେଲେ ଶ୍ରୀମନ୍ଦିର ମୁକ୍ତିମଣ୍ଡପର ସ୍ଥାୟୀ ସଭାପତି ତଥା ଜଗଦଗୁରୁ ଶଙ୍କରାଚାର୍ଯ୍ୟ ? ତାଙ୍କ ଅସନ୍ତୋଷ ପଛରେ ରହିଛି କି ସତ୍ୟତା ?
ଭିଜିଲାନ୍ସ ଜାଲରେ ପଡ଼ିଥିବା କୁବେର ଇଡକୋ ମ୍ୟାନେଜର ବିଜୟ କୁମାର ଉଦୟମ ସିଂଙ୍କ ଅଚଳାଚଳ ସମ୍ପତ୍ତି । ଆଜି ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିବା ପରେ ଭିଜିଲାନ୍ସ ଜବତ ସମ୍ପତ୍ତି ସମ୍ପର୍କରେ ତଥ୍ୟ ରଖିଛି ।
ପ୍ରାଥମିକ ଭାବେ ଶିଉଳି ଛଡ଼ା, ପାଣି ଝରିବା ବନ୍ଦ ପଦକ୍ଷେପ ନିଆଯାଇଛି । ଆନନ୍ଦବଜାରର ଡ୍ରେନେଜ ବ୍ୟବସ୍ଥା ସୁଧାରିବାକୁ ଉଦ୍ୟମ କରିଛୁ ।
ମେଘନାଦ ପାଚେରି ଚାରିପଟୁ ଦୁର୍ବଳ । ଖାଲି ସିଂହଦ୍ୱାର ପଟ ନୁହେଁ, ପଶ୍ଚିମ ଓ ଦକ୍ଷିଣ ଦ୍ୱାର କଡ଼ କାନ୍ଥରୁ ବି ଝରୁଛି ପାଣି ।
ଜାଣିଶୁଣି ମନ୍ଦିରକୁ ଭାଙ୍ଗିଦେଲେ ବୋଲି ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି । ପରିକ୍ରମା ପ୍ରକଳ୍ପ କାମ ବେଳେ ଜେସିବି ଲଗାଇ ଭାଙ୍ଗିଦେଲେ । ଚାରିକଡ଼ ମଠ, ମନ୍ଦିର, ଘର ସବୁ ଜେସିବିରେ ଭାଙ୍ଗିଦେଲେ । ଏହାଦ୍ବାରା ମନ୍ଦିର ଚାରିକଡ଼ୁ ସପୋର୍ଟ ସବୁ କମିଗଲା ।
ଘନ କୁହୁଡିରେ ଆଚ୍ଛାଦିତ ଶ୍ରୀମନ୍ଦିର । କୁହୁଡି ମୁଖ୍ୟ ମନ୍ଦିରକୁ ଲୁଚାଇ ଦେଇଛି ।
ଅମାବାସ୍ୟା ସନ୍ଧ୍ୟାରେ ଫୁଟିଲା ବାଣ । ବେଆଇନ ବାଣ ବିସ୍ପୋରଣରେ ଦୁଇ ଜଣ ମୃତ ।
କାର୍ତ୍ତିକ ପରେ ଫାଟ ମରାମତି ଓ ନୂଆବର୍ଷରୁ ଅଳଙ୍କାର ଗଣତି-ମଣତି । ସବୁ ତଥ୍ୟ ସାର୍ବଜନୀନ କରିବା ଲାଗି ଭକ୍ତ-ସେବକଙ୍କ ଦାବି ।
ଆମେରିକା ହ୍ୟୁଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରା ବାତିଲ ହୋଇଥିବା ସୂଚନା ମିଳିଛି । ନଭେମ୍ବର ୩ ତାରିଖରେ ହେବାକୁ ଥିବା ସ୍ନାନ ଯାତ୍ରା ବାତିଲ ହୋଇଛି ।