ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାବଲମ୍ବୀ ମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଥାନ୍ତି।
ସାରଳା ଦାସଙ୍କ ‘ମହାଭାରତ’ର ବନ ପର୍ବରେ ଅର୍କକ୍ଷେତ୍ର ବିଷୟରେ ଉଲ୍ଲେଖ ଅଛି ଯେ ମକର ମାସ ଅର୍ଥାତ ପବିତ୍ର ମାଘ ସପ୍ତମୀ ତିଥିରେ ସୂର୍ଯ୍ୟଦେବ ‘ଅର୍କ’ ନାମକ ଏକ ଦୈତ୍ୟକୁ ପାତାଳକୁ ଚାପିଦେଇଥିଲେ। ଏହା ପରେ ଏହି କ୍ଷେତ୍ର ଅର୍କକ୍ଷେତ୍ର ଭାବେ ପରିଚିତ ହୋଇଥିଲା।
ପରମ୍ପରା ଅନୁଯାୟୀ ମାଧିପୁରର ତ୍ରିବେଣିଶ୍ୱର ମହାପ୍ରଭୁ କୁରୁଜଙ୍ଗରେ ଦକ୍ଷିଣେଶ୍ୱର ଓ ସନ୍ତପୁରରେ ଐଶାଣେଶ୍ୱର ମହାପ୍ରଭୁ ତିନି ଠାକୁରଙ୍କୁ ୧୫ତାରିଖ ଷଷ୍ଠୀ ରାତ୍ରରେ ବିମାନବିଜେ କରାଯିବ ।
ଦ୍ଵାପର ଯୁଗରେ କୃଷ୍ଣଣାଙ୍କ ପୁତ୍ର ଶାମ୍ବ ନିଜ ପିତାଙ୍କ ଶ୍ରାପ ଜନିତ ବ୍ୟାଧିରୂ ମୁକ୍ତି ପାଇଁ ତତ୍କାଳୀନ ମୈତ୍ରେୟ ମୁନୀଙ୍କ ଆଶ୍ରମ ମାୟୀତ୍ରାକ୍ଷ ବନରେ ସୂର୍ଯ୍ୟ ଉପାସନା କରି ଆଜିର ପବିତ୍ର ଦିନରେ ଚନ୍ଦର୍ଭାଗା ନଦୀରେ ସ୍ନାନ କଳା ବେଳେ ସୂର୍ଯ୍ୟ ଭାଗବାନଙ୍କ ମଣି ବିଗ୍ରାହ ମୂର୍ତ୍ତି ପ୍ରାପ୍ତ ହେବା ସହ ବ୍ୟାଧି ମୁକ୍ତ ହୋଇଥିଲେ।
ପବିତ୍ର ମାଘ ସପ୍ତମୀ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରିଛନ୍ତି। ମହାପ୍ରଭୁଙ୍କ ମହାସ୍ନାନ ପରେ ପରେ ଭୋର ୪ଟା ୪୧ରେ ଶ୍ରଦ୍ଧାଳୁମାନେ ମାଘବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି।