Advertisment

Puri Lokanath Temple: ପୋଲିସ ସୁରକ୍ଷା ଥାଇ ଲୋକନାଥ ମନ୍ଦିରରେ କେମିତି ମୁତୟନ ହେଲେ ବାଉନ୍‌ସର ?

ଲୋକନାଥ ମନ୍ଦିରରେ ବାଉଁସରମାନେ ସାଧାରଣ ଭକ୍ତମାନଙ୍କୁ ଠେଲାପେଲା କରିବା ଅଭିଯୋଗ ଆସିଥିବା ପରେ ପୋଲିସ ଅଧିକାରୀ ସେମାନଙ୍କୁ ଡାକି ପଚରାଉଚରା କରିଛନ୍ତି। ପୋଲିସର ଜାଣତରେ ବାଉଁସରଙ୍କୁ ନିଯୁକ୍ତି ଦିଆଯାଇଛି ନାଁ କେହି ପାଳିଆ ସେବାୟତ ଏମାନଙ୍କୁ ନିଯୁକ୍ତି ଦେଇଛନ୍ତି ତାହା ତଦନ୍ତ ସାପେକ୍ଷ।

author-image
Prasan Subudhi
ଅଦ୍ୟତନ ହୋଇଛି
ପୁରୀ ଲୋକନାଥଙ୍କ ମନ୍ଦିରରେ ବାଉନ୍‌ସର

ପୁରୀ ଲୋକନାଥଙ୍କ ମନ୍ଦିରରେ ବାଉନ୍‌ସର

ଆଜି ପବିତ୍ର ମହାଶିବରାତ୍ରି ଅବସରରେ ପୁରୀ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଦେଖାଦେଇଛି ଅବ୍ୟବସ୍ଥା। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଥମ କରି କିନ୍ତୁ ଲୋକନାଥ ଦେବଙ୍କ ମନ୍ଦିର ପରିସର ଭିତରେ ସୁରକ୍ଷା ପାଇଁ ବାଉଁସର ନିଯୁକ୍ତି ହୋଇଥିବା ପରିଲକ୍ଷିତ ହୋଇଛି।

Advertisment

ଲୋକନାଥ ମନ୍ଦିରରେ ବାଉଁସରମାନେ ସାଧାରଣ ଭକ୍ତମାନଙ୍କୁ ଠେଲାପେଲା କରିବା ଅଭିଯୋଗ ଆସିଥିବା ପରେ ପୋଲିସ ଅଧିକାରୀ ସେମାନଙ୍କୁ ଡାକି ପଚରାଉଚରା କରିଛନ୍ତି। ପୋଲିସର ଜାଣତରେ ବାଉଁସରଙ୍କୁ ନିଯୁକ୍ତି ଦିଆଯାଇଛି ନାଁ କେହି ପାଳିଆ ସେବାୟତ ଏମାନଙ୍କୁ ନିଯୁକ୍ତି ଦେଇଛନ୍ତି ତାହା ତଦନ୍ତ ସାପେକ୍ଷ।

ଲୋକନାଥ ଦେବ ଟ୍ରଷ୍ଟି ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବାଉଁସର୍ ନିଯୁକ୍ତି ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାଉଁଶର କିପରି ନିଯୁକ୍ତି ହୋଇ କାର୍ଯ୍ୟ କଲେ ତାକୁ ନେଇ ପ୍ରଶ୍ନ ଉଠିବା ସହ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ସନ୍ଦେହ ଉପୁଜିଛି। ଯଦି ପୋଲିସ ସୁରକ୍ଷା ସଠିକ୍ ଥିଲା ତେବେ ବାଉଁନ୍‌ସର ନିଯୁକ୍ତିର କାରଣ କ’ଣ ଏବଂ ଏହା ପଛରେ କାହାର ହାତ ଅଛି ?

Advertisment

ସେପଟେ ଏ ଦିଗରେ ପୁରୀ ପୋଲିସ ତଦନ୍ତ ଆରମ୍ଭ କରିଛି। ମନ୍ଦିର ଟ୍ରଷ୍ଟ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଉଥିବା ପୁରୀ ଏସ୍‌ପି ଭିନିତ୍ ଅଗ୍ରୱାଲ କହିଛନ୍ତି। 

Puri Puri Police Mahashivratri Lokanath Temple
Advertisment
Advertisment