କେଉଁଠି SHG ନାଁରେ କାର୍ଯ୍ୟାଦେଶ ଥାଇ ଠିକାଦାର କାମ କରୁଛି ତ ପୁଣି କେଉଁଠି ଦଳୀୟ ଭିତ୍ତିରେ ୱାର୍କଅର୍ଡର ବଣ୍ଟାଯାଉଥିବା ଅଭିଯୋଗ।
ମୁଣ୍ଡ ଉପରେ ଡହ ଡହ ଖରା, ପାଦ ତଳେ ତତଲା କଡ଼େଇରେ ସିଝିଥିବା ପିଚୁ ରାସ୍ତା। ତା’ଭିତରେ ଖାଲି ପାଦରେ ଧିରେ ଧିରେ ଆଗକୁ ବଢୁଛନ୍ତି ୭୦ ବର୍ଷୀୟ ବୃଦ୍ଧା।
ଖାଲି ପାଦରେ ପେନ୍ସନ୍ ପାଇଁ କୋଷେ ଦୂର ଚାଲି ଚାଲି ଯାଉଛନ୍ତି ବୃଦ୍ଧା । ପ୍ଲାଷ୍ଟିକ ଚୌକିଟିଏ ଭରସା ମାତ୍ର ।
କିଛି ଦିନ ଧରି କାଳବୈଶାଖୀ ବର୍ଷା ଯୋଗୁଁ ତାତି କମିଥିବା ବେଳେ ଆଜି ପୁଣି ଗରମ ଅନୂଭବ ହେଉଛି ।
ଆଜି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୨୬ ନଭେମ୍ବର, ୨୦୨୧ ମସିହାରେ ହିର୍ଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟ୍ରାନ୍ସଫର ହୋଇ ଆସିଥିଲେ ଏବଂ ଡିସେମ୍ବର ୧୬ ତାରିଖରେ ପ୍ରଧାନ ଶିକ୍ଷକର ଦାୟିତ୍ୱ ନେଲେ l ନିଜ କାର୍ଯ୍ୟକାଳ ମଧ୍ୟରେ ସ୍କୁଲର ସୌନ୍ଦର୍ଯ୍ୟକରଣ କରିବାକୁ ସତେ ଯେମିତି ନିଷ୍ପତ୍ତି ନେଇଥିଲେ ଶିବପ୍ରସାଦ । ସେଇଥି ଲାଗି ତ ସହକର୍ମୀ ଓ ଛାତ୍ରଛାତ୍ରୀଙ୍କ ପରାମର୍ଶ ନେବା ପରେ ସୋନପୁର ଜିଲ୍ଲାରୁ ଶିଳ୍ପୀଙ୍କୁ ଯୋଗାଯୋଗ କରି ୧୦ ମହାପୁରୁଷଙ୍କ ସହ ଶ୍ରୀ ଗଣେଶ, ଗୌତମ ବୁଦ୍ଧ ଏବଂ ଅଶୋକ ସ୍ତମ୍ଭର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଶିବପ୍ରସାଦ।
କଂଗ୍ରେସ ଗଡ଼ କୁହାଯାଉଥିବା ନବରଙ୍ଗପୁରରେ ବିଜୟର ବାନା ଉଡ଼ାଇଥିଲେ ପ୍ରହଲ୍ଲାଦ । ହେଲେ ସମୟ ଅନୁସାରେ ସବୁକିଛି ବଦଳିଯାଇଛି । ଯିଏ ଦିନେ ଲୋକଙ୍କ କଥା ବୁଝୁଥିଲେ, ଅଭିଯୋଗ ଶୁଣି ସମାଧାନର ରାସ୍ତା ବାହାର କରୁଥିଲେ। ଆଜି ସିଏ ନିଜେ ଅଭିଯୋଗ ନେଇ ପହଞ୍ଚିଥିଲେ ପୌରପାଳିକା କାର୍ଯ୍ୟାଳୟରେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ହେଉଛି ।
ପୁଣି ମନମାନି କରୁଛି ଟାଟାପାୱାର । ସରକାରୀ କାର୍ଯ୍ୟାଳୟ ଉପରେ ଲକ୍ଷଲକ୍ଷ ଟଙ୍କା ବକେୟା ବିଲ୍ ରହିଛି...ହେଲେ ଗରିବଙ୍କର କିଛି ଟଙ୍କା ବକେୟା ଥିବାରୁ ବିଜୁଳି କାଟି ଦେଇଛି ଟାଟା । ଗାଁକୁ ବିଜୁଳି ନଗଲେ ଏସଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇବାକୁ ଚେତାବନୀ ଦେଲେ ଗାଁ ଲୋକେ।
୩ ବର୍ଷର ପୁଅକୁ କାଶ ଔଷଧ ବଦଳରେ ସାବତ ବାପା ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଶିଶୁର ମୃତ୍ୟୁ ପରେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଧରିଲା ପୋଲିସ୍।
ଶ୍ରମିକମାନେ ଆଦୌ କାମ କରିନଥିବା ବେଳେ କିଭଳି ସେମାନଙ୍କ ନାଁ କିଭଳି ମଷ୍ଟର ରୋଲରେ ଚଢାଗଲା
ବିଧାୟକମାନେ ଲୋକଙ୍କ ପ୍ରତିନିଧି, ଆମେ ଲୋକଙ୍କ କଥା ଉଠାଇବୁ, କ୍ରୀତଦାସ କେମିତି ହେବୁ ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରୟଣ ।
ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଂଚାୟତ ତଥା ଇନ୍ଦ୍ରାବତୀ ଜଳ ଭଣ୍ଡାର ଅପର ପାର୍ଶ୍ୱରେ ରହିଛି ପାଞ୍ଚୋଟି ଜଳବନ୍ଦୀ ଗାଁ । ବର୍ଷ ବର୍ଷ ଧରି ଏହି ପାଞ୍ଚ ଖଣ୍ଡ ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ହୋଇ ରହିଛନ୍ତି । ବିକାଶ ପାଇଁ ଯାତାୟାତ ବାଧକ ସାଜିଛି । ହେଲେ ଲୋକମାନେ ସେଠାରେ କେମିତି ରହୁଛନ୍ତି ? ତାହାକୁ ଜାଣିବା ଲାଗି ପହଞ୍ଚିଥିଲେ ଅନ୍ୟା ଦାସ୍ ।
‘ମୁଁ ଲୋକଙ୍କୁ ଏଠାକୁ ଆସିବାକୁ ଡାକିଥିଲି । ଓଡ଼ିଶାବାସୀଙ୍କ କାମ ପାଇଁ ଦ୍ୱାରପାଳ ନୁହେଁ କ୍ରୀତଦାସ ହେବାକୁ ମୁଁ ରାଜି ଅଛି’ ବୋଲି କହିଛନ୍ତି ପ୍ରଣବ ।
ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି। କେବଳ ନବରଙ୍ଗପୁର ଜିଲ୍ଲାରୁ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି।
ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ପୋଲିସ୍ ଇନ୍ଫର୍ମର ସନ୍ଦେହରେ ଘରୁ ଡାକି ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
କିଛି ସ୍କୁଲ୍ ଛାତ୍ର ବିପଦପୂର୍ଣ୍ଣ ରିଲ୍ସ ବନାଇଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ବିନା ପ୍ରଦୂଷଣରେ ଅଳିଆ ଉଠାଇବା ପାଇଁ ହୋଇଥିଲା ବ୍ୟବସ୍ଥା ।
ଭାରସାମ୍ୟ ହରାଇ ଗଛରେ ପିଟି ହେଲା ସ୍କୁଲ୍ ବସ୍। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମୋହରା ନିକଟରେ ଏହି ଦୁର୍ଘଟଣା ଘଟିଛି।
୨୪ ନିର୍ବାଚନରେ ୧୬ ଲୋକସଭା ସିଟ୍ ଜିତିବାକୁ ବିଜେପିର ଲକ୍ଷ୍ୟ ।
ଦେଶୀ ବୁଦ୍ଧି ଆପଣାଇ ୨୫ ଏକର ଚାଷ ଜମିକୁ ପାଣି ମଡେଇବାକୁ ନୂଆ ରଣନୀତି ଅବଲମ୍ବନ କଲେ ଚାଷୀ। ପାହାଡ ଚିରିଲେ, ନିଜ କ୍ଷେତକୁ ପାଣି ମଡେଇଲେ। ପାଣି ବିନା ଯେଉଁ ଚାଷ ଜମି ଦିନେ ଟାଙ୍ଗରା ଥିଲା ଆଜି ସେଇ ଚାଷ ଜମିରେ ଭଲରେ ମାଡୁଛି ପାଣି
ମିଳିଲା ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା। ଖୋଜାଖୋଜି ପରେ ୪ ଜଣ ଫେରୁଥିବା କାର୍ଟି ରାସ୍ତାକଡ଼ କୂଅ ଭିତରୁ ଠାବ କରାଯାଇଛି।
୩୬ ଘଣ୍ଟା ପରେ ବି ମିଳୁନି ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା। ଶନିବାର ଦିନ ଛତିଶଗଡ଼ କାଙ୍କେରରୁ ବିବାହ ଭୋଜି ଖାଇ ୪ ଜଣ କୋଣ୍ଡାଗାଁକୁ ଫେରୁଥିଲେ।
ଆସନ୍ତା ୪-୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ସ୍ଥିର ରହିବ। ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
ଆଜି ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।