Advertisment

ଆଖି ବୁଜିଦେଇଛି କି ଜିଲ୍ଲା ପ୍ରଶାସନ ? ଭତ୍ତା ପାଇଁ ଏ କି ଦହଗଞ୍ଜ !

କେବଳ ଗଙ୍ଗା, ରଙ୍ଗା କି ହଳଧରଙ୍କ କାହାଣୀ ନୁହେଁ । ଏକମାଣିଆ ପଞ୍ଚାୟତର ୫୦ରୁ ଅଧିକ ବୃଦ୍ଧ ହିତାଧିକାରୀଙ୍କ ଅବସ୍ଥା ଏଭଳି । ଆକାଉଣ୍ଟକୁ ଆସିଥିବା ଭତ୍ତା ଟଙ୍କା ଉଠାଣ ପାଇଁ ମାସ ପୂରିଲେ ବିପଦଜନକ ଯାତ୍ରା କରିବାକୁ ପଡ଼େ ଏମାଣିଆ, ନଳପହି ଓ ଦକ୍ଷିଣଦିଆ ଲୋକଙ୍କୁ । କାରଣ ପଞ୍ଚାୟତକୁ ୪ପଟୁ ଘେରିରହିଛି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

Pension problem

ବଦଳୁନି ବ୍ୟବସ୍ଥା, ବଦଳୁନି ଗରିବ ଗୁରୁବାଙ୍କ ଭାଗ୍ୟ । କିଛିଦିନ ତଳେ ଆପଣ ଦେଖିଥିଲେ ଭତ୍ତାଗଣ୍ଡିକ ପାଇଁ ଭଙ୍ଗା ଚେୟାରକୁ ଆଶାବାଡ଼ି କରି ପରିଣତ ବୟସରେ ବ୍ୟାଙ୍କକୁ କେମିତି ଯାଉଥିଲେ ନବରଙ୍ଗପୁର ଜିଲ୍ଲାର ସୂର୍ଯ୍ୟ ହରିଜନ । ଆଜି ସେମିତି ଏକ ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ । ଡଙ୍ଗାରେ ନଦୀ ପାରି ହେବା ସହ ସାଙ୍ଗିଭାରରେ ବୁହା ହୋଇ ବ୍ୟାଙ୍କ ଯାଉଛନ୍ତି ବୃଦ୍ଧ ହିତାଧିକାରୀ । ହେଲେ ଏହି ଦୁର୍ଦ୍ଦଶାକୁ ଜିଲ୍ଲା ପ୍ରଶାସନ କହୁଛି ପ୍ରାୟୋଜିତ, ଜିଲ୍ଲାରେ ସେମିତି ଇସ୍ୟୁ ନାହିଁ ।

Advertisment

ଆଖିକୁ ଆଉ ଭଲ ଦେଖାଯାଉନାହିଁ । ତଥାପି ପରିଣତ ବୟସରେ ସରକାରୀ ଭତ୍ତା ଗଣ୍ଡିକ ପାଇଁ କେତେ ଯେ ସଂଗ୍ରାମ କରିବାକୁ ପଡୁଛି । ତାଙ୍କ ଥର ଥର ବୟାନରୁ ବାରି ହେଉଛି । କେନ୍ଦ୍ରାପଡ଼ା ଆଳି ବ୍ଲକ ଏକମାଣିଆ ପଞ୍ଚାୟତର ଗଙ୍ଗାଧର ପରିଡ଼ା, ରଙ୍ଗାଧର ପରିଡ଼ା ଓ ହଳଧର ନାୟକ । ସମସ୍ତଙ୍କ ବୟସ ଟପିଲାଣି ୮୦ । ତଥାପି ଏ ବୟସରେ ମାତ୍ର ୭ଶହ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ଗଣ୍ଡିକ ପାଇଁ ପ୍ରତି ମାସରେ ଏମିତି ଡଙ୍ଗା ପାରି ହୋଇଯିବାକୁ ପଡୁଛି ଏମାନଙ୍କୁ । ଘରୁ ବାହାରିବା ପରେ ପ୍ରଥମେ ସାଙ୍ଗିଭାର କରି ପରିବାର କିମ୍ବା ସମ୍ପର୍କିୟ ନିଅନ୍ତି ନଦୀକୂଳକୁ। ତା’ପରେ ନଦୀକୂଳରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ବ୍ୟାଙ୍କ ଅଫ୍ ବରୋଦା ଥିବା କେରଡ଼ାଗଡ଼କୁ । ଏଭଳି ନୌଯାତ୍ରା କରିବାକୁ ପଡ଼େ ବୋଲି ଅଭିଯୋଗ କରିଛନ୍ତି ହିତାଧିକାରୀଙ୍କ ସଂପର୍କୀୟ ।

କେବଳ ଗଙ୍ଗା, ରଙ୍ଗା କି ହଳଧରଙ୍କ କାହାଣୀ ନୁହେଁ । ଏକମାଣିଆ ପଞ୍ଚାୟତର ୫୦ରୁ ଅଧିକ ବୃଦ୍ଧ ହିତାଧିକାରୀଙ୍କ ଅବସ୍ଥା ଏଭଳି । ଆକାଉଣ୍ଟକୁ ଆସିଥିବା ଭତ୍ତା ଟଙ୍କା ଉଠାଣ ପାଇଁ ମାସ ପୂରିଲେ ବିପଦଜନକ ଯାତ୍ରା କରିବାକୁ ପଡ଼େ ଏମାଣିଆ, ନଳପହି ଓ ଦକ୍ଷିଣଦିଆ ଲୋକଙ୍କୁ । କାରଣ ପଞ୍ଚାୟତକୁ ୪ପଟୁ ଘେରିରହିଛି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ । ଆଳି ବ୍ଲକକୁ ଯିବାକୁ ହେଲେ ସଡ଼କ ପଥରେ ୪୦ ଓ ଡଙ୍ଗାରେ ଗଲେ ପ୍ରାୟ ୧୭ କିଲୋମିଟର ପଡେ । ପଞ୍ଚାୟତରେ ଥିବା ୩୧୮ ଜଣ ହିତାଧିକାରୀଙ୍କୁ ପୂର୍ବରୁ ପଞ୍ଚାୟତ ଅଫିସରେ ଭତ୍ତା ଦିଆଯାଉଥିଲା । ଏଥିରେ ସ୍ୱଚ୍ଛତା ଆଣିବାକୁ ଡିଜିଟାଇଜେସନ ପରେ ବ୍ୟାଙ୍କ ଯିବାକୁ ପଡୁଛନ୍ତି ସମସ୍ତଙ୍କୁ । ଅନ୍ୟାନ୍ୟ କାମରେ ବି ଏଭଳି ନୌଯାତ୍ରା କରିବାକୁ ପଡୁଥିବା କହିଛନ୍ତି ।

Advertisment

ଲୋକଙ୍କ ଏଭଳି ଅଭିଯୋଗ ଓ ଦୁର୍ଦ୍ଦଶାର ଚିତ୍ରକୁ କିନ୍ତୁ ବାଏଁ ବାଏଁ ଉଡ଼ାଇ ଦେଇଛି ଜିଲ୍ଲା ପ୍ରଶାସନ । କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ଏହାକୁ ପ୍ରାୟୋଜିତ ବୋଲି କହିବା ସହ ଜିଲ୍ଲାରେ ଏମିତି ସ୍ଥିତି ନାହିଁ ବୋଲି ସଫେଇ ଦେଇଛନ୍ତି।

ପୂର୍ବରୁ ନବରଙ୍ଗପୁର ଝରିଗାଁର ସୂର୍ଯ୍ୟ ହରିଜନ ପରିଣତ ବୟସରେ ଭତ୍ତା ଗଣ୍ଡିକ ପାଇଁ ପ୍ଳାଷ୍ଟିକ ଚେୟାରକୁ ଆଶାବାଡ଼ି କରି କେମିତି ବ୍ୟାଙ୍କକୁ ଯାଉଥିଲେ, ଏହି କାହାଣୀ ଦେଖାଇଥିଲା ଓଟିଭି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବି ଉଦବେଗ ପ୍ରକାଶ କରିଥିଲେ । ଏହାପରେ ସୂର୍ଯ୍ୟଙ୍କ ଘର ଦୂଆରେ ପହଞ୍ଚିଯାଇଥିଲେ ବ୍ୟାଙ୍କ ମ୍ୟାନେଜର । ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଏହି ସୂର୍ଯ୍ୟ ମାନଙ୍କ ସମସ୍ୟାର ସମାଧାନ କେବେ, ଭଗବାନ ଭରସାରେ ସମସ୍ତେ ।

Old Age Pension
Advertisment
Advertisment