ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
ଡୁମରପଦର ଗାଁରେ ଆହୁରି କିଛି ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଜଣାପଡିଛି ।
ସେମାନଙ୍କ ପାଖରେ ଏତେ ପରିମାଣର ହୀରା ଆସିଲା କେଉଁଠୁ ? ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ବିଡ଼ିଓଙ୍କୁ ଆକ୍ରମଣ ଅଭିଯୋଗ ଦର୍ଶାଇ ଜଣେ ବିଜେପି ବିଧାୟକଙ୍କୁ ଗିରଫ କରିଥିବା ପୋଲିସ, ଏଭଳି ଜଘନ୍ୟ ଅପରାଧରେ ଜଡ଼ିତ ଶାସକ ଦଳ ବିଧାୟକଙ୍କ ପ୍ରତି କାହିଁକି ଏତେ ଅନୁକମ୍ପା ଦେଖାଉଛି ବୋଲି ଦଳ ପ୍ରଶ୍ନ କରିଛି ।
ଗୋଟିଏ ଭାଲୁ ଗାଁ ଲୋକଙ୍କ ଭୟରେ ଗଛରେ ଚଢ଼ି ଲୁଚି ରହିଥିବା ବେଳେ ଗାଁ ଲୋକ ମଧ୍ୟ ଭାଲୁକୁ ଦେଖି ଆତଙ୍କରେ ଅଛନ୍ତି । ପୁରା ଗାଁରେ ରହିଛି ଭୟର ବାତାବାରଣ ଭିତରେ ।
ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଲା ୩ ଯୁବତୀଙ୍କ ମୃତଦେହ। ଏକାବେଳକେ ଏମାନେ କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ସେ ସମ୍ପର୍କରେ କିଛି ଜଣାପଡ଼ିନି। ଗାଁ ନିକଟ ଜଙ୍ଗଲ ଆଡ଼କୁ ଯାଉଛନ୍ତି ବୋଲି ଘରେ କହିଥିଲେ।
ଉମରକୋଟ୍ରେ ଗୋଟିଏ ଗଛରୁ ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ। ତୋହରା ଗାଁ ନିକଟ ଏକ ଗଛରେ ୩ ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି ।
ସାମାନ୍ୟ ଜମି ପାଇଁ ନିଜ ଜନ୍ମ କଲା ପୁଅକୁ ପିଟି ପିଟି ମାରିଦେଲେ ବାପା ଓ ଭାଇ। ସମ୍ପତ୍ତି ଭାଗବଣ୍ଟାକୁ ନେଇ ୨ ବର୍ଷ ପୂର୍ବେ ଘଟିଥିଲା ରକ୍ତପାତ। ଦୀର୍ଘ ୨ ବର୍ଷରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ମୃତକଙ୍କ ବାପା ଓ ୩ ଭାଇଙ୍କୁ ମିଳିଛି ଆଜୀବନ କାରାଦଣ୍ଡ। ନବରଙ୍ଗପୁର ଜିଲ୍ଲାରେ ଏହି ଘଟଣା ଘଟିଛି।
ଦିନବେଳା ପ୍ରବଳ ଖରା ସାଙ୍ଗକୁ ଜୋରରେ ପବନ ବୋହିବା ଯୋଗୁଁ ନିଆଁ ଅମାନିଆ ଭାବେ ମାଡି ଚାଲିଛି । ଆଉ ନିଆଁର ଆଁ ଭିତରେ ଜଳି ପୋଡ଼ିଯାଉଛନ୍ତି ବହୁ ପଶୁପକ୍ଷୀ, କୀଟ-ପତଙ୍ଗ ଓ ଧ୍ୱଂସ ପାଇ ଚାଲିଛି ବହୁ ଦରକାରୀ ଓ ଔଷଧୀୟ ବୃକ୍ଷଲତା ।
ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍ରେ ଆଜି ପୁଣିଥରେ ଭୋଟ୍ ହେବ । ଏହି ବୁଥ୍ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ଇଭିଏମ୍ରେ ତ୍ରୁଟି ଯୋଗୁଁ ଗତକାଲି ମତଦାନ ବନ୍ଦ ରଖାଯାଇଥିଲା
ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍ରୁ ଆସିଲା ଏଭଳି ସାଂଘାତିକ ଅଭିଯୋଗ । ଇଭିଏମ୍ରେ ଜଘନ୍ୟ ତ୍ରୁଟି ଯୋଗୁଁ ବନ୍ଦ ହେଲା ଭୋଟିଂ । ତେବେ ତ୍ରୁଟି ଧରାପଡ଼ିବା ବେଳକୁ ଇଭିଏମ୍ରେ ପଡ଼ିସାରିଲାଣି ପାଖାପାଖି ୪୦୦ ଭୋଟ ।
ଗଛରେ କାର୍ ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା କୁର୍ଲୁ ଘାଟିରେ ଦୁର୍ଘଟଣା ଘଟିଛି।
ଆଜି ଅପରାହ୍ଣରେ ଓଡ଼ିଶାରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମୃଦୁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି।
ବର୍ଷକ ଭିତରେ ଚାଲିଗଲା ୨ ଜୀବନ । ପ୍ରଥମେ ୮ ମାସ ତଳେ ଶ୍ୱଶୁର ଆଉ ଏବେ ସ୍ୱାମୀ ଚାଲିଗଲେ । ନବରଙ୍ଗପୁର ଇଚ୍ଛାବତୀଗୁଡ଼ାର ଗ୍ରାମରକ୍ଷୀ ସିଏଚ୍ ଶେସା ରାଓଙ୍କ ପରିବାରରେ ଏବେ ଘେରିଛି ଦୁଃଖର କଳାବାଦଲ ।
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଦହଣା ଗାଁରେ ଗୁଳିକାଣ୍ଡ। ଏକ ବୋଲେରୋରେ କିଛି ଦୁର୍ବୃତ୍ତ ଆସି ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ବେଳେ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଛି।
ଗୋଟିଏ ପଟେ ୩ ଜଣ ପୋଲିସ ମତ୍ୟୁ ବରଣ କରିଥିବା ବେଳେ ଅନ୍ୟପଟେ ୧୪ ଜଣ ଆହତ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରେ କିଛି ପୋଲିସ କର୍ମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
୩ ଦଳରୁ ନିର୍ବାଚନ ଲଢ଼ୁଛନ୍ତି ୩ ଭଉଣୀ। ନବରଙ୍ଗପୁର ଜିଲ୍ଲାରେ ଏହି ଭିନ୍ନ ଲଢ଼େଇ ଦେଖିବାକୁ ମିଳିଛି । ଫଳରେ ରାଜନୀତରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ।
ଅକାତ ପାଣି ମଝିରେ ଅଟକି ଗଲା ଡଙ୍ଗା। ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି। ପବନ ବହିବା ଯୋଗୁ ଡଙ୍ଗାରେ ପାଣି ପଶି ଯାଇଥିଲା। ଫଳରେ ଡଙ୍ଗା କିଛି ସମୟ ପାଇଁ ଭାରସାମ୍ୟ ହରାଇଥିଲା।
ଯନ୍ତାରେ ପଡିଲେ ୨ ଭାଲୁ ଛୁଆ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ରାସ୍ତାର ଏକ କଲଭର୍ଟ ତଳେ ପକାଯାଇଥିବା ଯନ୍ତାରେ ଫସିଲା ଆଉ ଗୋଟିଏ ଭାଲୁ ଛୁଆ । ମାଆ ଭାଲୁକୁ ଧରିବା ଲାଗି ବନ ବିଭାଗ ଦ୍ୱାରା ଏହି ଯନ୍ତ୍ରା ପକାଯାଇଥିଲା ।
ନିର୍ମାଣଧୀନ ବେସରକାରୀ କୋଠାରୁ ୫୬୪ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଜବତ ହୋଇଛି। ପ୍ରଶାସନ ପକ୍ଷରୁ ଏହି କୋଠାକୁ ସିଜ୍ କରାଯାଇଛି।
ଗାଁରେ ଭାଲୁ ଆତଙ୍କ । ଗଛ ଉପରେ ଭାଲୁକୁ ଦେଖି ଲୋକମାନେ ଆତଙ୍କିତ ହୋଇଛନ୍ତି । ଘଟଣାସ୍ଥଳରେ ନବିଭାଗର ଏକ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ସଫ୍ଟୱେର ଚାକିରି ଛାଡ଼ି ଜଣେ ଇଂଜିନିୟର ରତିକାନ୍ତ ପଣ୍ଡା ଏବଂ ନବରଙ୍ଗପୁର ଜିଲ୍ଲାର ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ଝିଅ ଡାକ୍ତର ଲିପିକା ମାଝୀ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ପତି ପତ୍ନୀଙ୍କ ମଧୁର ସମ୍ପର୍କରେ ଲାଗିଲା ଦାଗ। ଯିଏ ସୁଖ, ଦୁଃଖରେ ଛିଡ଼ା ହେବା ପାଇଁ ସ୍ତ୍ରୀକୁ ବଚନ ଦେଇଥିଲେ, ଶେଷରେ ସବୁକିଛି ଭୁଲି ପିଶାଚ ସାଜିବାକୁ ମଧ୍ୟ ପଛାଇଲେ ନାହିଁ। ଦୁଷ୍କର୍ମ ପାଇଁ ପତ୍ନୀଙ୍କୁ ସାଙ୍ଗ ହାତରେ ଟେକି ଦେଇ ଜହ୍ଲାଦ ସାଜିଲା ସ୍ୱାମୀ।
୧୯୮୫ରେ ଉତ୍କଟ ଦାରିଦ୍ର୍ୟ ପାଇଁ ଏକଦା ଅନ୍ତର୍ଜାତୀୟ ଖବରର ଶିରୋନାମା ପାଲଟିଥିଲା ଫାନସ ପୁଞ୍ଜି । ନିଜ ଅଭାବୀ ପଣ ପାଇଁ ଓଡ଼ିଶାର ଗରିବୀକୁ ବିଶ୍ୱ ଦରବାରରେ ଚର୍ଚ୍ଚିତ କରାଇଥିବା ଫାନସଙ୍କ ସେଇ ଚିରାଚରିତ ପଲିଥିନ୍ ଟଣା ମାଟିଘର ଏବେ ବି ରହିଛି ।
ବଲାଙ୍ଗୀର ଜିଲ୍ଲାର ନାରାୟଣଟିକ୍ରା ଠାରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି କଂଗ୍ରେସ କର୍ମୀ ।