Advertisment

ତାତିରୁ ମିଳିବ ନିସ୍ତାର; ୨୭ ଯାଏଁ କାଳବୈଶାଖୀ ବର୍ଷା !

ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
Odisha Rainfall Alert

Rainfall Alert

କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଖସିଛି ପାରଦ। ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଭଳି କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ କିଛି ଜିଲ୍ଲା ପାଇଁ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ବିଶେଷ କରି ଦକ୍ଷିଣ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ଝଡ଼ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ। 

Advertisment

ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ନୂଆପଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାବ୍ୟତୀତ ପୁରୀ, ଖୋର୍ଦ୍ଧାନୟାଗଡ଼, ଗଞ୍ଜାମ ଏବଂ ଗଜପତି ରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଏବଂ ବୌଦ୍ଧରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

ତେଣୁ ସମ୍ଭାବ୍ୟ ସ୍ଥିତିକୁ ଦେଖି ଏସବୁ ଜିଲ୍ଲାର ପ୍ରଶାସନକୁ ସତର୍କ ରହିବାକୁ SRCଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ୨୮ ପରେ କିନ୍ତୁ ସ୍ବାଭାବିକଠାରୁ ଅଧିକ ତାପମାତ୍ରା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
Weather Update Rainfall Alert
Advertisment
Advertisment